ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିରୁପମା ପାଣି ଙ୍କ କବିତା ଗଣ ପର୍ବ ରଜ

ଗଣ ପର୍ବ ରଜ

 

 ନିରୁପମାପାଣି

 

ବରଷକୁ ଥରେ ଆସଇ ରଜ

ପୁରଠାରୁ ପଲ୍ଲୀ ଭରି ମଉଜ!!

ମିଥୁନ ସଙ୍କ୍ରାନ୍ତି ଆଷାଢ ମାସ

ପୁର୍ବାପର ତିନି ଦିନ ତା ବାସ!!

ଓଡିଆ ସଂସ୍କୃତି ରଜ ଗୌରବ

ଓଡିଶା ବାସୀଙ୍କ ଏ ଗଣପର୍ବ!!

ଆନନ୍ଦ ମୁଖର ଗାଆଁ ସହର

ଆନନ୍ଦ ଉଲ୍ଲାସେ ପୁରଇ ଘର!!

ଝିଅ ବୋହୁଙ୍କର ମନ ଉତ୍ସନ

ଦୋଳିରେ ବସିବେ ଖାଇଯେ ପାନ!!

ଦୂର ବିଦେଶୀ ଯେ ଫେରିବେ ଘର

ଚାହିଁ ରହିଥାଏ ଘରଣୀ ତାର!!

ଆମୋଦ ପ୍ରମୋଦେ ଦିନ କଟିବ

ପିଲା ସ୍ତ୍ରୀ ସହ ସମୟ ଯିବ!!

ତିନି ଦିନ ରଜ ହୁଏ ପାଳନ

ପ୍ରଥମ ଦ୍ୱିତୀୟ ତୃତୀୟ ଦିନ!!

ଶେଷେ ବସୁମତୀ ସ୍ନାନ କରାଇ

ଚାଷ ଆରମ୍ଭନ୍ତି କୃଷକ ଭାଇ!!

ରଜେ ଋତୁମତି ମାଆ ଧରିତ୍ରୀ

ସୃଷ୍ଟି କର୍ତ୍ତାଙ୍କର ଅପୁର୍ବ ସୃଷ୍ଟି!!

ପ୍ରଥମ ମୌସୁମୀ ଧରା ଛୁଇଁଲେ

ମାଟିମାଆ ରଜବତୀ ହୋଇଲେ!!

ଅଛି ଲୋକ ମୁଖେ ଆମ ବିଶ୍ୱାସ 

ବିଶ୍ବାସ ମାନିଛି ଆଜି ମଣିଷ!!

ପରବ ଭିତରେ ରଜ ଯେ ରାଜା

ମର୍ଯ୍ୟାଦା ପୁରୁଷ ପାଆନ୍ତି ପୂଜା!!

ରାମା ରାଜା ପର୍ବ ହୁଏ ପାଳନ

ଓଡିଶା ମାଟିରେ ଏ ପ୍ରଚଳନ!!

ରଜ ଦେଉ ଖୁସି ଶାନ୍ତି ବରଷି

କୃଷକର ମନ ଯାଉ ହରସି!!

ମାଟି ମାଆ ମୁଖେ ହସ ଯେ ଫୁଟୁ

ମଣିଷ ମନରୁ ଅଳିଆ ହଟୁ!!

ଆସୁ ହସି ହସି ଏମିତି ରଜ

ସବୁରି ମନରେ ଭରି ମଉଜ!!

       

 ଚାନ୍ଦବାଲି , ଭଦ୍ରକ୍

Related posts

ଅଲ ଓଡିଶା ଆଶା କର୍ମୀ ସଂଘର ବୈଠକ ଓ କର୍ମକର୍ତ୍ତା ଚୟନ ଅନୁଷ୍ଠିତ

Sunil Chandra Nayak

ପ୍ରକାଶ ଚନ୍ଦ୍ର ରାଉତ ଙ୍କ କବିତା ଦେହଜିବୀ

Sunil Chandra Nayak

ମର୍ମନ୍ତୁଦ ସଡକ ଦୁର୍ଘଟଣା

Sunil Chandra Nayak

Leave a Comment

error: Content is protected !!