ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡ. ପ୍ରଶାନ୍ତ କୁମାର ଶତପଥୀ  ଙ୍କ କବିତା ରଜ ପରବ

ରଜ ପରବ

ପରବ ମଧ୍ୟରେ ରଜ ପରବଟି 

ଘରେ ଘରେ ପରିଚିତ, 

ପଲ୍ଲୀଠୁ ସହର ସବୁଠାରେ ଭିଡ଼ 

ପାଳନରେ ମୁଖରିତ l

ରଜସ୍ଵଳା ଆଜି ପୃଥିବୀ ମାଆଟି 

ଉର୍ବର ହୋଇଛି ମାଟି, 

ବରଷାର ଧାରା ପଡ଼ିବ ଏଠାରେ 

କମିଯିବ ଖରା ତାତି l

କୃଷକ ଭାଇର ମନ ଆନନ୍ଦିତ 

ସଜାଏ ହଳ ଲଙ୍ଗଳ, 

ବରଷକ ପାଇଁ ଫସଲ କରିବ 

ଦେଶର ହେବ ମଙ୍ଗଳ l

ଗଛ ଲତା ସବୁ ସତେଜ ହୋଇବେ 

ଫୁଲ ଫଳ ଦେବେ ବାଢ଼ି , 

ଧରିତ୍ରୀ ମାଆଟି ସୁନ୍ଦର ଦିଶିବ 

ପିନ୍ଧିଣ ସବୁଜ ଶାଢ଼ି l

ଦୋଳିଖେଳ ପାଇଁ ଭାରି ଜଣାଶୁଣା  

ରଜ ପରବର ଦିନ, 

ଗଛର ଡାଳରେ ଦୋଳି ଖେଳୁଥାନ୍ତି 

କୁମାରୀଙ୍କ ଖୁସି ମନ l

ଦୋଳି ଖେଳୁଥିଲେ ଆଜିର ଦିନରେ 

ସାଙ୍ଗସାଥି ସବୁ ନେଇ, 

ଦ୍ଵାପରଯୁଗରେ ଗୋପପୁରେ ସେହି 

ନନ୍ଦ ରାଜାଙ୍କ କହ୍ନେଇ l

ଭାରି ଭଲ ଲାଗେ ରଜ ପୋଡପିଠା  

ସଙ୍ଗରେ ବିଡ଼ିଆ ପାନ,

ନୂଆ ପୋଷାକରେ କୁମାରୀ ଝିଅର 

ଦୋଳି ଖେଳିବାକୁ ମନ l 

ଭାରି ଭଲ ଲାଗେ ରଜ ଦୋଳି ଗୀତ  

ବଉଳ ସଙ୍ଗାତ ମକର ଡାକ,

ଗୀତରେ ଗୀତରେ ଭଉଣୀ ରଖନ୍ତି 

ଭାଇ ମାନଙ୍କର ସବୁଠି ଟେକ l

ଭାରି ଭଲ ଲାଗେ ପାଉଁଜିର ସ୍ୱର  

ଅତି ମନୋହର ପାଦ ଅଳତା,

ହାତର ମେହେନ୍ଦୀ ଦିଶଇ ସୁନ୍ଦର  

ମଥାରେ ଝଟକେ ଚନ୍ଦନ ଟିକା l

ଭାରି ଭଲ ଲାଗେ କାକରା ଆରିସା  

ଇଡ଼ିଲି ଚକୁଳି ପିଠା , 

ମହମହ ହୋଇ ବାସୁଥାଏ ସେହି 

ରଜ ପରବର ମିଠା l 

ଭାରି ଭଲ ଲାଗେ ପୂରୁବ ସଂସ୍କୃତି  

ତାଆସ ବାଗୁଡ଼ି ଖେଳ, 

ସର୍ବେ ଆନନ୍ଦିତ ନିଆରା ପର୍ବରେ  

ବୁଡି ଯାଉଥାଏ ବେଳ l

 

ଡ. ପ୍ରଶାନ୍ତ କୁମାର ଶତପଥୀ 

ଛତ୍ରପୁର, ଜିଲ୍ଲା : ଗଞ୍ଜାମ

Related posts

ଅପହରଣ କରି ଛାଡି ଦେଇଥିବା ଚାରି ବର୍ଷର ଝିଅ ଏବେ ଚର୍ଚ୍ଚାରେ

Sunil Chandra Nayak

ଢେଙ୍କାନାଳରେ ନିଯୁକ୍ତି ମେଳା, ନିଯୁକ୍ତି ଆଶାୟୀ ଙ୍କ ତୀବ୍ର ଅସନ୍ତୋଷ 

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!