ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ରାଇରଙ୍ଗପୁରରେ ବିଶ୍ବ ରକ୍ତଦାତା ଦିବସ ପାଳିତ

ମୟୂରଭଞ୍ଜ- ୧୪/୬/୨୨(ମସିହା) ରକ୍ତଦାନ ମହତ ଦାନ । ନିଜର ରକ୍ତଦାନ କରି ଅନ୍ୟର ଦୁର୍ଲଭ ଜୀବନକୁ ବଂଚାଇବା ଭଳି ପୂଣ୍ଯକାମ ଆଉ କିଛି ନାହିଁ ।ଦେଶର ସୈନିକ ଭଳି ରକ୍ତଦାତାମାନେ ମଧ୍ୟ କୌଣସି ଗୁଣରେ କମ୍ ନୁହନ୍ତି । ଆଜି ବିଶ୍ଵ ରକ୍ତଦାତା ଦିବସ ।ଏହି ରକ୍ତଦାତା ଦିବସ ଅବସରରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ବିଶ୍ବ ରକ୍ତଦାତା ଦିବସ ପାଳନ କରାଯାଇଥିଲା । ଏଥିରେ ରାଇରଙ୍ଗପୁର ମହାବିଦ୍ୟାଳୟ ର ଏନଏସଏସ ଏବଂ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ଏନଏସଏସ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ ।ପ୍ରାରମ୍ଭରେ ସାରା ସମାଜକୁ ବିଶ୍ବ ରକ୍ତଦାତାଙ୍କ ଉପରେ ସଚେତନତା ସୃଷ୍ଟି କରାଇବା, ଯୁବଗୋଷ୍ଠୀଙ୍କୁ ରକ୍ତଦାନ କରିବା ପାଇଁ ଉତ୍ସାହିତ କରିବା ନେଇ ମିଳିତ ଭାବେ ସମସ୍ତେ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରି ସହରବାସୀଙ୍କୁ ସଚେତନ କରାଇଥିଲେ ।ଏହି ମହାର୍ଘ୍ଯ କାର୍ଯ୍ୟକ୍ରମରେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ରାଇରଙ୍ଗପୁର ପୌରାଧ୍ଯକ୍ଷ ଅଭିଷେକ ପଟ୍ଟନାୟକ,ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ମୁଖ୍ୟ ଡାକ୍ତର ସାଗର ନାଏକ, ରାଇରଙ୍ଗପୁର ରକ୍ତ ଭଣ୍ଡାର ଅଧିକାରୀ ଡ଼ଃ ପବିତ୍ର ପ୍ରତ୍ୟୁଷ ମିଶ୍ର, ରାଇରଙ୍ଗପୁର ଉପଖଣ୍ଡ ପୋଲିସ ପ୍ରଶାସକ ରତିକାନ୍ତ ଗିରି, ରାଇରଙ୍ଗପୁର ମହାବିଦ୍ୟାଳୟ ଏନଏସଏସ ଅଧିକାରୀ ଅଧ୍ୟାପକ ରାଜେଶ ରାମ, ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ଏନଏସଏସ ଅଧିକାରୀ ବିଜୟ ରାମଙ୍କ ସମେତ ସ୍ବେଛାସେବୀ, ଗଣମାଧ୍ୟମ ସାମିଲ ହୋଇଥିଲେ ।ପରେ ଏକ ସଚେତନତା ସଭା ରାଇରଙ୍ଗପୁର ହସ୍ପିଟାଲରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସାମ୍ବାଦିକ ତୁଷାର କାନ୍ତ ମହାନ୍ତଙ୍କ ସମେତ ୬ ଜଣ ରକ୍ତଦାତାଙ୍କୁ ବିଶେଷ ଉଲ୍ଲେଖନୀୟ କାର୍ଯ୍ୟ ଯୋଗୁଁ ଅତିଥିଗଣ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ।ପରେ ରକ୍ତ ଭଣ୍ଡାର ପରିସରରେ ଏକ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।୧୮ ଜଣ ରକ୍ତଦାତା ଏଭଳି ଘଡିଷନ୍ଧି ଗୁଳୁଗୁଳି,ଗ୍ରୀଷ୍ମ ପ୍ରବାହକୁ ଖାତିର ନକରି ଦୁର୍ଲଭ ଜୀବନକୁ ବଂଚାଇବାପାଇଁ ରକ୍ତଦାନ କରି ନିଜକୁ ଧନ୍ୟ ମଣିଥିଲେ ।

ମୟୂରଭଞ୍ଜରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

Related posts

ଭୂମିକା ଚକ୍ଷୁ ଚିକିତ୍ସାଳୟ ,କରଂଜିଆ ଆନୁକୁଲ୍ୟରେ ରାଇରଙ୍ଗପୁରରେ ମାଗଣା ମୋତିଆବିନ୍ଦୁ ଚିହ୍ନଟ ଶିବିର

Sunil Chandra Nayak

ଦେଶରେ ଉପରମୁହାଁ କରୋନା ସଂକ୍ରମଣ

Sunil Chandra Nayak

ବେଦାନ୍ତ ଲିମିଟେଡ୍ ସିଏସ୍ଆର୍ ବିଭାଗ ଓ ବେଦାନ୍ତ ହସ୍ପିଟାଲ ଆନୁକୂଲ୍ୟରେ ମେଗା ସ୍ବାସ୍ଥ୍ୟ ଶିବିର

Leave a Comment

error: Content is protected !!