ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉଦଘାଟନ ହେଲା ଉମରକୋଟ ରେ ନୂଆ ଚର୍ଚ୍ଚ

ନବରଙ୍ଗପୁର /20/11/22/ଆଜି ନବରଙ୍ଗପୁର ଜ଼ିଲ୍ଲା ଉମରକୋଟ ପୌରାଞ୍ଚଳ ର ୮ ନମ୍ବର ୱାର୍ଡ ରେ ଖ୍ରୀଷ୍ଠ ଧର୍ମାଲମ୍ବି ପ୍ରଭୁ ଶ୍ରୀ ଯୀଶୁକ୍ରିଷ୍ଠ ଙ୍କ ନବନିର୍ମିତ ଚର୍ଚ୍ଚ ମହା ଆଡମ୍ବର ସହକାରେ ଉଦଘାଟନ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଭାବେ ଖ୍ରୀଷ୍ଠ ଧର୍ମଗୁରୁ ବିଷଫ ଆର. ଟି. ରେଭ. ବିଧାନ କୁମାର ନାୟକ ଙ୍କ ସହ ସାଇନଡ଼ ଚୈରମେନ ରେଭ. ଅନନ୍ତ ନାଗ,ସମ୍ପାଦକ ପ୍ରଫୁଲ୍ଲ କୁମାର ଭତ୍ରା କୋଷାଧକ୍ଷ ଯଶବୀର ଡାନିଏଲ ପ୍ରମୁଖ ଯୋଗଦେଇ ନୂତନ ଚର୍ଚ୍ଚ ର ଶୁଭ ଉଦଘାଟନ କରିଥିଲେ l ମହାଆଡମ୍ବର ରେ ପାଳିତ ଏହି କାର୍ଯ୍ୟକ୍ରମ ରେ ଡିନ. ରେଭ. ବିଭୁତି ଭୂଷଣ ପାଣି, ଉମରକୋଟ ସି. ଜି. ପି.ସଭାପତି ସରୋଜ କୁମାର ଦଳାଇ,ସି. ଜି. ପି. ଉପ ସଭାପତି ସୁଶାନ୍ତ ଭତ୍ରା, ସି. ଜି. ପି. ସମ୍ପାଦକ ଅରୁଣ ପ୍ରସାଦ ନାୟକ,ସି. ଜି. ପି. କୋଷାଧକ୍ଷ ଜେମସନ ବାଘ ପ୍ରମୁଖ ଉପସ୍ଥିତ ଥିବାବେଳେ, ବୟସ୍କ ସହଯୋଗୀ ଙ୍କ ମଧ୍ୟରେ ଖ୍ରୀଷ୍ଟ ଚନ୍ଦ୍ର ଟାକ୍ରୀ, ମଦନ ମହୋନ ନାୟକ, ଫିରୋଜ ଖରା ଉପସ୍ଥିତ ଥିଲେ l ଏଠାରେ ସୂଚନା ଯୋଗ୍ୟ ଯେ ୨00୩ ମସିହା ରେ ରେଭ. ଆକ୍ରଷିତ ସୁନା ଏହି ଚର୍ଚ୍ଚ ର ଭିତ୍ତି ପ୍ରସ୍ଥର ସ୍ଥାପନ କରିଥବା ବେଳେ,ଦୀର୍ଘ ୧୭ ବର୍ଷ ପରେ ଚର୍ଚ୍ଚ ଟିର କାର୍ଯ୍ୟ ଶେଷ ହୋଇ ଆଜି ଏହାର ଶୁଭ ଉଦଘାଟନ ହୋଇଥିବାରୁ ବହୁ ସଂଖ୍ୟାରେ ଅଞ୍ଚଳ ର ଖ୍ରୀଷ୍ଠ ପ୍ରେମି ଙ୍କ ଯୋଗଦାନ ହୋଇଥିବା ବେଳେ, ଏମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ବୋଲି ସଭାପତି ଏବଂ ଖ୍ରୀଷ୍ଠ ପ୍ରେମି ମାନେ କହିଛନ୍ତି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ।

Related posts

ନେହେରୁ ଯୁବ କେନ୍ଦ୍ର ପକ୍ଷରୁ କୋକସରା କଲେଜରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ନଗେନ୍ଦ୍ର କୁମାର ରାଉତ ଙ୍କ କବିତା ହେ କର୍ମବୀର

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!