ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିରୁପମା ପାଣି ଙ୍କ କବିତା ଜୀବନଟା ଗୋଟେ ରାଜରାସ୍ତା ଭଳି

ଜୀବନଟା ଗୋଟେ ରାଜରାସ୍ତା ଭଳି

         

ନିରୁପମାପାଣି 

ଜୀବନଟା ଗୋଟେ ରାଜରାସ୍ତା ଭଳି
ଆଗକୁ ଯାଇଛି ମାଡି
ଯେତେ ଚାହିଁ ହଲେବି ଶେଷ ତା ର ନାହିଁ 
ଯାଇନି କେଉଁଠି ଛିଡି!!
କେତେ ଆସିଲେଣି ଜୀବନ ରାସ୍ତାରେ
କେତେଯେ ଗଲେଣି ଫେରି
ହିସାବ ରଖିନି ଜଣେବି କାହାକୁ
ସଭିଙ୍କୁ ଯାଇଛି ଭୁଲି!!
କିଏ ହସେଇଲା କିଏ କନ୍ଦେଇଲା
ସମୟ ତାହାର ସାକ୍ଷୀ
ଜଣେଏକା ସେଇ ଏଇ ଦୁନିଆଁରେ
ସବୁ ସତ ପାରେ ଦେଖି!!
ମୁଖାପିନ୍ଧା ଲୋକ ସବୁ ଏଠି ଠକ
ପଛରୁ ମାରନ୍ତି ଛୁରି
ମିଠାକଥା କହି ଆପଣାର ହୋଇ
ଶେଷେ ହୁଅନ୍ତି ବଇରି!!
ସ୍ୱାର୍ଥ ଥିବାଯାଏ ସଭିଏଁ ନିଜର
ବିନା ସ୍ୱାର୍ଥେ ଶତୃ ଜାଣ
ଆହାକହିବେନି ସାହାବି ହେବିନି
ଖୋଜିଚାଲିଥିବେ ଧନ!!
ଅଣ୍ଟିଛୁରି ହୋଇ ତଣ୍ଟି କାଟିଦେବେ
ସ୍ୱାର୍ଥରେ ଆସିଲେ ବାଧା
ଏମିତି ସମାଜେ ମଣିଷ ଜନମ
ଦିଏ ଯାହା ହୃଦେ ବାଧା!!
       

ଚାନ୍ଦବାଲି , ଭଦ୍ରକ୍

Related posts

କପଡା ଦୋକାନରେ ସିଟି ଓ ଜିଏସଟି ଏନଫୋର୍ସ ମେଣ୍ଟ ସ୍କ୍ୱାର୍ଡ ର ଚଢ଼ାଉ

Sunil Chandra Nayak

ମହାମହିମ ରାଷ୍ଟ୍ରପତି ଙ୍କ ଶପଥ ପାଠ ମହୋତ୍ସଵକୁ ସ୍ମରଣୀୟ କରିବା ପାଇଁ ବିଦ୍ୟାଳୟ ମାନଙ୍କରେ ବିଭିନ୍ନ କାର୍ଜ୍ୟକ୍ରମ

Sunil Chandra Nayak

ଜଣାଶୁଣା କଣ୍ଠଶିଳ୍ପୀଙ୍କ ପିତୃବିୟୋଗ

Leave a Comment

error: Content is protected !!