ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଜୀବନ ବଞ୍ଚାଇଲା ସୋସିଆଲ ୱେଲଫେୟାର୍ ଅର୍ଗାନାଇଯେସନ୍ କଳାହାଣ୍ଡି ପରିବାର

ଭବାନୀପାଟଣା,୩୦/୭- (ମ ନି ସ) ଘଡ଼ିସନ୍ଧି ମୁହୂର୍ତ୍ତରେ  ବିଭିନ୍ନ ଡାକ୍ତରଖାନାରେ ରକ୍ତଦାନ କରି ଜୀବନ ବଞ୍ଚାଇବା ଭଳି ମହତ୍ କର୍ମ କରି ଚର୍ଚ୍ଚାରେ ସାମାଜିକ ସଂଗଠନ ସୋସିଆଲ ୱେଲଫେୟାର୍ ଅର୍ଗାନାଇଯେସନ୍ କଳାହାଣ୍ଡି ପରିବାର । ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ତରାପୁର ଗ୍ରାମର ପାଳଦେଈ କନ୍ଦର୍ପ ନାମକ ୬୫ ବର୍ଷର କିଡନୀ ରୋଗରେ ଆକ୍ରାନ୍ତ ଥିବା ଜଣେ ବୃଦ୍ଧା ରୋଗୀକୁ ଅତ୍ୟନ୍ତ ଜରୁରୀକାଳୀନ ସମୟରେ ‘ଏ’ ପଜିଟିଭ୍ ଗ୍ରୁପ୍ ର ରକ୍ତ ଆବଶ୍ୟକତା ଥିଲା। ଦେହରେ ୩ ପ୍ରତିଶତ ରକ୍ତ ଥିବାରୁ ବୁଢ଼ୀ ମାଆ ଜୀବନ ସହିତ ସଂଘର୍ଷ କରୁଥିଲେ। ୩ଦିନ ଧରି ପରିବାର ସମ୍ପର୍କୀୟ ରକ୍ତ ପାଇଁ ବହୁତ ଲୋକ ସହିତ ଯୋଗାଯୋଗ କଲାପରେ ମଧ୍ୟ ରକ୍ତ ମିଳି ପାରି ନଥିଲା। ଏହି ପରି ଅସମୟରେ ରକ୍ତଦାନ କରିବା ନିଜର କର୍ତ୍ତବ୍ୟ ଭାବି ଅସହାୟଙ୍କ ବିଶ୍ୱାସର କେନ୍ଦ୍ରବିନ୍ଦୁ ପାଳିଟିଥିବା “ସୋସିଆଲ ୱେଲଫେୟାର୍ ଅର୍ଗାନାଇଯେସନ୍” କଳାହାଣ୍ଡି ପରିବାରର ପ୍ରତିଷ୍ଠାତା ଶ୍ରୀ ଉମାକାନ୍ତ ସୁନାନୀ ଯିଏ କି ୧୮ ବର୍ଷରେ ପଦାର୍ପଣ କରିବା ଦିନ ଠାରୁ ପ୍ରଥମ ରକ୍ତଦାନ କରି ଛାତ୍ର ଓ ଯୁବସମାଜ ପାଇଁ ଏକ ପ୍ରେରଣା ଯୋଗାଇଥିବା ତଥା ରକ୍ତଦାନ କରି ଜୀବନ ମଧ୍ୟରେ ୧୦୦ତମ ରକ୍ତ ଦେଇ ବ୍ୟକ୍ତିଗତ ସ୍ତରରେ ୧୦୦ ଲୋକଙ୍କ ଜୀବନ ରକ୍ଷା କରିବାର ପଣ ରଖି ପରିବାରର ଟେକ ରଖିବା ସହ ପ୍ରତ୍ୟେକ ସଦସ୍ୟଙ୍କ ମନୋବଳକୁ ଦ୍ବିଗୁଣିତ କରିଥିବା  ରକ୍ତଦାତା ଶ୍ରୀ ଉମାକାନ୍ତ ସାଙ୍ଗେ ସାଙ୍ଗେ ଧର୍ମଗଡ଼ ଉପଖଣ୍ଡ ଡ଼ାକ୍ତରଖାନାରେ ଥିବା ରକ୍ତ ଭଣ୍ଡାର କୁ ଯାଇ ନିଜର ବହୁମୂଲ୍ୟ ରକ୍ତଦାନ କରି ଜୀବନ ବଞ୍ଚାଇବା ସହିତ ଅସହାୟ ପରିବାରବର୍ଗକୁ ସହାୟତା କରିଛନ୍ତି। କଳାହାଣ୍ଡି ଜିଲ୍ଲା ରେ ସବୁବେଳେ ଲୋକଙ୍କୁ ସହାୟତାର ହାତ ଯୋଗାଉଥିବା ଶ୍ରୀ ଉମାକାନ୍ତ ସୁନାନୀ ଙ୍କୁ ଲୋକେ ଭୂରି ଭୂରି  ପ୍ରଶଂସା ସହିତ ଉପଖଣ୍ଡ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ବୁଢ଼ୀ ମାଆ ର ପରିବାର ବର୍ଗ ଶ୍ରୀ ଉମାକାନ୍ତ ସୁନାନୀ ଙ୍କୁ ଧନ୍ୟବାଦ ଜଣାଇବା ସହିତ ସୋସିଆଲ ୱେଲଫେୟାର୍ ଅର୍ଗାନାଇଯେସନ୍ କଳାହାଣ୍ଡି ପରିବାରକୁ ଧନ୍ୟବାଦ ଅର୍ପଣ କରିଛନ୍ତି।

ଭବାନିପାଟଣା ରୁ କିଶନ ଶର୍ମା ଙ୍କ ରିପୋର୍ଟ

Related posts

ମାନସିକ ଅନଗ୍ରସର ଶିଶୁ ମାନଙ୍କୁ ନେଇ ସଚେତନା କାର୍ଯ୍ୟକ୍ରମ

Sunil Chandra Nayak

ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ,ଡାକ୍ତରଙ୍କ ଅବହେଳା ନେଇ ଅଭିଯୋଗ ଆଣିଲେ ପରିବାର

Sunil Chandra Nayak

ଉତ୍କଳ ଆଲୁମିନା ତତଫରୁ ରକ୍ତଦାନ ଶିବିର ଅନୁଷ୍ଠିତ 

masiha

Leave a Comment

error: Content is protected !!