ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପଥ ମହୋତ୍ସବ ‘ମୁରୁଜରେ ମୋ ଜଗନ୍ନାଥ’ କାର୍ଯ୍ୟକ୍ରମର ପ୍ରସ୍ତୁତି ବୈଠକ 

ମୟୂରଭଞ୍ଜ/୨୧|୧୦ -(ମସିହା) ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷଣା ପରିଷଦ ରାଇରଙ୍ଗପୁର ଆନୁକୂଲ୍ୟରେ ଆଗାମୀ ରାସ ପୂର୍ଣ୍ଣିମା ଦିନ ହେବାକୁ ଥିବା ପଥ ମହୋତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଲିଟିଲ୍ ଫ୍ଲାୱାର ସ୍କୁଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ତିମିର ରଞ୍ଜନ ପଣ୍ଡା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ରାଜ୍ୟ ଉପସଭାପତି ତଥା ଉପଦେଷ୍ଟା ରାଧାଶ୍ଯାମ ପାତ୍ର ଯୋଗଦେଇ ପରିଷଦର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ପରିଷଦର ସାଧାରଣ ସଂପାଦକ ରଞ୍ଜନ କୁମାର ନନ୍ଦ ବିଗତ ବର୍ଷର ବିବରଣୀ ପାଠ କରିବା ସହିତ ଆଗାମୀ କାର୍ଯ୍ୟକ୍ରମ ବିଷୟରେ ସବିଶେଷ ଉପସ୍ଥାପନା ପୂର୍ବକ ସଭା ପରିଚାଳନା କରିଥିଲେ । ବିଗତ ଦୁଇ ବର୍ଷ ହେଲା କରୋନା ମହାମାରୀର ପ୍ରାଦୁର୍ଭାବ ନିମନ୍ତେ ଏହି କାର୍ଯ୍ୟକ୍ରମକୁ ବିକଳ୍ପ ଭାବେ ଅନୁଷ୍ଠିତ କରାଯାଇଥିଲା । ଚଳିତବର୍ଷ ଆସନ୍ତା ନଭେମ୍ବର ୮ ତାରିଖ ରାସ ପୂର୍ଣ୍ଣିମା ଅବସରରେ ମାଉସୀମା ମନ୍ଦିର ଠାରୁ ମେଡିକାଲ ଛକ ପର୍ଯ୍ୟନ୍ତ ରାସ୍ତାର ଏକ ପାର୍ଶ୍ବରେ ମୁରୁଜ ଦାଣ୍ଡରେ ପ୍ରତି ଦଳ ୧୦୦ ବର୍ଗ ଫୁଟ ସ୍ଥାନରେ ମୁରୁଜ ଅଙ୍କନ କରିବାର ସୂଚନା ପ୍ରଦାନ କରାଯାଇଥିଲା। ସର୍ବସମ୍ମତି କ୍ରମେ ଚଳିତ ବର୍ଷର ମୁରୁଜ ଅଙ୍କନ ବିଷୟ ବସ୍ତୁ ‘ରଥରେ ମୋ’ ଜଗନ୍ନାଥ’ ରଖାଯାଇଛି ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଥିଲା । ଏଥିରେ ଗୋଟିଏ ଦଳରେ ସର୍ବାଧିକ ୫ ରୁ ୬ ଜଣ ପ୍ରତିଯୋଗୀ ଭାଗ ନେଇପାରିବେ ଓ ବିଜୟୀ ପ୍ରତିଯୋଗୀ ଙ୍କୁ ମାନପତ୍ର ସହିତ ପୁରସ୍କୃତ କରାଯିବା କଥା ପରିଷଦ ପକ୍ଷରୁ ଘୋଷଣା କରାଯାଇଛି । ଉକ୍ତ ବୈଠକରେ ଉପ ସଭାପତି କାଳିପ୍ରସନ୍ନ ମହାନ୍ତି,ବିଜୟ କୁମାର ରାମ, ସହ ସମ୍ପାଦକ କିଶୋର କୁମାର ରଜକ, କାର୍ଯ୍ୟକାରୀ କମିଟି ସଦସ୍ଯ ଲଳିତ କୁମାର ପାତ୍ର ,କୌଶିକ କାଶ୍ଯପ ମହାନ୍ତି, ମେଘନାଦ ହେମ୍ବ୍ରମ୍ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ନିଜସ୍ବ ମତବ୍ଯକ୍ତ କରିଥିଲେ । ଶେଷରେ ସାଧାରଣ ସଂପାଦକ ରଞ୍ଜନ କୁମାର ନନ୍ଦ ସମସ୍ତଙ୍କୁ ଧନ୍ଯବାଦ୍ ଦେବା ସଙ୍ଗେ ସଙ୍ଗେ ପଥ ମହୋତ୍ସବ କାର୍ଯ୍ୟକ୍ରମକୁ ସଫଳ କରାଇବା ପାଇଁ ନିବେଦନ କରିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

କଳିଙ୍ଗ କ୍ଷତ୍ରୀୟ ଖଣ୍ଡାୟତ ପରିଷଦ, ଢେ଼ଙ୍କାନାଳ ପକ୍ଷରୁ ସାଧାରଣ ସଭା ଅନୁଷ୍ଠିତ

Sunil Chandra Nayak

ଅର୍ପିତ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ରୀକ୍ଷିରାମ ମେହେର  ଙ୍କ କବିତା ପରିକଳ୍ପନାର ସହରରେ

Sunil Chandra Nayak

Leave a Comment

error: Content is protected !!