ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଯୁବରେଡକ୍ରସ ତରଫରୁ ବିଶ୍ବ ଏଡ଼ସ୍ ଦିବସ ପାଳିତ : ପ୍ରତ୍ୟେକ କ୍ଷେତ୍ରରେ ଅସମାନତା ଦୂର ହେଉ

ଧର୍ମଗଡ:୦୧/୧୨/୨୨ ; ଧର୍ମଗଡ ଠାରେ ଆଜି ବିଶ୍ଵ ଏଡ୍ସ ଦିବସ ପାଳିତ ହୋଇଯାଇଛି । ଧର୍ମଗଡ ପଞ୍ଚାୟତ ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ, ମଡ଼ର୍ଣ୍ଣ ଡ଼ିଗ୍ରୀ କଲେଜ ସମେତ ବେହେରା ସ୍ଥିତ ଲଖିରାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବିଶ୍ବ ଏଡ଼ସ୍ ଦିବସ ପାଳିତ ହୋଇଯାଇଛି। ଏଡସ୍ ଦିବସ ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଏଡ଼ସ୍ ସଂପର୍କିତ ଶିରୋନାମାରେ ପ୍ରବନ୍ଧ, ଚିତ୍ରାଙ୍କନ,ବକ୍ତୃତା,କ୍ୟୁଜ ପ୍ରତିଯୋଗିତା କରି କୃତି ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା। ବେହେରା ଠାରେ ଯୁବରେଡକ୍ରସ ଶାଖା ତରଫରୁ ଆୟୋଜିତ ସଭାରେ ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାଏକ ଅଧ୍ୟକ୍ଷତା କରିଥିଲେ । ଅଧ୍ୟାପକ ରଂଜନ କୁମାର ପଣ୍ଡା ରିସୋର୍ସ ପରସନ ଭାବରେ ଯୋଗଦେଇ ଅସମାନତା ହିଁ ଏଡ଼ସ୍ ବ୍ୟାପିବାର ଅନ୍ୟତମ କାରଣ ହୋଇଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ସମାନତା ଆଣିବା ନିତାନ୍ତ ଆବଶ୍ୟକ ରହିଛି ବୋଲି କହିବା ସହ ଯୁବପିଢ଼ି ଏଡ଼ସ୍ ବିଷୟରେ ଜାଣି ସଚେତନ ହେଲେ ଏଡ଼ସ୍ ଆକ୍ରାନ୍ତଙ୍କ ସଂଖ୍ୟା କମିବ ବୋଲି କହିଥିଲେ । ଅଧ୍ୟାପକ ଅକ୍ଷୟ ପଟ୍ଟନାୟକ, ନିକୁଞ୍ଜ ବିହାରୀ ସାହୁ,ସୁରେନ୍ଦ୍ର ସାହୁ,ଫକୀର ନାରାୟଣ ଚଣ୍ଡି ସମ୍ମାନିତ ଅତିଥି ଭାବରେ ମଞ୍ଚାସୀନ ଥିଲେ।ଯୁବରେଡକ୍ରସ ପରାମର୍ଶଦାତା ମୋହନ ଚରଣ ବିଷି ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସେହିପରି ଧର୍ମଗଡ ମହିଳା ମହାବିଦ୍ୟାଳୟ ଠାରେ ଆୟୋଜିତ ଏଡ୍ସ ଦିବସ କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷା ଶ୍ରୀମତୀ ପ୍ରିୟମ୍ବଦା ଚାନ୍ଦ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ଶିବରାମ ମିଶ୍ର ଓ ସମ୍ମାନିତ ଅତିଥି ଭାବେ ମମତା ତ୍ରିପାଠୀ ଯୋଗ ଦେଇଥିଲେ । ଅଧ୍ୟାପକ ବଙ୍କିମ ଚନ୍ଦ୍ର ମୁଣ୍ଡ କାର୍ଯ୍ୟକ୍ରମ ପରିଚାଳନା କରିଥିଲା ବେଳେ ସଞ୍ଜୀବ ମୁଣ୍ଡ ଧନ୍ୟବାଦ୍ ପ୍ରଦାନ କରିଥିଲେ ।ପଞ୍ଚାୟତ ମହାବିଦ୍ୟାଳୟ ଠାରେ ଆୟୋଜିତ ଏଡ୍ସ ଦିବସ କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷ ଜଗନ୍ନାଥ ରାଓ ସଭାପତିତ୍ବ କରିଥିଲେ । ଯୁବ ରେଡକ୍ରସ ସଂଯୋଜକ ସରୋଜ ପଣ୍ଡା, ଅଧ୍ୟାପକ ବସନ୍ତ ପଣ୍ଡା, ଲିଙ୍ଗରାଜ ପାତ୍ର, ନିମାଇଁ ଚରଣ ପାତ୍ର ପ୍ରମୁଖ ମଞ୍ଚା ସିନ ଥିଲେ । ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଏହି ଅବସର ରେ ଏକ ସଚେତନତା ରାଲି ସହର ପରିକ୍ରମା କରି ଏଡ୍ସ ଉପରେ ସଚେତନତା ସୃଷ୍ଟି କରିଥିଲା ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ଓଡ଼ିଶା ପ୍ରାନ୍ତୀୟ ମାରୱାଡ଼ି ଯୁବାମଞ୍ଚର ଆହ୍ବାନ କ୍ରମେ ଧର୍ମଗଡ ମାରୱାଡି ଯୁବା ମଞ୍ଚ ପକ୍ଷରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର

Sunil Chandra Nayak

ନର୍ଲା ବ୍ଲକ୍ ଅଧିନ ରୁପ୍ରା, ମୁସ୍କୁଟି, ଗିଗିନା ଓ କର୍ମେଗାଁ ସମେତ ସମଗ୍ର ଅଞ୍ଚଳରେ ଫାଇଲେରିଆ ନିରାକରଣ ଅଭିଯାନ ଓ ସାର୍ବଜନୀନ ବାତଜ୍ୱର ଔଷଧ ସେବନ କାର୍ଯ୍ୟକ୍ରମର ଶୁଭାରମ୍ଭ 

Sunil Chandra Nayak

ଚିଙ୍ଗୁଡ଼ିପାସ ଗ୍ରାମରେ ଝାଡାବାନ୍ତି ଆତଙ୍କ ଜଣେ ମୃତ, ୨ ଜଣ ଗୁରୁତର, ଜଣେ ଆକ୍ରାନ୍ତ

Sunil Chandra Nayak

Leave a Comment

error: Content is protected !!