ପାପଡାହାଣ୍ଡି,8/12, ମନିସ — ଜଣେ ନାବାଳିକା ସହ ନାବାଳକର ବାଲ୍ୟ ବିବାହକୁ ରୋକିଚି ପ୍ରଶାସନ | ପରେ ନାବାଳିକାକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ଏକ ରାଜିନାମା ସ୍ଵାକ୍ଷର କରି ସଚେତନ କରାଇଛି | ସୂଚନା ମୁତାବକ ପାପଡାହାଣ୍ଡି ବ୍ଲକ ସଦର ମହାକୁମା ପୁଜାରି ସାହିର ନାବାଳକ ସହ ଜଟାଵାଲ ପଂଚାୟତ ଅଞ୍ଚଳର ଜଣେ ନାବାଳିକାକ ବାଲ୍ୟ ବିବାହ ଲାଗି ଅଣାଯାଇଥିଲା | ନାବାଳିକାର ମାତା ପିତା ଏ ନେଇ ଅବଗତ ନ ଥିଲେ | ନାବାଳିକା ଜଣକ ନାବାଳକ ଘରେ ଆସି ରହିଥିଲେ | ବ୍ଲକ ପ୍ରଶାସନ ତରଫରୁ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଏସ ଗୀତା, ପିଏଲଭି ସଭ୍ୟ ରାଜ କିଶୋର ରାଓ, ଉତ୍ତମ କୁମାର ବିଶ୍ୱାଳ ପ୍ରମୁଖ ନାବାଳକଙ୍କ ଘରେ ପହଁଚି ଏ ନେଇ ସଚେତନ କରାଇଥିଲେ | ବାଲ୍ୟ ବିବାହ ଆଇନ ସଂଗତ ନ ଥିବା ଓ ଏହା ବିରୁଦ୍ଧ ବୋଲି କହିବା ସହ ରାଜିନାମା ଲେଖିଥିଲେ | ପରେ ନାବାଳିକାକୁ ନିଜ ପରିବାର ବର୍ଗ କୁ ହସ୍ତାନ୍ତର କରାଯାଇଥିଲା |
previous post