ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରକାଶ ପାଇଲା ଫଟୋ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ ଜଗତସିଂହପୁର

ବାଲେଶ୍ଵର,୦୨/୮/୨୨- ବାଲେଶ୍ଵର ଜିଲ୍ଲା ଖଇରା ଠାରେ ଗଢି ଉଠିଥିବା ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା, ବାଲେଶ୍ଵର ଫେସବୁକ୍ ଗୃପରେ ଗତ ତା ୦୧/୮/୨୨ରିଖ ସୋମବାର ଚଳିତ ବର୍ଷର ୮ମ ପର୍ଯ୍ୟାୟ ଫଟୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ରାଜ୍ୟ ସ୍ତରୀୟ ଫଟୋ ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଅନ୍ନପୂର୍ଣ୍ଣା ସାହୁ, ଖୋର୍ଦ୍ଧା, ରଞ୍ଜିତା ସାହୁ, ପାରାଦୀପ ଗଡ, ଜଗତସିଂହପୁର, ସୁସ୍ମିତା ମହାପାତ୍ର, ସୁନ୍ଦରଗଡ, ସରସ୍ୱତୀ ପଣ୍ଡା, ଯାଜପୁର, ଶତାବ୍ଦୀ ପଟ୍ଟନାୟକ, କଟକ, ଯାଜ୍ଞସେନୀ ପଣ୍ଡା, ବାଙ୍ଗାଲୋର, କର୍ଣ୍ଣାଟକ ଓ ସନ୍ଧ୍ୟାରାଣୀ ଦାଶ ପ୍ରମୁଖ ଭାଗନେଇ । ଫଟୋ ଗୁଡିକୁ ସମୀକ୍ଷା କରିଥିଲେ ବାଲେଶ୍ଵର ସ୍ଥିତ ବାଲିଆ ଶିଶୁ ମନ୍ଦିର ଆଚାର୍ଯ୍ୟା ତଥା ସାହିତ୍ଯିକା ତାନଶ୍ରୀ ପାଣିଗ୍ରାହୀ । ଯାହର ଫଳାଫଳ ଆଜି ପ୍ରକାଶ ପାଇଛି । ପ୍ରତ୍ୟେକ ଥର ପରି ଏଥର ପ୍ରଥମ ସ୍ଥାନକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ସମସ୍ତଙ୍କୁ ପଛରେ ପକାଇ ଜଗତସିଂହପୁର ଜିଲ୍ଲାର ରଞ୍ଜିତା ସାହୁ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲାର ଗୌରବ ବୃଦ୍ଧି କରିଛନ୍ତି । ସେହିପରି ଅନ୍ନପୂର୍ଣ୍ଣା ସାହୁ ଦ୍ବିତୀୟ ଓ ସୁସ୍ମିତା ମହାପାତ୍ର ଦତୃତୀୟ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଚଳିତ ବର୍ଷ ଡିସେମ୍ବର ମାସରେ ହେବାକୁ ଥିବା ବାର୍ଷିକ ଉତ୍ସବରେ ମଞ୍ଚାସୀନ ଅତିଥି ମାନଙ୍କ ଦ୍ବାରା ସାର୍ଟିଫିକେଟ ଓ ମାନପତ୍ର ପ୍ରଦାନ କରାଯିବ ବୋଲି ଅନୁଷ୍ଠାନର ପ୍ରତିଷ୍ଠାତା ଓ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ପ୍ରକାଶ କରିଛନ୍ତି । ଚଳିତ ବର୍ଷ କେବଳ ପ୍ରଥମ ପ୍ରତିଯୋଗୀଙ୍କୁ ବାର୍ଷିକ ପ୍ରୋଗ୍ରାମରେ ମଞ୍ଚାସୀନ ଅତିଥି ମାନଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯିବ, ଯାହା ଅନୁଷ୍ଠାନ ଦ୍ବାରା ଘୋଷଣା କରାଯାଇଅଛି । ଅନ୍ୟମାନେ ପ୍ରୋଗ୍ରାମକୁ ଆସିଲେ ସେମାନଙ୍କୁ ସମ୍ମାନ ଦିଆଯିବ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

କଲେଇଗାଁ ଆଞ୍ଚଳିକ ଯାଦବ ସମାଜର କାର୍ଯ୍ୟକରିଣୀ ବୈଠକ ଅନୁଷ୍ଠିତ

Sunil Chandra Nayak

ଆଧୁନିକ ଓଡ଼ିଶାର ସ୍ଥପତି ବିଜୁବାବୁ ଙ୍କ ତିରୋଧାନ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!