ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲା ସ୍ତରୀୟ ସର୍ଗିଫୁଲ ପ୍ରତିଯୋଗିତାରେ ଡାବୁଗାଁ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଫଳତା

ଡାବୁଗାଁ,୨୧/୧୧(ମ॰ନି॰ସ॰)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଜିଲା ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ଵାରା ପରିଚାଳିତ ଡାବୁଗାଁ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀମାନେ ଜିଲାସ୍ତରୀୟ ସର୍ଗିଫୁଲ ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କୃତ ହୋଇ ପ୍ରଶଂସିତ ହୋଇଛନ୍ତି | ବରିଷ୍ଠ ବିଭାଗରେ ତର୍କରେ ଅମିତା ଭତ୍ରା (୧ୟ) ବକୃତାରେ କରିସ୍ମା ଚ୍ଛତ୍ରିଆ (୧ୟ), ସୃଜନଶୀଳ ଲିଖନରେ ରୁନିତା ସାନ୍ତା (୧ୟ), କୁଇଜରେ ମିନତୀ ପୂଜାରୀ ଓ ହେମତା ଗଣ୍ଡ (୨ୟ), ଚିତ୍ରାଙ୍କନରେ ସସ୍ମିତା ଧୁରୁଆ (୧ମ), ଏକକ ନୃତ୍ୟରେ ଜସ୍ମିନ ସୁନା (୧ୟ), ଏକକ ଅଭିନୟରେ ବିମଳା ଭତ୍ରା (୨ମ), ଖୋଲା ସ୍ଲୋଗାନ ରେ ରୁନିତା ସାନ୍ତା (୨ୟ), ଦଳଗତ ନୃତ୍ୟରେ (୩ୟ) | ସେହିପରି କନିଷ୍ଠ ବର୍ଗରେ ତର୍କରେ ବିଜୁଳି ମାଝି (୧ମ) , ଏକକ ନୃତ୍ୟରେ ଶିଖାରାଣୀ ହରିଜନ (୨ୟ), ଏକକ ସଂଗୀତରେ ପୁଷ୍ପାଞ୍ଜଳି ଭତ୍ରା (୨ୟ), ବକୃତାରେ ଦିବ୍ୟଶ୍ରୀ ପୂଜାରୀ (୨ୟ) ସ୍ଥାନ ଅଧିକାର କରିଥିଲେ | ଏମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରୀ ମାନେ ରାଜ୍ୟ ସ୍ତରୀୟ ସର୍ଗିଫୁଲ ପ୍ରତିଯୋଗିତାରେ ଭାଗନେବେ | ଛାତ୍ରୀ ମାନଙ୍କ ସଫଳତାରେ ଶିକ୍ଷୟତ୍ରୀ ଶିକ୍ଷକ, ଅଭିଭାବକ ଓ ବିଦ୍ୟାଳୟର ପରିଚାଳନା କମିଟି ସଭ୍ୟମାନେ, ଜିଲା ମଙ୍ଗଳ ଅଧିକାରୀ ସ୍ମୃତି ରଞ୍ଜନ ସାମସ୍ତରାୟ, ବ୍ଲକ ମଙ୍ଗଳ ସଂମ୍ପ୍ରସାରଣ ଅଧିକାରୀ ପ୍ରିୟଚାନ୍ଦ ମଲ୍ଲିକ ଓ ପ୍ରଧାନ ଶିକ୍ଷକ ସୁକାନ୍ତ କୁମାର ସ୍ଵାଇଁ ଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ଉତ୍ତୋରତ୍ତର ଉନ୍ନତି କାମନା କରିଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଅର୍ଥ ସାଜିଛି ବାଧକ,ଅର୍ଥ ଅଭାବରୁ ଏବେ ଶଯ୍ୟାଶାୟୀ ଟିଟୁନୁ

Sunil Chandra Nayak

ରଞ୍ଜନ କୁମାର ପଣ୍ଡା ଙ୍କ କବିତା ଏମିତି କାହିଁକି ପ୍ରଭୁ କରୁଛ

Sunil Chandra Nayak

ଧର୍ମଗଡ଼ ପ୍ରାଥମିକ କୃଷି ସମବାୟ ସମିତି ର ନିର୍ବାଚନ, ବିନା ପ୍ରତିଦ୍ୱନ୍ଦିତା ରେ ନିର୍ବାଚିତ ହେଲେ ସମସ୍ତ କର୍ମକର୍ତ୍ତା

Leave a Comment

error: Content is protected !!