ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲା ଯାଦବ ମହା ସଭା ର କାର୍ଯ୍ୟକ୍ରମ

ନବରଙ୍ଗପୁର ଜିଲ୍ଲା ଯାଦବ ମହାସଭା ତରଫରୁ ସହିଦ୍ ସ୍ତମ୍ଭ ବଡଭରଣ୍ଡି ସହିଦ୍ ବଗା ପୂଜାରୀ ଙ୍କ ସ୍ଥାନରୁ ଅପରାହ୍ନ ୫ ଘଣ୍ଟିକା ସମୟରେ ଉତ୍କଳ ଯାଦବ ମହାସଭା ଓଡ଼ିଶା ର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ପ୍ରଦୀପ ବେହେରା ମହୋଦୟ, ଝରିଗାଁ ବିଧାୟକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ମାଝୀ ମହୋଦୟ, ଶ୍ରୀମତୀ ପରମା ପୁଜାରୀ ମହୋଦୟା, ନବରଙ୍ଗପୁର ଜିଲ୍ଲା ଯାଦବ ମହାସଭା ସଭାପତି ଶ୍ରୀଯୁକ୍ତ ଜ୍ୟୋତି ରଞ୍ଜନ କଂସ ମହୋଦୟ ଙ୍କ ସହ ନବରଙ୍ଗପୁର ଜିଲ୍ଲା ର ସମସ୍ତ କର୍ମକର୍ତ୍ତା ଓ ଯାଦବ ଭାଇ ଭଉଣୀ ମାନେ ସହିଦ୍ ସ୍ତମ୍ଭ ରେ ପୁଷ୍ପ ମାଲ୍ୟାର୍ପଣ କରି ମଶାଲ ଶୋଭାଯାତ୍ରା ଯୋଗେ ଉମରକୋଟ ଅଭିମୁଖେ ବାହାରି ଉମରକୋଟ ସ୍ଥିତ ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି , ସଂଗ୍ରାମୀ ରବି ସିଂ ମାଝୀ ଙ୍କ ପ୍ରତିମୂର୍ତି ଓ ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଦେଇ ଭାରତ ମାତାଙ୍କ ଫଟୋ ସମ୍ମୁଖ ରେ କେଣ୍ଡେଲ ଜଳାଇ ଥିଲେ।ଏହା ପରେ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଜ୍ୟୋତି ରଞ୍ଜନ କଂସ ଙ୍କ ସଭାପତିତ୍ବରେ ସହିଦ୍ ଙ୍କ ସ୍ମୁତି ଚାରଣ ଉଦେଶ୍ୟ ରେ ସଭା ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ପ୍ରଦୀପ ବେହେରା ମହୋଦୟ ଙ୍କୁ ଏବଂ ଯାଦବ ସମାଜ ର ମଞ୍ଚାସୀନ ଅତିଥି ମାନଙ୍କୁ ପୁଷ୍ପମାଲ୍ୟ ସହ ସମ୍ମାନୀତ କରାଯାଇଥିଲା ଏବଂ ରେଜାଙ୍ଗାଲା ସହିଦ୍ ଙ୍କ ଓ ସରକାର ଙ୍କ ନିକଟରେ ବିଭିନ୍ନ ଦାବି ସମ୍ପର୍କରେ ମୂଖ୍ୟ ଅତିଥି ବିଶଦ ଭାବେ ଅଭିଭାଷଣ ପ୍ରଦାନ କରିଥିଲେ। ନବରଙ୍ଗପୁର ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ପର୍ଶୁରାମ ନାୟକ ଧନ୍ୟବାଦ ଅର୍ପଣ ସହ ସଭାସାଙ୍ଗ କରିଥିଲେ।ଏହା ପରେ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ବୈଠକ ଗୃହରେ ଯାଦବ ମହାସଭା ନବରଙ୍ଗପୁର ଜିଲ୍ଲା ତରଫରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ଏବଂ ନୂତନ କର୍ମକର୍ତ୍ତା ଓ ଜିଲ୍ଲା ଯାଦବ ମହାସଭା ର ପୂର୍ଣ୍ଣାଙ୍ଗ ଟିମ୍ କୁ ଆମ ମୂଖ୍ୟ ଅତିଥି ଶ୍ରୀଯୁକ୍ତ ପ୍ରଦୀପ ବେହେରା ମହୋଦୟ ଘୋଷଣା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ୧୦ ଗୋଟି ବ୍ଳକ ର ଯାଦବ ସମାଜ ସଭାପତି ଓ ତାଙ୍କ ଟିମ୍ ଙ୍କ ଅନୁଦାନ ରେ କାର୍ଯ୍ୟକ୍ରମ ହୋଇଛି ଏବଂ ଉମରକୋଟ ବ୍ଳକ ଯାଦବ ସମାଜ ତରଫରୁ କାର୍ଯ୍ୟକ୍ରମ କୁ ସୁଚାରୁରୂପେ ସମ୍ପାଦନା କରିଥିବା ରୁ ସମସ୍ତ ବ୍ଳକ ଟିମ୍ ଙ୍କୁ ନବରଙ୍ଗପୁର ଜିଲ୍ଲା ଯାଦବ ମହାସଭା ତରଫରୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା।ଉମରକୋଟ ବ୍ଳକ ଯାଦବ ସମାଜ ର ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟ ସାଧାରଣ ସମ୍ପାଦକ ସଭାପତି ଶ୍ରୀଯୁକ୍ତ ଶତୃଘନ ଗୈାଡ (ସଭାପତି ଉମରକୋଟ ବ୍ଳକ), ଶ୍ରୀଯୁକ୍ତ ଯଦୁନାଥ ଗୈାଡ (ଉପ ସଭାପତି ଉମରକୋଟ ବ୍ଳକ) ଓ ଶ୍ରୀଯୁକ୍ତ ତ୍ରିନାଥ ମାଝୀ (ସମ୍ପାଦକ ଉମରକୋଟ ବ୍ଳକ) ଙ୍କୁ ସମ୍ବର୍ଦ୍ଧନା ଦିଆଯାଇ ଥିଲା। ଏବଂ ଯାଦବ ମହାସଭା ର ସମସ୍ତ ବୈଠକ ର ଭିଡିଓ ଓ ଫଟୋ କୁ ଉତ୍ତୋଳନ କରି ସର୍ବ ସମ୍ମୁଖ ଯାଦବ ସମାଜ ଗୃପ ମାଧ୍ୟମରେ ଜଣୋଉ ଥିବାରୁ ଝରିଗାଁ ବ୍ଳକ ଯୁବ ଯାଦବ ହିରନ ଗୈାଡ ଙ୍କୁ ସମ୍ମାନିତ କରାଯାଇଥିଲା। ଏବଂ ଭର୍ଚୁଆଲ୍ ବୈଠକ ମାଧ୍ୟମରେ ସମସ୍ତ ଙ୍କୁ ବୈଠକ ରେ ସହଯୋଗ କରୁଥିବା ର ପୂର୍ଣ୍ଣ ଗୈାଡ ଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ।

Related posts

ଭାପୁର ପଞ୍ଚାୟତର ଡ୍ରାଇଭର୍ ମହାସଂଘ ର ମହାନତା

Sunil Chandra Nayak

ଚୋରର ଜୀବନ କିପରି ବଦଳିଗଲା

Sunil Chandra Nayak

ପାଣିରେ ବୁଡି ଛାତ୍ର ଙ୍କ ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!