ମୟୂରଭଞ୍ଜ -୨୯/୮/୨୨(ମସିହା) ମୟୂରଭଞ୍ଜ ଜିଲ୍ଲାର କୁସୁମି ବିଦ୍ୟୁତ କାର୍ଯ୍ୟାଳୟ ଅନ୍ତର୍ଗତ ତଲକପୋଖରୀ ପଞ୍ଚାୟତର ଦିଘିଆବେଡା ଗ୍ରାମରେ ବଜ୍ରପାତରେ ଟ୍ରାନ୍ସଫର୍ମର ପୋଡିଯାଇଛି ।ଯାହାଫଳରେ ଗ୍ରାମବାସୀ ଅନ୍ଧାର ଭିତରେ ରହିଛନ୍ତି । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦିଘିଆବେଡା ଗ୍ରାମଟି ନଦୀ ନାଳଘେରା ଜଙ୍ଗଲ ମଧ୍ୟରେ ଅବସ୍ଥିତ । ବର୍ଷା ଋତୁ ଚାଲିଛି ।ଜଙ୍ଗଲ ଯୋଗୁଁ ବିଷାକ୍ତ ସାପ ଓ ଜୀବଜନ୍ତୁ ଭୟ ରହିଛି । ତେଣୁ ଗ୍ରାମବାସୀ କୁସୁମି ବିଦ୍ୟୁତ କାର୍ଯ୍ୟାଳୟ ଯାଇ ସେଠାରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ।ବିଦ୍ୟୁତ ବିଭାଗ ତରଫରୁ ଶିଘ୍ର ଟ୍ରାନ୍ସଫର୍ମର ବସାଇବା ପାଇଁ ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ