ହେ କୃଷ୍ଣ
ସନ୍ତୋଷ କୁମାର ସାହୁ
ହେ କୃଷ୍ଣ
ବଡ଼ ମାୟାବୀ ସତେ
ଆସିଥିଲ ଦ୍ଵାପରରେ
ବଜାଇଲ ବଂଶୀ
ଗୋପ ଗୋପୀ
ଉଲ୍ଲାସ ଯେ
ଉଛୁଳିଲା ଯମୁନା ପ୍ରେୟସୀ
ଦେଖିଛି ଯିଏ ଜାଣିଛି ସିଏ
କିଏ କରି ପାରିବ
ତୁମର କଳନା
ତୁମେ ତ ଶବ୍ଦ ବ୍ରହ୍ମ
ଏ ସୃଷ୍ଟି ଅଚଳ ତୁମ ଲୀଳା ବିନା।
ଦେଖାଇଲ୍ ବିଶ୍ଵ ବ୍ରହ୍ମାଣ୍ଡ
ତୁମ ଜିହ୍ୱା ମଧ୍ୟରେ
କଂସକୁ ନିଧନ କଲ
ତୁମେ ବିନା ଅସ୍ତ୍ରରେ
ହେ କୃଷ୍ଣ
କିଏ ବୁଝିପାରେ ତବ ମାୟା
କ୍ଷଣିକ ଯୁଦ୍ଧର ବିଦ୍ୟା
ହତ କରି
ଭିଆଇଲ ଅଷ୍ଟାଦଶ ଦିନରେ ।
ଦୁର୍ଯ୍ୟୋଧନେ ଦେଇ ସହସ୍ର ସେନାନୀ
ହରାଇଲ ଯୁଦ୍ଧରେ
ଅସ୍ତ୍ର ଛାଡି ଅଦୃଶ୍ୟ ଅସ୍ତ୍ରରେ
କଟାଇଲ ଶିର
କିଏ କହେ ତୁମେ ଯୁଦ୍ଧେ
ନ ଥିଲ ତ ବୀର ।
ତବ ମାୟା ବୁଝିପାରେ କେହୁ
ଅର୍ଜୁନଙ୍କୁ ବୁଝାଇଲ
ରଣଭୂମି ପରେ
ଧର୍ମ ସଂସ୍ଥାପନା ଉଦ୍ଦେଶ୍ୟ ମହତ
ତଥାପି ରାଜନୀତି ଗନ୍ଧ
ତୁମ ମନ୍ତ୍ରଣା ରେ ।
ଏବେ ତ ଗଣ୍ଡା ଗଣ୍ଡା କୃଷ୍ଣ
ଏ କଳିଯୁଗରେ
ରାମ ବି ହରଣ କରନ୍ତି
ମନ୍ଦୋଦରୀ ଶରେ
ତେବେ କାହିଁ ତୁମ ଷୋଳ କଳା
କେଉଁ ରୂପେ ଅବତରି ଅଛ
ଏ କଳି ଯୁଗରେ।
ନବରଙ୍ଗପୁର