ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସମସ୍ୟା ବଳୟରେ ଗାଡେବନ୍ଧ ପଞ୍ଚାୟତ, ପଞ୍ଚାୟତ ନିଜସ୍ଵ ଗୃହ କେବେ ?

ନର୍ଲା (ମନିସ) କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ଅନ୍ତର୍ଗତ ଗାଢେବନ୍ଧ ପଞ୍ଚାୟତ ବିଭିନ୍ନ ପ୍ରକାର ସମସ୍ୟା ଘେରରେ ଥିବା ବେଳେ ନିଜସ୍ଵ ଗୃହ ନଥିବାରୁ ପଞ୍ଚାୟତ ଜନପ୍ରତିନିଧିମାନେ ଏବଂ ପଞ୍ଚାୟତବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୀର୍ଘ ଦିନରୁ ଗାଢେବନ୍ଧ ଓ ରାଣୀପଟା ଗ୍ରାମ ମଧ୍ୟରେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣକୁ ନେଇ ଟଣାଓଟରା ମଧ୍ୟରେ କଥା ଯାଇ ହାଇକୋର୍ଟରେ ପଡ଼ି ରହିଛି। ଯାହା ଫଳରେ ଏକ ସ୍କୁଲ ଘରେ ପଞ୍ଚାୟତ କାର୍ଯ୍ୟାଳୟ ଚାଲୁଥିବା ଦେଖିବାକୁ ମିଳୁଛି। ଗୋଟିଏ ପଟେ ପିଲାଙ୍କ ଶିକ୍ଷାଦାନ ସମୟରେ ଗଛ ତଳେ ବସି ପଞ୍ଚାୟତ ସଭା କାର୍ଯ୍ୟ ଚାଲୁ ରହିଥିବା ସମସ୍ୟା ସହ ପିଡିଏସ ଚାଉଳ ବଣ୍ଟନ ପାଇଁ ଗୋଟିଏ ସ୍ଥାନରେ ଚାଉଳ ରହୁଥିବା ବେଳେ ଅନ୍ୟତ୍ର ବଣ୍ଟନ କାର୍ଯ୍ୟ ହୋଇଥାଏ। ଚାଉଳ ରଖିବା ପାଇଁ ଗୋଦାମ ଗୃହ ନଥିବାରୁ ଖମନପଡା ଗ୍ରାମକୁ ଚାଉଳ ଆଣିବା ପାଇଁ ଲୋକମାନେ ବାଧ୍ୟ ହୋଇଥାନ୍ତି। ଏ ସଂପର୍କରେ ସ୍ଥାନୀୟ ସରପଞ୍ଚଙ୍କ ମତାମତ ନେବାରୁ ସରପଂଚ କବିତା ବାଗ କହିଲେ ଆମେ ବହୁତ ଅସୁବିଧାର ସମ୍ମୁଖୀନ ହୋଇ ପଞ୍ଚାୟତ କାର୍ଯ୍ୟ ପରିଚାଳନା କରୁଛୁ, ସରକାର ଯଥା ଶୀଘ୍ର ପଞ୍ଚାୟତ ପାଇଁ ଜାଗା ଚିହ୍ନଟ କରିଦେଲେ ପଞ୍ଚାୟତ ଗୃହ ନିର୍ମାଣରେ ଆଗଭର ହେବୁ ବୋଲି ଜଣାଇଛନ୍ତି।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

କମ୍ବିଂ ବେଳେ ମାଓକ୍ୟାମ୍ପ ରୁ ପୋଲିସ ଜବତ କଲା ମାଓବାଦୀ ବ୍ୟବହୃତ ବିଭିନ୍ନ ମାଓ ସାମଗ୍ରୀ

Sunil Chandra Nayak

ଶୁଣିଲାନି ପ୍ରଶାସନ, ଦୁଃଖ ଶୁଣିଲେ ବିଜେପି ମୁଖପାତ୍ର 

Sunil Chandra Nayak

ଦଡଦୁନ୍ଦୁ ଗ୍ରାମରେ ସଂଖ୍ୟାଲଘୁ ତରଫରୁ ସ୍ବାଧିନତା ଦିବସ ଏବଂ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!