ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜା ଆର୍ତ୍ତରାଣ ଉଚ୍ଚ ବିଦ୍ୟାଳୟ ରେ ଉତ୍କଳ ଦିବସ ପାଳିତ

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ରାଜା ଆର୍ତ୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ବରିଷ୍ଠ ଶିକ୍ଷକ ଅକ୍ଷୟ କୁମାର ରଥଙ୍କ ସଭାପତିତ୍ୱରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ସମାରୋହରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ଶିକ୍ଷାବିତ୍ ସତୀଶ କୁମାର ପଟ୍ଟନାୟକ ଓ ମୁଖ୍ୟବକ୍ତା ଭାବରେ ଅବସରପ୍ରାପ୍ତ ଶିକ୍ଷକ ଜିତେନ୍ଦ୍ର ନାଥ ପାଢ଼ୀ ଯୋଗଦାନ କରି ଉତ୍କଳ ପ୍ରଦେଶ ଗଠନରେ ମହାପୁରୁଷ ମାନଙ୍କ ଅବଦାନ ସଂପର୍କରେ ସ୍ମୃତି ଚାରଣ କରିବା ସହିତ ଆମ ରାଜ୍ୟର ଅଖଣ୍ଡତା ଓ ପ୍ରଗତି ପାଇଁ ଆମେ ସତତ ପ୍ରଯତ୍ନଶୀଳ ହେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟର ଶିକ୍ଷକ ଗୌରାଙ୍ଗ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ବରିଷ୍ଠ ଶିକ୍ଷକ ସୁର ବିଜୟ କାନ୍ତ ତାଣ୍ଡି ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ବିଜ୍ଞାନ ଶିକ୍ଷକ ଅଶୋକ କୁମାର ବେହେରା ଧନ୍ୟବାଦ ଅର୍ପଣ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ। ଶିକ୍ଷକ ଗୌରୀ ଶଙ୍କର ଦୁବେ ଓ ପ୍ରଶାନ୍ତ କୁମାର ପଣ୍ଡା ଉତ୍କଳ ଦିବସ ଉପରେ ଉଦବୋଧନ ଦେଇଥିଲେ। ଆୟୋଜିତ କୁଇଜ, ଦେଶାତ୍ମବୋଧକ ଗୀତ ଓ ବକ୍ତୃତା ପ୍ରତିଯୋଗିତାରେ ବିଚାରକ ଭାବେ ଶିକ୍ଷକ ପ୍ରଭୁଦତ୍ତ ପୁରୋହିତ, ରାଜଶ୍ରୀ ଦଣ୍ଡସେନା, ନିରଞ୍ଜନ ବିଶ୍ୱାଳ, ଶିବପ୍ରସାଦ ସାହୁ, ଶ୍ୟାମ ନାରାୟଣ ମୁଣ୍ଡ ପ୍ରମୁଖ ଦାୟିତ୍ୱ ନିର୍ବାହ କରିଥିଲେ। ପରିଶେଷରେ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ତେନ୍ତୁଳିଖୁଣ୍ଟି ଲ୍ୟାମ୍ପ ର ସାଧାରଣ ପରିଷଦ ବୈଠକ

Sunil Chandra Nayak

ମଧୁସ୍ମିତା ରାଉତ ଙ୍କ କବିତା ଅଫେରା ଫଗୁଣ

Sunil Chandra Nayak

ମାନସିକ ଭିନ୍ନକ୍ଷମ ମହିଳାଙ୍କୁ ଆବାସ ଯୋଗାଇବା ପାଇଁ ଜିଲ୍ଲାପାଳଙ୍କୁ ଦରଖାସ୍ତ

Sunil Chandra Nayak

Leave a Comment

error: Content is protected !!