ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ଜବାହର ଉଚ୍ଚ ବିଦ୍ୟାଳୟରେ ସ୍ମାର୍ଟ ସ୍କୁଲ ରୂପାନ୍ତରିତ ଟାସ୍କଫୋର୍ସ ଉପରେ କର୍ମଶାଳା ଅନୁଷ୍ଠିତ

କୋକସରା,୩୦/୭- ( ମ ନି ସ) ମୋ ସରକାର ୫ ଟି ଅଧୀନରେ ମୋ ସ୍କୁଲ ଯୋଜନା ରେ ପ୍ରଥମ, ଦ୍ବିତୀୟ ପର୍ଯ୍ୟାୟରେ ରୂପାନ୍ତରିତ ହୋଇଥିବା ସ୍ମାର୍ଟ ସ୍କୁଲ ଓ ତୃତୀୟ ପର୍ଯ୍ୟାୟରେ ରୂପାନ୍ତରିତ ହେବାକୁ ଥିବା ୮ ସ୍ମାର୍ଟ ସ୍କୁଲ ର ପ୍ରଧାନ ଶିକ୍ଷକ, ସ୍କୁଲ ପରିଚାଳନା କମିଟିର ସଦସ୍ୟ, ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ତୋଫାନ ମାଝୀ ଓ ସ୍ଥାନୀୟ ଜନ ପ୍ରତିନିଧି ମାନଙ୍କୁ ନେଇ ଶନିବାର କଳାହାଣ୍ଡି ଜିଲ୍ଲା କୋକସରା ଜବାହର ଉଚ୍ଚ ବିଦ୍ୟାଳୟ ଠାରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜବାହର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡାଙ୍କ ସଭାପତିତ୍ୱ କରିଥିଲେ । କୋକସରା ବିଡ଼ିଓ ମନୀଷା ଦାସ ଉପସ୍ଥିତ ପ୍ରଧାନ ଶିକ୍ଷକ, ସ୍କୁଲ ପରିଚାଳନା କମିଟି ଓ ଜନ ପ୍ରତିନିଧିଙ୍କୁ ରୂପାନ୍ତରିତ ସ୍ମାର୍ଟ ସ୍କୁଲର ରକ୍ଷଣାବେକ୍ଷଣ ପାଇଁ ଟାସ୍କଫୋର୍ସ ଗଠନ ସହ ସ୍କୁଲ ପରିଚାଳନା କମିଟିର ଭୂମିକା କଣ ରହିବ ସେ ନେଇ ସରକାରଙ୍କ ଗାଇଡ଼ ଲାଇନ ବୁଝାଇଥିଲେ ଏବଂ ସ୍ମାର୍ଟ ସ୍କୁଲ ରୂପାନ୍ତରିତ ଅପେକ୍ଷାରେ ଥିବା ସ୍କୁଲ ପାଇଁ ରହିଥିବା ବିଭାଗୀୟ ଯୋଜନାର ରୂପରେଖ ଉପରେ ସୁଚନା ଦେଇଥିଲେ। ପରେ ଉପସ୍ଥିତ ସ୍କୁଲ ପରିଚାଳନା କମିଟିର ସଦସ୍ୟ ମାନେ ରୂପାନ୍ତରିତ ହୋଇଥିବା ସ୍ମାର୍ଟ ସ୍କୁଲର ବିଭିନ୍ନ ବିଭାଗ ବୁଲିବା ସହ ବିଡ଼ିଓ ଓ କନିଷ୍ଠ ଯନ୍ତ୍ରୀ ଙ୍କ ସହ ଆଲୋଚନା କରିଛନ୍ତି। କୋକସରା ବ୍ଲକରେ ପ୍ରଥମ ପର୍ଯ୍ୟାୟରେ ୨ ଟି ଦ୍ଵିତୀୟ ପର୍ଯ୍ୟାୟରେ ୮ଟି ବିଦ୍ୟାଳୟ ସ୍ମାର୍ଟ ସ୍କୁଲ ରେ ରୂପାନ୍ତରିତ ହୋଇଛି। ବର୍ତ୍ତମାନ ତୃତୀୟ ପର୍ଯ୍ୟାୟରେ ଜନଜାତି ଆବାସିକ ବିଦ୍ୟାଳୟ ଆମପାଣି, ବଡ଼ ପୋଡ଼ାଗୁଡା ପଞ୍ଚାୟତ ହାଇସ୍କୁଲ ରଏନଗୁଡା, ଚନ୍ଦ୍ରଭାନୁ ସରକାରୀ ଉଚ୍ଚ ବିଦ୍ୟାଳୟ ଚିକିଲି, ଜନଜାତି ଆବାସିକ ଉଚ୍ଚ ବିଦ୍ୟାଳୟ ଧନସରା, କାଶିବାହାଲ ପଞ୍ଚାୟତ ହାଇସ୍କୁଲ ଧନସରା, ପଞ୍ଚାୟତ ହାଇସ୍କୁଲ କାଉଡୋଳା, ମହାତ୍ମା ଗାନ୍ଧୀ ହାଇସ୍କୁଲ ମାଝୀଗୁଡା ଓ ଏନଏସସି ହାଇସ୍କୁଲ ଫୁଫଗାଁ ମୋଟ ୮ ଗୋଟି ଉଚ୍ଚ ବିଦ୍ୟାଳୟ ସ୍ମାର୍ଟ ସ୍କୁଲ ରୂପାନ୍ତରିତ କାର୍ଯ୍ୟକ୍ରମରେ ସ୍ଥାନିତ ହୋଇଥିବା ନେଇ ବିଡ଼ିଓ ସୁଚନା ଦେଇଛନ୍ତି। ଏହି କର୍ମଶାଳାକୁ କୋକସରା ଜବାହର ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

Related posts

ଓଡ଼ିଆ ଭକ୍ତି ସଙ୍ଗୀତ ‘ନମଃ ଶିବାୟ ଓଁ ‘ ର ଶୁଭ ଉନ୍ମୋଚନ

Sunil Chandra Nayak

କେନ୍ଦୁପତ୍ର କର୍ମଚାରୀ ସଂଘ ଖଡ଼ିଆଳ ଡିଭିଜନ କମିଟି ର ଜରୁରୀ ବୈଠକ

Sunil Chandra Nayak

ବଳରାମ ପାନ ମେମୋରିଆଲ ଫୁଟବଲ ଟୁର୍ଣ୍ଣ।ମେଣ୍ଟ ଧର୍ମଗଡ଼କୁ ହରାଇ ମାଟି ଗାଁ ଚମ୍ପିୟାନ

Sunil Chandra Nayak

Leave a Comment

error: Content is protected !!