ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଦ୍ଵିତୀୟ ଇଶ୍ଵର

ଦ୍ଵିତୀୟ ଇଶ୍ଵର

ଉପେନ୍ଦ୍ର କୁମାର ବସ୍ତିଆ

    
କବିର କଲମ କମାଣ ସମାନ 
    ଭାବର ପରଶ ମଣି 
ଆକାଶ କଇଁଆ ଚିଲିକା ମାଛକୁ 
    ଯୋଡିଦିଏ କାବ୍ୟେ ଆଣି ।।
 ସ୍ୱର୍ଗୀୟ ସୁଷମା ବିଛାଇ ଦିଅଇ
    ଘାସ ଶେଯ ଗାଲିଚାରେ 
କବି ତୁମେ ସ୍ରଷ୍ଟା ଚିର ବନ୍ଦନୀୟ 
    ତବ ସୃଷ୍ଟି ଦ୍ୱାରେ ଦ୍ୱାରେ ।।
ବିପ୍ଳବର ଅଗ୍ନି ଜଳାଇ ଦେଇଛ 
    ତୁମରି କଲମ ମୁନେ 
ଶୁଣାଇଛ ତୁମେ ସମର ସଙ୍ଗୀତ 
    ଏ ଜାତିର କାନେକାନେ ।।
କବିର କଲମେ ଫିରିଙ୍ଗ ଫେରିଛି 
    ଚାବୁକ ପ୍ରହାର ଖାଇ 
ଫୁଟିଛି ବନ୍ଧୁକ ଗୁଳି କଲମର 
    କବିତା ବାରୁଦ ହୋଇ ।।
କବି କାବ୍ୟ ବାଣୀ ଫୁଟାଏ ମେଦିନୀ 
    ଶ୍ରାବଣ ଆକାଶେ ଜ୍ୟୋସ୍ନା 
ରୁଦ୍ର ବଇଶାଖେ ପଥିକର ଡାକେ 
    ଶୁଖିଲା ନଈରେ ବନ୍ୟା ।।
ମମତା କଲମେ ଆଙ୍କିଦିଏ କବି 
    ସମତାର ନବ ଛବି 
ଖୋଲି ଦେଇପାରେ ତୃତୀୟ ନୟନ 
    ହେ ବିଶ୍ଵ ବିଜୟୀ କବି ।।
କବି ହିଁ ଅମର କବିତା ଅମର 
    ଶାନ୍ତିର କପୋତ ଟିଏ 
ସାହିତ୍ୟ ସାଧନେ କାଳଜୟୀ ରୂପି
    ଦ୍ଵିତୀୟ ଇଶ୍ଵର ସିଏ ।।

ରାଉରକେଲା

Related posts

ବାଲେଶ୍ବର – ମା’ ଧଉଳିଛତ୍ର ଠାକୁରାଣୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ବିଦାୟୀ ସମ୍ବର୍ଦ୍ଧନା

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ ସତ୍ୟମ୍ ଶିବ ସୁନ୍ଦର

Sunil Chandra Nayak

Leave a Comment

error: Content is protected !!