ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଙ୍ଗଲ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ

ଡାବୁଗାଁ, ୨୭/୭ ନବରଙ୍ଗପୁର ଜିଲା ଡାବୁଗାଁ ତହସିଲ କାର୍ଯ୍ୟ|ଳୟ ପରିସରରେ ଅଧିକାରରେ ଥିବା ଜଙ୍ଗଲ ଜମି ଚାଷ କରି ଚଳି ଆସୁଥିବା ଜନ ସାଧାରଣ ମାନଙ୍କ ପାଇଁ ୨୦୦୫ ମସିହାରେ ପ୍ରଣୟନ ହୋଇଥିବା ଆଇନ ବଳରେ ସେମାନଙ୍କୁ ଅକ୍ତିଆର କରି ଥିବା ଜମିର ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଆୟୋଜିତ ସଭାରେ ସ୍ଥାନୀୟ ତହସିଲଦାର ସନ୍ଧ୍ୟା ସମରଥଙ୍କ ସଭାପତିତ୍ଵରେ ମୁଖ୍ୟ ଅତିଥି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଡାବୁଗାଁ ବ୍ଲକ ଅଧକ୍ଷା ବୀଣା ମାଝି, ଉପାଧକ୍ଷ ସଦାନନ୍ଦ ନାୟକ, ସାଂସଦ ପ୍ରତିନିଧି ଏମ୍. ଆପ୍ପା ରାଓ, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ମିଶ୍ର, ଡାବୁଗାଁ ପୁର୍ବତନ ସରପଞ୍ଚ ଜି. ପ୍ରକାଶ ରାଓ, ଡଙ୍ଗରିଗୁଡା ସରପଞ୍ଚ ରାମ କୁମାର ଗଣ୍ଡ, ଜୁନାପାଣି ସରପଞ୍ଚ ଦୟା ମାଝି, ଟି. ଜୁଗୁନ୍ ବାବୁ, ଜି. ମୁରଲି ରାଓ ପ୍ରମୁଖ ଉପସ୍ଥିତ ଥିଲେ । ଜଙ୍ଗଲ ଜମି ଅଧିକାର ଆଇନ ବଳରେ ଘୋଡାଖୁଣ୍ଟା ରାଜସ୍ଵ ସର୍କଲ ର ନନ୍ଦପୁରା ଗ୍ରାମାର ୪୮ ଜଣ ଓ ମେଞ୍ଜର ଗ୍ରାମର ୪୯ ଜଣଙ୍କୁ ଅଧିକାରରେ ଥିବା ଜଙ୍ଗଲ ଜମିର ପଟ୍ଟା ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ଘୋଡାଖୁଣ୍ଟା ରାଜସ୍ଵ ନିରିକ୍ଷକ ଗଙ୍ଗାଧର ମହାଙ୍କୁଡ, ଫରେଷ୍ଟ ରାଇଟ୍ ସେଲ୍ କୋ-ଅଡିନେଟର ସୋମ୍ୟ ରଞ୍ଜନ ପଟ୍ଟନାୟକ ଓ ମାଇକେଲ୍ ସେନାପତିଙ୍କ ସହ ଅମର ମାଳି ସହଯୋଗ କରିଥିଲେ । ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ ଙ୍କ ରିପୋର୍ଟ 

Related posts

ନବ ନିର୍ବାଚିତ ଜିଲ୍ଲା ପରିଷଦ ସଭାପତିଙ୍କୁ ନର୍ଲାରେ ସମ୍ବର୍ଦ୍ଧନା

Sunil Chandra Nayak

ଡ଼ାକ୍ତରଖାନାରେ ଅଦ୍ଭୁତ ଶିଶୁ କନ୍ୟାର ଜନ୍ମ

Sunil Chandra Nayak

ଭବାନୀପାଟଣା ଠାରେ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜାଦି କି ଅମୃତ ମହୋତ୍ସବ ର ବିଭିନ୍ନ କାର୍ଯ୍ୟକ୍ରମ ସଂକ୍ରାନ୍ତୀୟ ଏକ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!