ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସମସ୍ୟା ବଳୟରେ ଗାଡେବନ୍ଧ ପଞ୍ଚାୟତ, ପଞ୍ଚାୟତ ନିଜସ୍ଵ ଗୃହ କେବେ ?

ନର୍ଲା (ମନିସ) କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ଅନ୍ତର୍ଗତ ଗାଢେବନ୍ଧ ପଞ୍ଚାୟତ ବିଭିନ୍ନ ପ୍ରକାର ସମସ୍ୟା ଘେରରେ ଥିବା ବେଳେ ନିଜସ୍ଵ ଗୃହ ନଥିବାରୁ ପଞ୍ଚାୟତ ଜନପ୍ରତିନିଧିମାନେ ଏବଂ ପଞ୍ଚାୟତବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୀର୍ଘ ଦିନରୁ ଗାଢେବନ୍ଧ ଓ ରାଣୀପଟା ଗ୍ରାମ ମଧ୍ୟରେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣକୁ ନେଇ ଟଣାଓଟରା ମଧ୍ୟରେ କଥା ଯାଇ ହାଇକୋର୍ଟରେ ପଡ଼ି ରହିଛି। ଯାହା ଫଳରେ ଏକ ସ୍କୁଲ ଘରେ ପଞ୍ଚାୟତ କାର୍ଯ୍ୟାଳୟ ଚାଲୁଥିବା ଦେଖିବାକୁ ମିଳୁଛି। ଗୋଟିଏ ପଟେ ପିଲାଙ୍କ ଶିକ୍ଷାଦାନ ସମୟରେ ଗଛ ତଳେ ବସି ପଞ୍ଚାୟତ ସଭା କାର୍ଯ୍ୟ ଚାଲୁ ରହିଥିବା ସମସ୍ୟା ସହ ପିଡିଏସ ଚାଉଳ ବଣ୍ଟନ ପାଇଁ ଗୋଟିଏ ସ୍ଥାନରେ ଚାଉଳ ରହୁଥିବା ବେଳେ ଅନ୍ୟତ୍ର ବଣ୍ଟନ କାର୍ଯ୍ୟ ହୋଇଥାଏ। ଚାଉଳ ରଖିବା ପାଇଁ ଗୋଦାମ ଗୃହ ନଥିବାରୁ ଖମନପଡା ଗ୍ରାମକୁ ଚାଉଳ ଆଣିବା ପାଇଁ ଲୋକମାନେ ବାଧ୍ୟ ହୋଇଥାନ୍ତି। ଏ ସଂପର୍କରେ ସ୍ଥାନୀୟ ସରପଞ୍ଚଙ୍କ ମତାମତ ନେବାରୁ ସରପଂଚ କବିତା ବାଗ କହିଲେ ଆମେ ବହୁତ ଅସୁବିଧାର ସମ୍ମୁଖୀନ ହୋଇ ପଞ୍ଚାୟତ କାର୍ଯ୍ୟ ପରିଚାଳନା କରୁଛୁ, ସରକାର ଯଥା ଶୀଘ୍ର ପଞ୍ଚାୟତ ପାଇଁ ଜାଗା ଚିହ୍ନଟ କରିଦେଲେ ପଞ୍ଚାୟତ ଗୃହ ନିର୍ମାଣରେ ଆଗଭର ହେବୁ ବୋଲି ଜଣାଇଛନ୍ତି।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ଦେଶ ସ୍ୱାଧୀନ ହେବାର ୭୫ବର୍ଷ ପରେ ରୁପ୍ରା ଠାରେ କେସିଙ୍ଗା ଆଦର୍ଶ ଥାନା ତରଫରୁ ପୋଲିସ ସଚେତନତା ଶିବିର ଅନୁଷ୍ଠିତ 

Sunil Chandra Nayak

ବିଶମ କଟକ ଅଧ୍ଯକ୍ଷା ଭାବେ ଯଶୋଦା ନିର୍ବାଚିତ

Sunil Chandra Nayak

ନବରଙ୍ଗପୁର ରେ ପାଳନକଲେ ପ୍ରଧାନ ମନ୍ତ୍ରୀ ଙ୍କ ୭୨ତମ ଜନ୍ମ ଦିନ

Sunil Chandra Nayak

Leave a Comment

error: Content is protected !!