ଧର୍ମଗଡ଼ ଅଧିନସ୍ଥ ସରକାରୀ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ (ଇ.ଟି.ଇ.ଆଇ) ରେ ଆଡ଼ମ୍ବର ର ସହିତ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି । ଉକ୍ତ ସଭାରେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ରାମ ଚନ୍ଦ୍ର ବାଗ ସଭାପତିତ୍ୱ କରି ଦୈନନ୍ଦିନ ଜୀବନରେ କ୍ରୀଡ଼ାର ମହତ୍ତ୍ୱ ବିଷୟରେ ଅଭିଭାଷଣ ପ୍ରଦାନ କରିଥିଲେ । ଏହା ସହିତ ଅନୁଷ୍ଠାନର ଅନ୍ୟ ଶିକ୍ଷକ ପ୍ରଶିକ୍ଷକ ଶ୍ରୀଯୁକ୍ତ ଜୟନ୍ତ କୁମାର ମୁଣ୍ଡ, ଆଦିତ୍ୟ ନାରାୟଣ ପାତ୍ର, ସୁଧାଂଶୁ ଶେଖର ପଣ୍ଡା, ଅଭିଜିତ ମହାନ୍ତି ଓ ପ୍ରଶିକ୍ଷିକା ଶ୍ରୀମତୀ ଅଞ୍ଜୁଶ୍ରୀ ମିଶ୍ର ଉପସ୍ଥିତ ରହି କାର୍ଯ୍ୟକ୍ରମର ମାହୋଲ କୁ ବହୁଗୁଣିତ କରିଥିଲେ । ଅନୁଷ୍ଠାନର ଶାରୀରିକ ପ୍ରଶିକ୍ଷକ ଶ୍ରୀଯୁକ୍ତ ଅଭିଜିତ ମହାନ୍ତିଙ୍କ ତତ୍ତ୍ଵାବଧାନରେ ଗୁରୁଛାତ୍ର ଓ ଗୁରୁଛାତ୍ରୀଙ୍କ ଦ୍ଵାରା ପିରାମିଡ, ଯୋଗାସନ, ସୂର୍ଯ୍ୟନମସ୍କାର ପ୍ରଦର୍ଶନ ହୋଇଥିଲା । ଅପରାହ୍ନ ସମୟରେ ସ୍ଥାନୀୟ ପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟାପକ ଏବଂ ଧର୍ମଗଡ଼ ଇ.ଟି.ଇ.ଆଇ ଓ କଳାହାଣ୍ଡି ଡାଏଟ୍ ର ଶିକ୍ଷକ ପ୍ରଶିକ୍ଷକ ମାନଙ୍କ ମିଳିତ ଭାବରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଉଭୟ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଦ୍ୱାରା ମ୍ୟାଚ୍ ଶୁଭାରମ୍ଭ ହୋଇଥିବା ବେଳେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ଆସିଷ୍ଟାଣ୍ଟ କଲେକ୍ଟର ଶ୍ରୀଯୁକ୍ତ ଚିନ୍ମୟ ନାଏକ ଯୋଗଦାନ କରିବା ସହିତ ଖେଳାଳୀ ରୂପେ କାର୍ଯ୍ୟକ୍ରମରେ ସମ୍ପୃକ୍ତ ହୋଇଥିଲେ । ପ୍ରଥମେ ପଞ୍ଚାୟତ ମହାବିଦ୍ୟାଳୟ ଦଳ ବ୍ୟାଟିଙ୍ଗ୍ କରି ୮ ଓଭର ମଧ୍ୟରେ ୬ ୱିକେଟ ହରାଇ ୧୦୬ ରନ୍ ସଂଗ୍ରହ କରିଥିଲେ । ପଞ୍ଚାୟତ ମହାବିଦ୍ୟାଳୟ ପକ୍ଷରୁ ମାନସ ରଞ୍ଜନ ନାୟକ ସର୍ବାଧିକ ରନ୍ ସଂଗ୍ରହ କରିଥିଲେ । ପରେ ଧର୍ମଗଡ଼ ଇ.ଟି.ଇ.ଆଇ ତରଫରୁ ଈଶ୍ୱର ଚନ୍ଦ୍ର ବେହେରା ଓ ଅଭିଜିତ ମହାନ୍ତି ଓପନର ବ୍ୟାଟିଙ୍ଗ୍ କରିଥିଲେ । ଧର୍ମଗଡ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ତରଫରୁ ମନୋଜ ବେଶ୍ରା, ସୁଧାଂଶୁ ପଣ୍ଡା, ଅଭିଜିତ ମହାନ୍ତି, ସୁଦୀପ ବୈଠାରୁ ଭଲ ବେଟିଙ୍ଗ କରିଥିଲେ ! ଯାହାଫଳ ରେ ମାତ୍ର ୪ ୱିକେଟ୍ ହରାଇ ଇ.ଟି.ଇ.ଆଇ, ଧର୍ମଗଡ଼ ୭ ଓଭର ୨ ବଲ୍ ରେ ବିଜୟ ହାସଲ କରିଥିଲା ।ପରିଶେଷ ରେ ପଂଚାୟତ କଲେଜ ର ଅଧ୍ୟକ୍ଷ ଙ୍କ ଦ୍ଵାରା ଚାମ୍ପିୟନ ଦଳ କୁ ଏବଂ ଇ. ଟି. ଇ. ଆଇ ର ଅଧ୍ୟଷ୍ ଦ୍ଵାରା ରନସଅପ ଦଳ କୁ ପୁରଷ୍କାର ବିତରଣ କରାଯାଇଥିଲା ! “ଆସ ଖେଳି ସୁସ୍ଥ ରହିବାର” ବାର୍ତା ଦିଆଯାଇଥିଲା !
ବିଦ୍ୟାଧର ସାହୁଙ୍କ ରିପୋର୍ଟ….