ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିରୁପମା ପାଣି ଙ୍କ କବିତା ଜୀବନଟା ଗୋଟେ ରାଜରାସ୍ତା ଭଳି

ଜୀବନଟା ଗୋଟେ ରାଜରାସ୍ତା ଭଳି

         

ନିରୁପମାପାଣି 

ଜୀବନଟା ଗୋଟେ ରାଜରାସ୍ତା ଭଳି
ଆଗକୁ ଯାଇଛି ମାଡି
ଯେତେ ଚାହିଁ ହଲେବି ଶେଷ ତା ର ନାହିଁ 
ଯାଇନି କେଉଁଠି ଛିଡି!!
କେତେ ଆସିଲେଣି ଜୀବନ ରାସ୍ତାରେ
କେତେଯେ ଗଲେଣି ଫେରି
ହିସାବ ରଖିନି ଜଣେବି କାହାକୁ
ସଭିଙ୍କୁ ଯାଇଛି ଭୁଲି!!
କିଏ ହସେଇଲା କିଏ କନ୍ଦେଇଲା
ସମୟ ତାହାର ସାକ୍ଷୀ
ଜଣେଏକା ସେଇ ଏଇ ଦୁନିଆଁରେ
ସବୁ ସତ ପାରେ ଦେଖି!!
ମୁଖାପିନ୍ଧା ଲୋକ ସବୁ ଏଠି ଠକ
ପଛରୁ ମାରନ୍ତି ଛୁରି
ମିଠାକଥା କହି ଆପଣାର ହୋଇ
ଶେଷେ ହୁଅନ୍ତି ବଇରି!!
ସ୍ୱାର୍ଥ ଥିବାଯାଏ ସଭିଏଁ ନିଜର
ବିନା ସ୍ୱାର୍ଥେ ଶତୃ ଜାଣ
ଆହାକହିବେନି ସାହାବି ହେବିନି
ଖୋଜିଚାଲିଥିବେ ଧନ!!
ଅଣ୍ଟିଛୁରି ହୋଇ ତଣ୍ଟି କାଟିଦେବେ
ସ୍ୱାର୍ଥରେ ଆସିଲେ ବାଧା
ଏମିତି ସମାଜେ ମଣିଷ ଜନମ
ଦିଏ ଯାହା ହୃଦେ ବାଧା!!
       

ଚାନ୍ଦବାଲି , ଭଦ୍ରକ୍

Related posts

ରାଉରକେଲା – ଜ୍ଞାନଜ୍ୟୋତି ପବ୍ଲିକ୍ ସ୍କୁଲରେ ବିଶ୍ବ ପରିବେଶ ଦିବସ ପାଳନ

ଅବିନାଶ ମହାପାତ୍ର  ଙ୍କ କବିତା ତୁମ ପାଦତଳେ ପ୍ରଭୁ

Sunil Chandra Nayak

ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଶିକ୍ଷକଙ୍କ ସ୍ତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ

Sunil Chandra Nayak

Leave a Comment

error: Content is protected !!