ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବଜ୍ରପାତରେ ଦିଘିଆବେଡା ଗ୍ରାମର ଟ୍ରାନର୍ସଫର୍ମର ପୋଡ଼ି;ବିଜୁଳି ସଂଯୋଗ ପାଇଁ ଗ୍ରାମବାସୀଙ୍କ କୁସୁମି ବିଦ୍ୟୁତ୍ କାର୍ଯ୍ୟାଳୟ ଦ୍ବାରସ୍

 ମୟୂରଭଞ୍ଜ -୨୯/୮/୨୨(ମସିହା) ମୟୂରଭଞ୍ଜ ଜିଲ୍ଲାର କୁସୁମି ବିଦ୍ୟୁତ କାର୍ଯ୍ୟାଳୟ ଅନ୍ତର୍ଗତ ତଲକପୋଖରୀ ପଞ୍ଚାୟତର ଦିଘିଆବେଡା ଗ୍ରାମରେ ବଜ୍ରପାତରେ ଟ୍ରାନ୍ସଫର୍ମର ପୋଡିଯାଇଛି ।ଯାହାଫଳରେ ଗ୍ରାମବାସୀ ଅନ୍ଧାର ଭିତରେ ରହିଛନ୍ତି । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦିଘିଆବେଡା ଗ୍ରାମଟି ନଦୀ ନାଳଘେରା ଜଙ୍ଗଲ ମଧ୍ୟରେ  ଅବସ୍ଥିତ । ବର୍ଷା ଋତୁ ଚାଲିଛି ।ଜଙ୍ଗଲ ଯୋଗୁଁ ବିଷାକ୍ତ ସାପ ଓ ଜୀବଜନ୍ତୁ ଭୟ ରହିଛି । ତେଣୁ ଗ୍ରାମବାସୀ କୁସୁମି ବିଦ୍ୟୁତ କାର୍ଯ୍ୟାଳୟ ଯାଇ ସେଠାରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ।ବିଦ୍ୟୁତ ବିଭାଗ ତରଫରୁ ଶିଘ୍ର ଟ୍ରାନ୍ସଫର୍ମର ବସାଇବା ପାଇଁ ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଗୋବିନ୍ଦ ବନଛୋର ହେଲେ କଳାହାଣ୍ଡି ଲୋକସଭା ସାଂସଦଙ୍କ କେସିଙ୍ଗା ଏନଏସି ପ୍ରତିନିଧି

Sunil Chandra Nayak

ମମତା ସାହୁ ଙ୍କ କବିତା ମାଆ ପଦ ଟିଏ

Sunil Chandra Nayak

ମହାସ୍ମୀତା ଓଝା ଙ୍କ ପ୍ରବନ୍ଧ ହେରା ପଞ୍ଚମୀ କାହିଁକି ହୁଏ ?

Leave a Comment

error: Content is protected !!