ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କନ୍ଦାଖୋଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ପଦବୀ ପୂରଣ ପାଇଁ ଗ୍ରାମବାସୀଙ୍କ ଦାବି

ଭବାନୀପାଟଣା:୧୯/୧୧ – ମ.ନି.ସ :- ରାଜ୍ୟ ସରକାର ଉନ୍ନତ ମାନର ଶିକ୍ଷା ବ୍ଯବସ୍ଥା କରିବା ପାଇଁ ବିଭିନ୍ନ ସମୟରେ ଅନେକ ଯୋଜନା ପ୍ରସ୍ତୁତ କରୁଛନ୍ତି। ଏହା ସହିତ ବିଭିନ୍ନ ସ୍ଥାନରେ ଛତୁ ଫୁଟିଲା ପରି ବିଦ୍ୟାଳୟ ମାନ ଖୋଲିଛନ୍ତି। ହେଲେ ଯେଉଁଠି ବିଦ୍ଯାଳୟ ରହିଛି ତୋ ସେଠି ଛାତ୍ରଛାତ୍ରୀଙ୍କ ଅଭାବ, ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟରେ ଶିକ୍ଷକ ପଦବୀ ଖାଲି ଯାହାଫଳରେ ଗ୍ରାମାଞ୍ଚଳରେ ଥିବା ଗରିବ ଲୋକଙ୍କ ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଅନ୍ଧାର ହେବାକୁ ବସିଲାଣି। ଶିକ୍ଷା ବ୍ଯବସ୍ଥା କୁ ଗରିବ ଲୋକଙ୍କ ପାଇଁ ସରକାର ଚଳୁ କରୁଥିବା ଭଳି ମନେହୁଏ। ଅନେକ ସ୍ଥାନରେ ଛାତ୍ରଛାତ୍ରୀ ରହିଥିବା ବେଳେ ଶିକ୍ଷକ ପଦବୀ ଖାଲି ରହିଛି। ଏହାକୁ ନେଇ ଅନେକ ସ୍ଥାନରେ ଗ୍ରାମବାସୀ ଶିକ୍ଷକ ପଦବୀ ପୂରଣ ପାଇଁ ଦାବି କରିଥିବା ଜଣାପଡ଼ିଛି। ଏଭଳି ଏକ ଘଟଣା ଘଟିଛି ତାହା ହେଲା କଳାହାଣ୍ଡି ଜିଲ୍ଲା ସଦର ବ୍ଳକ ଅନ୍ତର୍ଗତ ପଲନା ଗ୍ରାମପଞ୍ଚାୟତ କନ୍ଦାଖୋଲ ଗ୍ରାମ ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି, ତେବେ ବିଦ୍ୟାଳୟରେ ସର୍ବୋମୋଟ ୧୭୯ ଛାତ୍ରଛାତ୍ରୀ ଅଧ୍ଯୟନ କରୁଛନ୍ତି। ହେଲେ ଏଥିରେ ୩ ଜଣ ଶିକ୍ଷକ ନିଯୁକ୍ତି ରହିଥିବା ବେଳେ ସେଥିମଧ୍ୟରୁ ଜଣେ ଖେଳ ଶିକ୍ଷକ ରହିଛନ୍ତି। ଯାହାଫଳରେ ଛାତ୍ରଛାତ୍ରୀ ଙ୍କୁ ଶିକ୍ଷାଦାନ କ୍ଷେତ୍ରରେ ଘୋର ଅସୁବିଧା ସମ୍ମୁଖୀନ ହେବାକୁ ପଡୁଛି। ତେଣୁ ଏହି ବିଦ୍ୟାଳୟରେ ଆଉରି ଶିକ୍ଷକ ପଦବୀ ପୂରଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ଡମ୍ବରୁଧର ପାଣିଗ୍ରାହୀ ଙ୍କ ରିପୋର୍ଟ 

Related posts

ମିଶନ ଶକ୍ତି ଗୃହ ଉଦଘାଟନ କଲେ ଧର୍ମଗଡ଼ ବିଧାୟକ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ସତ୍ୟ ନାରାୟଣ ମହାପାତ୍ର ଙ୍କ/ଅନନ୍ୟ ପରମ୍ପରା-ଚତୁର୍ମାସ୍ୟା ବ୍ରତ

Sunil Chandra Nayak

Leave a Comment

error: Content is protected !!