ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗଜଲକ୍ଷ୍ମୀ ବଣିକ ସଙ୍ଘର ସଦସ୍ୟଙ୍କ ଅକାଳ ବିୟୋଗରେ ଶୋକସଭା

ବୌଦ୍ଧ -21/10- ବୌଦ୍ଧ ଜିଲ୍ଲା ଜହ୍ନlପଙ୍କ ଗଜଲକ୍ଷ୍ମୀ ବଣିକ ସଙ୍ଘର ସଦସ୍ୟ ଚନ୍ଦ୍ର ପ୍ରଧାନ(42)ଙ୍କ ଗୁରୁବାର ସନ୍ଧ୍ୟା 6 ଘଣ୍ଟା ସମୟରେ ଅକାଳ ବିୟୋଗ ଘଟିଥିଲା l ସେଇ ଆତ୍ମାର ସଦଗତି ପ୍ରାପ୍ତ ପାଇଁ ବଣିକ ସଙ୍ଘ ସଭାପତି ବଶିଷ୍ଠ ପ୍ରଧାନଙ୍କ ସଭାପତିତ୍ୟରେ ଏକ ଶୋକସଭା ଶୁକ୍ରବାର ଜହ୍ନlପଙ୍କ ବସଷ୍ଟାଣ୍ଡ ଠାରେ ଅନୁଷ୍ଠିତ ହୋଇଥିଲା l ଏଥିରେ ବଣିକ ସଙ୍ଘର ଏକ ବୈଠକ କରାଯାଇ ଦୁଇ ମିନିଟ ନିରବ ପ୍ରାଥନା କରାଯାଇଥିଲା l ଚନ୍ଦ୍ରଙ୍କୁ ମନେ ପକାଇବା ପାଇଁ ଶନିବାର ଗୋଟିଏ ଦିନ ସମସ୍ତ ଦୋକାନ ବନ୍ଦ ରଖିବାକୁ ସଭାପତି ବଶିଷ୍ଠ ପ୍ରଧାନ ସମସ୍ତ ସଦସ୍ୟଙ୍କୁ ସୂଚନା ଦେଇଥିଲେ l ତେଣୁ ଆସନ୍ତା କାଲି ଜହ୍ନlପଙ୍କର ସମସ୍ତ ଦୋକାନ ବନ୍ଦ ରହିବ l ଏହି ଶୋକ ସଭାରେ ସମ୍ପାଦକ ସୁଦାମ ଚନ୍ଦ୍ର ମେହେର, ପ୍ରକାଶ ମେହେର, ପଞ୍ଚାନନ ପ୍ରଧାନ, ପ୍ରଫୁଲ୍ଲ ଜେନା, ବାଦଲ ବେହେରା, ସୌମିତ୍ରୀ ବାରିକ, ଟୁନା ବାରିକ , ଅରୁଣ ପ୍ରଧାନ,ଅମିତ ପ୍ରଧାନ, ଗୋଲେଖ ବେହେରା ପ୍ରମୁଖ ପ୍ରମୁଖ ସାମିଲ ହୋଇ ନିରବ ପ୍ରାଥନା କରିଥିଲେ l

ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ଖିଚିଂରେ ବିଶ୍ବ ଯୋଗଦିବସ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଦ୍ବାରା ଉଦଘାଟିତ 

Sunil Chandra Nayak

ମାଷ୍ଟର ସେଣ୍ଟର ଉଦଘାଟ

Sunil Chandra Nayak

ପୁରୁଷୋତ୍ତମ ମିଶ୍ର ଙ୍କ ପରଲୋକ 

Leave a Comment

error: Content is protected !!