ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲ୍ୟ ବିବାହ ରୋକିଲା ପ୍ରଶାସନ

ପାପଡାହାଣ୍ଡି,8/12, ମନିସ — ଜଣେ ନାବାଳିକା ସହ ନାବାଳକର ବାଲ୍ୟ ବିବାହକୁ ରୋକିଚି ପ୍ରଶାସନ | ପରେ ନାବାଳିକାକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ଏକ ରାଜିନାମା ସ୍ଵାକ୍ଷର କରି ସଚେତନ କରାଇଛି | ସୂଚନା ମୁତାବକ ପାପଡାହାଣ୍ଡି ବ୍ଲକ ସଦର ମହାକୁମା ପୁଜାରି ସାହିର ନାବାଳକ ସହ ଜଟାଵାଲ ପଂଚାୟତ ଅଞ୍ଚଳର ଜଣେ ନାବାଳିକାକ ବାଲ୍ୟ ବିବାହ ଲାଗି ଅଣାଯାଇଥିଲା | ନାବାଳିକାର ମାତା ପିତା ଏ ନେଇ ଅବଗତ ନ ଥିଲେ | ନାବାଳିକା ଜଣକ ନାବାଳକ ଘରେ ଆସି ରହିଥିଲେ | ବ୍ଲକ ପ୍ରଶାସନ ତରଫରୁ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଏସ ଗୀତା, ପିଏଲଭି ସଭ୍ୟ ରାଜ କିଶୋର ରାଓ, ଉତ୍ତମ କୁମାର ବିଶ୍ୱାଳ ପ୍ରମୁଖ ନାବାଳକଙ୍କ ଘରେ ପହଁଚି ଏ ନେଇ ସଚେତନ କରାଇଥିଲେ | ବାଲ୍ୟ ବିବାହ ଆଇନ ସଂଗତ ନ ଥିବା ଓ ଏହା ବିରୁଦ୍ଧ ବୋଲି କହିବା ସହ ରାଜିନାମା ଲେଖିଥିଲେ | ପରେ ନାବାଳିକାକୁ ନିଜ ପରିବାର ବର୍ଗ କୁ ହସ୍ତାନ୍ତର କରାଯାଇଥିଲା |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

କେନାଲ ରେ ଫିଙ୍ଗା ଯାଇଛି ନବମ ଶ୍ରେଣୀ ର ପାଠ୍ୟ ପୁସ୍ତକ

Sunil Chandra Nayak

ଚାରି ଶିକ୍ଷକ ନିଯୁକ୍ତି ମାମଲା –  ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ର ତଦନ୍ତ ଜାରି 

Sunil Chandra Nayak

ରାହୁଲ ଗାନ୍ଧୀ ଙ୍କୁ ପୋଲିସ ର ବର୍ବରତା କୁ ବିରୋଧ କରି ଜିଲ୍ଲା ଯୁବ କଂଗ୍ରେସ ର ବିକ୍ଷୋଭ

Sunil Chandra Nayak

Leave a Comment

error: Content is protected !!