ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଙ୍ଗଲ ଜମି ବିବାଦ ର ଗ୍ରାମସଭା ହୋଇପାରିଲା ନାହିଁ

ଡାବୁଗାଁ, ୨୦/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଉମୁରାହାଣ୍ଡି ଗ୍ରାମରେ ଗ୍ରାମସଭା ହୋଇପାରିଲା ନାହିଁ | ସୂଚନାଯୋଗ୍ୟ:- ଦୀର୍ଘ ୮ ବର୍ଷ ହେଲା ଉମୁରହାଣ୍ଡି ଗ୍ରାମରେ ୨ ଗୋଷ୍ଠୀ ମଧ୍ୟରେ ଜଙ୍ଗଲ ଜମି ବିବାଦ ଲାଗି ରହିଛି | ପୂର୍ବରୁ ମଧ୍ୟ ପ୍ରତି ବର୍ଷ ଗ୍ରାମସଭା ହେଉଛି କିନ୍ତୁ ସମାଧାନ ହୋଇପାରୁ ନାହିଁ | ନବରଙ୍ଗପୁର ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ବ୍ଲକ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରଶାସନିକ ଅଧିକାରୀ ମାନେ ଗ୍ରାମକୁ ଯାଇଥିଲେ କିନ୍ତୁ ପୂର୍ବ ଭଳି ଆଜି ମଧ୍ୟ ଗ୍ରାମସଭା ହୋଇପାରିଲା ନାହିଁ | ଏହି ଗ୍ରାମ ସଭାରେ ଡାବୁଗାଁ ହସିଲଦାର କୃଷ୍ଣ ଚନ୍ଦ୍ର ଦାସ, ବିଡିଓ ଶରତ ମାଝି, ବନାଞ୍ଚଳ ଅଧିକାରୀ ସେତୁରଞ୍ଜନୀ ଗମାଙ୍ଗୋ, ଆଇଆଇସି ପ୍ରମୋଦ କୁମାର ନାୟକ, ମଙ୍ଗଳ ସଂମ୍ପ୍ରସାରଣ ଅଧିକାରୀ ପ୍ରିୟଚାନ୍ଦ ମଲ୍ଲିକ, ଡାବୁଗାଁ ବନପାଳ ମଧୁସୂଦନ ପାତ୍ର, ଜଟାବାଲ ବନପାଳ ଧନୁର୍ଜୟ ନାୟକ, ମଇଦଳପୁର ବନପାଳ ଉମାକାନ୍ତ ପଟ୍ଟନାୟକ, ରାଜସ୍ୱ ନିରିକ୍ଷକ ଚିନ୍ମୟ ବେହେରା ଓ ଅନ୍ୟମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ମାଁ ମାଣିକେଶ୍ଵରୀ ଙ୍କ ଛତର ଯାତ୍ରା..

Sunil Chandra Nayak

ଖଣ୍ଡିଆଗୁଡା ଗ୍ରାମରେ 13 ଦିନରେ 6 ଜଣ ଙ୍କ ମୃତ୍ୟୁ : ଗ୍ରାମରେ ଚିନ୍ତାର ମହୋଲ ,ଚିକତ୍ସା ର ଅଭାବ ନା ମଦ୍ୟପାନ ଜନିତ ତଦନ୍ତ ନହେଲେ ଅନ୍ଧ ବିଶ୍ୱାସରେ ପେଶୀ ହେବେ ଗ୍ରାମବାସୀ

Sunil Chandra Nayak

ପ୍ରଗତି ର ତୃତୀୟ ବାର୍ଷିକୋତ୍ସବ ଓ ଉତ୍କଳ ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!