ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଫରଚୁନ କାର୍ ଦୁର୍ଘଟଣା ରେ ଜଣେ ମୃତ ତିନି ଗୁରୁତର

ଫୁଲବାଣୀ -: କନ୍ଧମାଳ ଜିଲ୍ଲା ଖଜୁରିପଡା ଥାନା ଅନ୍ତର୍ଗତ ସମ୍ବରଡେଗା ଠାରେ ଆଜି ଅପରାହ୍ନ ରେ ଗୋଟିଏ କାର ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ଘଟଣା ସ୍ଥଳରେ ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଦଶପଲ୍ଲା ଅଞ୍ଚଳ ରୁ ୪ ଜଣ ବ୍ୟକ୍ତି ଓଡ଼ି ୦୨ ଏ , ଜେଡ ୭୦୧୧ ଫରଚୁନ ଏକ କାର ଯୋଗେ ଫୁଲବାଣୀ ଆସୁଥିବା ବେଳେ ଆଜି ତା ୨/୮/୨୦୨୨ ରିଖ ଅପରାହ୍ନ ୩ ଟା ସମୟରେ ଫୁଲବାଣୀ ଖଜୁରିପଡା ରାସ୍ତା ସମ୍ବରଡେଗା ଠାରେ ଭାରସାମ୍ୟ ହରାଇ କାର ଟି ରାସ୍ତାର ଡାହାଣ ପଟ ରେ ଥିବା ଏକ ଶାଳ ଗଛକୁ ପିଟି ହୋଇ ଦୁର୍ଘଟଣା ଘଟିଛି। ଫଳରେ ଘଟଣା ସ୍ଥଳରେ ଗାଡ଼ିରେ ଥିବା ସନ୍ତୋଷ ତାରେଣିଆ ୫୦ ଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନିଜଣ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ର ଖବର ପାଇ ଖଜୁରିପଡା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀ ଓ ଫୁଲବାଣୀ ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଟିମହ୍ୟୁମାନିଟ ର ସହାୟତା ରେ ଆହତ ବ୍ୟକ୍ତି ମାନଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଅଗ୍ନିଶମ ଗାଡ଼ିରେ ଆଣି ଫୁଲବାଣୀ ବଡ ମେଡ଼ିକାଲ ରେ ଭର୍ତ୍ତି କରିଥିଲେ। ୩ ଗୁରୁତର ଆହତ ବ୍ୟକ୍ତି ମାନେ ହେଲେ ଦଶପଲ୍ଲା ଅଞ୍ଚଳ ର ସନ୍ତୋଷ କୁମାର ସାହୁ ୪୫, ରାଧାନାଥ ପଟ୍ଟନାୟକ ୪୬,ବଗଲା ବେହେରା ୫୦, ଏହି ଆହତ ବ୍ୟକ୍ତି ମାନଙ୍କ ମଧ୍ୟରୁ ସନ୍ତୋଷ କୁମାର ସାହୁ ଓ ରାଧାନାଥ ପଟ୍ଟନାୟକ ଦୁଇଜଣ ଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡ଼ିକାଲ କୁ ସ୍ଥାନାନ୍ତରିତ କରାଯାଇଛି। ବଗଲା ବେହେରା ସାମାନ୍ୟ ଆହାତ ହୋଇ ଫୁଲବାଣୀ ମେଡ଼ିକାଲ ରେ ଚିକିତ୍ସିତ ହେଉଥିବା ଜଣାପଡିଛି। ଖଜୁରିପଡା ଥାନା ପୋଲିସ ଘଟଣା ସ୍ଥଳକୁ ଯାଇ ମୃତ ବ୍ୟକ୍ତିର ଶବ ଜବତ କରିବା ସହ ଖଜୁରିପଡା ଥାନା ଏସ ଆଇ ଦୀନବନ୍ଧୁ ପ୍ରଧାନ ତଦନ୍ତ ଅଧିକାରୀ ଭାବେ ଦାୟିତ୍ବ ନେଇ ୯୬/୨୦୨୨ ଏକ ଅପମୃତ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଶବ ବ୍ୟବଚ୍ଛେଦ ନିମନ୍ତେ ଫୁଲବାଣୀ ବଡ଼ ମେଡ଼ିକାଲ କୁ ପଠାଇଥିବା ଖଜୁରିପଡା ଥାନା ଅଧିକାରୀ ଗେଲି ସାହୁ ଗଣମାଧ୍ୟମ ସୂଚନା ଦେଇଥିଲେ।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ 

Related posts

ବେଣୁଧର ସୂତାର ଙ୍କ କବିତା ରାତ୍ରି ଗୋ ତୁମେ

Sunil Chandra Nayak

କବିତା ସାହୁ ଙ୍କ କବିତା କାର୍ତ୍ତିକ ବ୍ରତ

Sunil Chandra Nayak

ଚନ୍ଦ୍ରକଳା ଙ୍କ କବିତା ହେରା ପଞ୍ଚମୀ

Leave a Comment

error: Content is protected !!