ମୁଷ୍କୁଟି / ଆଜି ତା ୧୭/୧୧/୨୦୨୨ ରିଖ ଗୁରୁ ବାର ଦିନ ଅପରାହ୍ନ ଘ ୦୧-୩୦ ମିନିଟ ସମୟରେ ନର୍ଲା ବ୍ଲକ ଅନ୍ତର୍ଗତ ମୁସ୍କୁଟି ପଞ୍ଚାୟତ ଅଧିନ କୁଟେନ ଗ୍ରାମରେ ଆମ୍ ଆଦମୀ ପାର୍ଟି ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଵୈଠକ କୁ ପରିଚାଳନା କରି ଥିଲେ ନର୍ଲା ବ୍ଲକ ସଭାପତି ଏକ୍ସ-ଆର୍ମି ମେନ୍ ତଥା ସମାଜସେବୀ ଶ୍ରୀଭୁପିନ୍ଦ୍ର ଦିପ୍ ।ଏହି ବୈଠକ ରେ ଆମ୍ ଆଦମୀ ପାର୍ଟି ର ଦେୟ ମୁକ୍ତ ବିଜୁଳି, ପାଣି, ସ୍ୱାସ୍ଥ୍ୟ ଓ ଶିକ୍ଷାର ଆଲୋଚନା ହୋଇଥିଲା ଓ ଆମ୍ ଆଦମୀ ପାର୍ଟି ର ମେପିଙ୍ଗ ସିଟ୍ ପୂରଣ କରାଯାଇ ଥିଲା । ଏହି ବୈଠକ ରେ ଉପସ୍ଥିତ ଥିଲେ :-କଲାହାଣ୍ଡି ଜିଲ୍ଲା ଉପଦେଷ୍ଟା ଶ୍ରୀ କ୍ରୁପାସିନ୍ଧୁ ନାୟକ, ଜିଲ୍ଲା ମହିଳା ସଭାନେତ୍ରୀ ଶ୍ରୀମତୀ ମମତା ନାୟକ,ଜିଲ୍ଲା ଉପ ସଭାପତି ବିକାଶ କୁମାର ସାହୁ,ଜିଲ୍ଲା ସଂପାଦକ ଶ୍ରୀ ଡମ୍ବରୁ ଧର ପାଣିଗ୍ରାହୀ,ନର୍ଲା ନିର୍ବାଚନ ମଣ୍ଡଳୀ ସଭାପତି ଶ୍ରୀ ପି ଶଙ୍କର ରେଡ୍ଡି । ଏହି ସଭା ରେ ୫୦ ରୁ ଅଧିକ କର୍ମୀ ଯୋଗ ଦେଇଥିଲେ। ଶେଷରେ ପାର୍ଟି ଓ ଭାରତ ମାତା ର ଜୟ ନାରା କରାଯାଇ ଥିଲା।
ଡମ୍ବରୁଧର ପାଣିଗ୍ରାହୀ ଙ୍କ ରିପୋର୍ଟ