ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମା ହରଗୌରୀ ଦେବୀଙ୍କ ସୁଳି ଯାତ୍ରା ଓ ଦଶହରା ଯାତ୍ରା ପାଳିତ

  ଜୁନାଗଡ଼ -:  ,୨୧/୧୦(ମ ନି ସ)  ଜୁନାଗଡ଼ ସହରର ହିଂଜିଲିବାହାଳି ଛକ ସ୍ଥିତ ମା ହରଗୌରୀ ପୀଠରେ ବାର୍ଷିକ ସୁଳିଯାତ୍ରା ଓ ଦଶହରା ଯାତ୍ରା ସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଏହି ଯାତ୍ରା ଦେଖିବା ପାଇଁ ବିଭିନ୍ନ ଅଞ୍ଚଳରୁ ଅନେକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ହରଗୌରୀ ଙ୍କ ଏହି ପୀଠରେ ବର୍ଷକୁ ଦୁଇଥର ମୁଖ୍ୟ ଯାତ୍ରା ଅନୁଷ୍ଠିତ ହୋଇଥାଏ।ଚୈତ୍ର ଓ ଦଶହରାରେ ମାଙ୍କ ଏହି ପ୍ରମୁଖ ଯାତ୍ରା ଅନୁଷ୍ଠିତ ହୋଇଥାଏ।ଏହାର ମୂଳ ପୀଠ ନୂଆପଡା ଛତିଶଗଡ଼ ସୀମା ଦେଉଳପଡା ରେ ରହିଛି। ଦୀର୍ଘ କୋଡିଏ ବର୍ଷ ହେଲା ଏ ଅଂଚଳର ଶ୍ରଦ୍ଧାଳୁ ଏଠାରେ ପିଠ ପ୍ରତିଷ୍ଠା କରି ମା ଙ୍କ ପୂଜା କରିଆସୁଥିବା ମୁଖ୍ୟ ଶିରା ଟୁନାବାବା ପ୍ରକାଶ କରିଛନ୍ତି।ଦଶହରା ସୁଳିଯାତ୍ରା ମହାଳୟାରୁ ସ୍ୱତନ୍ତ୍ର ରୀତିନୀତି ଅନୁଯାୟୀ ମାଙ୍କ ପୂଜା ଚାଲିଥାଏ ଏବଂ ଶେଷରେ ତିନି ଦିନ ଏହିଯାତ୍ରା ଅନୁଷ୍ଠିତ ହୋଇଥାଏ। ଏଥିନେଇ ପ୍ରଥମ ଦିନରେ ନିସିପୁଜା ଅନୁଷ୍ଠିତ ହୋଇଥିଲା ଏଥିସହ ସୁଳିଯାତ୍ରା ଏବଂ ମାଙ୍କ ଲକ୍ଷ୍ମୀ ରୁପରେ ଭଣ୍ଡାରଘର ପ୍ରବେଶ ଅନୁଷ୍ଠିତ ହୋଇଥିଲା।ମୁଖ୍ୟ ଶିରା ଟୁନା ବାବା ଙ୍କୁ ମା ଆବିର୍ଭାବ ହୋଇ ଭକ୍ତଙ୍କ ସୁଖଦୁଃଖ ବୁଝି ଆଶୀର୍ବାଦ କରିଥିଲେ। ଲାଠୁଆ ଶିରା ଭକ୍ତ କୈବର୍ତ,ଗେଁଜି ଶିରା ଭାବେ ପିଙ୍କୁ ଦୁର୍ଗା ମା ଙ୍କ ମହିମା ପ୍ରଦର୍ଶନ କରିଥିଲେ।ସେହିପରି ତୀର୍ଥରଜ ରଣା,ପିତ ଭଇସାଲ,ବିପିନ ବେମାଲ,ଅଡେଶ୍ୱର ସେନାପତି ପ୍ରମୁଖ ପୂଜକ ପ୍ରତିଦିନ ପୂଜା ସମ୍ପାଦନା କରିଥିଲେ।ବିଭିନ୍ନ ଦିନରେ ଭୋଗ ବଳି ଦିଆଯାଇ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା।ଏହିଯାତ୍ରା ରେ ପୀଠ କମିଟିରୁ ଗୌରଚନ୍ଦ୍ର ରଥ, ବଳିୟାର ଭୋଇ,ଶଶୀଦାସ, ହେମନ୍ତ ନାଏକ, ପ୍ରକାଶ ନିଆଲ, ପରୀକ୍ଷିତ ଗହୀର, ଜନ୍ମେ ଚଣ୍ଡୀ, ବିଜୟ ଚନ୍ଦ୍ର ରଣା ପ୍ରମୁଖ ସହଯୋଗ କରିଥିଲେ। 

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ରାଉରକେଲା କଲେଜ ‘ଓଡିଆ ବିଭାଗ’ର ‘ସ୍ବାଗତ ସମ୍ବର୍ଦ୍ଧନା ଓ ସମାବର୍ତ୍ତନ ଉତ୍ସବ’ ଅବସରରେ ଆଲୋଚନାଚକ୍ର

Sunil Chandra Nayak

ବ୍ଲେଡ ମାଡ଼ରେ ଯୁବତୀ ଗୁରୁତର

Sunil Chandra Nayak

ମାଁ ମାଣିକେଶ୍ଵରୀ ଙ୍କ ଛତର ଯାତ୍ରା..

Sunil Chandra Nayak

Leave a Comment

error: Content is protected !!