କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନରସିଂହପୁର ଗ୍ରାମର ଲକ୍ଷ୍ମୀନାରାୟଣ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ହେଉଥିବା ଲକ୍ଷ୍ମୀ ପୂଜା ବା ଲକ୍ଷ୍ମୀ ସୁଆଙ୍ଗ ନାଟକ ଗୁରୁବାର ଉଦଯାପିତ ହୋଇଯାଇଛି l ଚଳିତ ବର୍ଷ ଏହି ଅନୁଷ୍ଠାନ ଦ୍ବିତୀୟ ସଂକଳ୍ପ ର ନବମ ବର୍ଷରେ ପଦାର୍ପଣ କରିଛି l ଅନୁଷ୍ଠାନର ନାଟ୍ୟଗୁରୁ କୃଷ୍ଣଚନ୍ଦ୍ର ରଣାଙ୍କ ରଚିତ ଓ ନିର୍ଦ୍ଦେଶିତ ପୌରାଣିକ ନାଟକ ସମୁଦ୍ର ମନ୍ଥନ, ଲକ୍ଷ୍ମୀ ସ୍ଵୟଂମ୍ବର, ଲକ୍ଷ୍ମୀ ବିବାହ, ଚାଣ୍ଡାଳୁଣୀଙ୍କ ଲକ୍ଷ୍ମୀ ପୂଜା ନାଟକ ଗୁଡ଼ିକ ରାତ୍ରୀରେ ମଞ୍ଚସ୍ଥ ହୋଇଥିଲା l ଗୁରୁବାର ତୃତୀୟ ପାଳି ଓ ଚତୁର୍ଥ ପାଳିରେ ହୋଇଥିବା ଏହି ସୁଆଙ୍ଗ ନାଟକରେ ବରୁଣ ରାଜା ଭୂମିକାରେ- ଛନ୍ଦା ଚରଣ ରଣା, ଲକ୍ଷ୍ମୀ ଭୂମିକାରେ- ନିତ୍ୟାନନ୍ଦ ରଣା, ଜଗନ୍ନାଥ ଭୂମିକାରେ- ପୂର୍ଣ୍ଣଚନ୍ଦ୍ର ରଣା, ବଳରାମ ଭୂମିକାରେ- ଇଲୁ ରଣା, ଚାଣ୍ଡାଳୁଣୀ ଭୂମିକାରେ- ତପୋବନ୍ତ ରଣା, ମୃଦଙ୍ଗ ବାଦକ ଭାବରେ ଦୁର୍ବାସା ରଣାଙ୍କ ସମେତ ବହୁ କଳାକାର ଅଭିନୟ କରିଥିଲେ l ଏଥିରେ ଅନୁଷ୍ଠାନର ହୃଷୀକେଶ ରଣା କର୍ତ୍ତା ରହିଥିବା ବେଳେ ପୂଜକ ଭାବେ ଗିରିଶ ଚନ୍ଦ୍ର ମିଶ୍ର ପୂଜା କାର୍ଯ୍ୟ ତୁଳାଇ ଥିଲେ l ଅନୁଷ୍ଠାନ ର ସଭାପତି ଘନଶ୍ୟାମ ରଣା ଓ ସମ୍ପାଦକ ନାଥ ରଣାଙ୍କ ନେତୃତ୍ବରେ ସମସ୍ତ ସଦସ୍ୟ ବିଭିନ୍ନ କାର୍ଯ୍ୟରେ ସାହାଯ୍ୟ ସହଯୋଗ କରିଥିଲେ l
କର୍ଲାମୁଣ୍ଡା ରୁ ସୁଶାନ୍ତ ରଣାଙ୍କ ରିପୋର୍ଟ