ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ଆନନ୍ଦ ବଜାର ଅବଢ଼ା ପ୍ରସାଦ
      ଲାଗୁଛି ଭାରି ବଢିଆ
ଭକ୍ତିର ଠାକୁର ଆଶିର୍ବାଦ ଦିଅ
   ଭାଙ୍ଗୁଛି ଆଶା ନଡ଼ିଆ।
ତୁମରି ନାମରେ ଚନ୍ଦନ ଲଗାଇ
    ଗାଉଛି ତୁମରି ଗୀତ
ଆନନ୍ଦ ଆସୁଛି ହୃଦୟ ମଧ୍ୟରେ
    ଝରେ ଗୀତରୁ ଅମୃତ।
ଗୀତର ମଳୟ ସ୍ରୋତ ପ୍ରବାହିତ
    ଭକ୍ତ ଆସେ ହାତ ଯୋଡ଼ି
ଭକତ ଆସଇ ଭକ୍ତି ଭାବ ନେଇ
    ଜଣାଇ ଦୁଃଖକୁ ବାଢ଼ି।
ଆଖିର ଲୁହରେ କାନିତ ଭିଜୁଛି
     ଶୁଣିବାକୁ ହବ ଦୁଃଖ
ଦୁଃଖ ସୁଖ ମିଶି ସଂସାର ଚାଲିଛି
    କାହା ମୁଖେ ଦିଅ ସୁଖ।
ବିଶ୍ବ ଦରବାରେ ହେ ବିଚାର ପତି
       କରୁଛ ସର୍ବ ବିଚାର
ଜଗତ ଦୁଃଖକୁ କହି ଦେଲି ସବୁ
   ତୁମେ ମୋ ବିଶ୍ବ ଠାକୁର।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଛେଣ୍ଡିଆ ଠାରେ ବ୍ଳକ ସ୍ତରୀୟ ଇଣ୍ଟର ହାଇସ୍କୁଲ ଫୁଟବଲ ଟୁର୍ଣ୍ଣାମେଣ୍ଟ

Sunil Chandra Nayak

କୁଡୁମିଙ୍କୁ ପୁନର୍ବାର ଆଦିବାସୀ ତାଲିକାଭୁକ୍ତ ନେଇ ଅଁଳାଯୋଡ଼ିରେ ରେଳଛେଙ୍କା ଅଭିଯାନ

Sunil Chandra Nayak

ଚନ୍ଦ୍ରକଳା ଦେବୀ ଙ୍କ କବିତା ଭୀମରାଓ ରାମଜୀ ଆମ୍ବେଦକର ଜୟନ୍ତୀ

Sunil Chandra Nayak

Leave a Comment

error: Content is protected !!