ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାମ୍ବାଦିକ ମାନଙ୍କୁ ଜମି ଯୋଗାଇ ଦେବା ନିମନ୍ତେ ପ୍ରଶାସନ ନିକଟରେ ପ୍ରେସକ୍ଲବ ପକ୍ଷରୁ ଦାବି 

ଫୁଲବାଣୀ -: ଫୁଲବାଣୀ ସହରରେ ଦୀର୍ଘ ବର୍ଷ ଧରି ନିଷ୍ଠା ଓ ଆନ୍ତରିକତା ସହ କାର୍ଯ୍ୟ କରି ଆସୁଥିବା କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ସହରରେ ନିଜସ୍ୱ ଜାଗା ନଥିବା ଫଳରେ ସେମାନେ ବହୁ ଅସୁବିଧା ରେ ରହିଛନ୍ତି। ସାମ୍ବାଦିକ ମାନଙ୍କୁ ଜମି ଯୋଗାଇ ଦେବାଲାଗି ପ୍ରେସକ୍ଲବ ପକ୍ଷରୁ ଗତ ଦୁଇ ବର୍ଷ ଧରି ଉଦ୍ୟମ କରାଯାଇ ଆସୁଥିଲା। ଅତିଶୀଘ୍ର କାର୍ଯ୍ୟରତ ପ୍ରେସକ୍ଲବ ସଦସ୍ୟ ମାନଙ୍କୁ ଏକ କମ୍ୟୁନିଟି ହଲ ସହ ଜାଗା ଯୋଗାଇବା ଦେବାଲାଗି ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏଥିରେ ପ୍ରେସ କ୍ଲବ ସଭାପତି ସୁନିଲ କୁମାର ପଟ୍ଟନାୟକ, ସମ୍ପାଦକ ପ୍ରଶାନ୍ତ କୁମାର ବେହେରା, ବରିଷ୍ଠ ସାମ୍ବାଦିକ ସନ୍ତୋଷ ଦିଗାଲ, ସୂର୍ଯ୍ୟ ନାରାୟଣ ବେହେରା, ଶିବ ନାୟକ,ଶିବାନନ୍ଦ ପଟ୍ଟନାୟକ, ଜୟ ସେନ ପରିଡା, ପ୍ରମୁଖ ଉପସ୍ଥିତ ରହି ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା କରିଥିଲେ। ସାମ୍ବାଦିକ ମାନଙ୍କୁ ଯେପରି ଅତି ଶୀଘ୍ର ଜମି ମିଳିବ ସେଥି ପ୍ରତି ସହୃଦୟତାର ସହ ବିଚାର କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ କହିଥିଲେ।ଅତିରିକ୍ତ ଜିଲ୍ଲାପାଳ ଙ୍କର କଥା ଶୁଣି ପ୍ରେସକ୍ଲବ ସଦସ୍ୟ ମାନେ ଖୁସି ବ୍ୟକ୍ତ କରିଥିଲେ।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ

Related posts

ଶିକ୍ଷକ ଡମ୍ବରୁଧର ବେହେରାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ,ବୁବନେଶ୍ୱର , ଆନୁକୁଲ୍ୟରେ ସନନ୍ଦ(୨୦୨୨)

Sunil Chandra Nayak

ଉମାକାନ୍ତ ଦାସ ଙ୍କ କବିତା ପ୍ରେମମୟ ଠାକୁର

ଗ୍ଳୋବାଲ ଇଣ୍ତିଆ ଆଚିଭମେଣ୍ଟ’ ପୁରସ୍କାର ପ୍ରାପ୍ତ ବରିଷ୍ଠ ସାମ୍ବାଦିକ ରବି ରଥ ଓ ଚିକିତ୍ସାବିତ୍ ଡା, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ସମର୍ଦ୍ଧିତ

Sunil Chandra Nayak

Leave a Comment

error: Content is protected !!