ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସନ୍ତୋଷ କୁମାର ସାହୁ ଙ୍କ କବିତା ହେ କୃଷ୍ଣ 

 ହେ କୃଷ୍ଣ 

           ସନ୍ତୋଷ କୁମାର ସାହୁ

ହେ କୃଷ୍ଣ 
ବଡ଼ ମାୟାବୀ ସତେ
ଆସିଥିଲ ଦ୍ଵାପରରେ
ବଜାଇଲ ବଂଶୀ
ଗୋପ ଗୋପୀ
ଉଲ୍ଲାସ ଯେ 
ଉଛୁଳିଲା ଯମୁନା ପ୍ରେୟସୀ
ଦେଖିଛି ଯିଏ ଜାଣିଛି ସିଏ
କିଏ କରି ପାରିବ
ତୁମର କଳନା
ତୁମେ ତ ଶବ୍ଦ ବ୍ରହ୍ମ
ଏ ସୃଷ୍ଟି ଅଚଳ ତୁମ ଲୀଳା ବିନା।
ଦେଖାଇଲ୍ ବିଶ୍ଵ ବ୍ରହ୍ମାଣ୍ଡ
ତୁମ ଜିହ୍ୱା ମଧ୍ୟରେ
କଂସକୁ ନିଧନ କଲ
ତୁମେ ବିନା ଅସ୍ତ୍ରରେ
ହେ କୃଷ୍ଣ 
କିଏ ବୁଝିପାରେ ତବ ମାୟା
କ୍ଷଣିକ ଯୁଦ୍ଧର ବିଦ୍ୟା
ହତ କରି
ଭିଆଇଲ ଅଷ୍ଟାଦଶ ଦିନରେ ।
ଦୁର୍ଯ୍ୟୋଧନେ ଦେଇ ସହସ୍ର ସେନାନୀ
ହରାଇଲ ଯୁଦ୍ଧରେ
ଅସ୍ତ୍ର ଛାଡି ଅଦୃଶ୍ୟ ଅସ୍ତ୍ରରେ
କଟାଇଲ ଶିର
କିଏ କହେ ତୁମେ ଯୁଦ୍ଧେ
ନ ଥିଲ ତ ବୀର ।
ତବ ମାୟା ବୁଝିପାରେ କେହୁ
ଅର୍ଜୁନଙ୍କୁ ବୁଝାଇଲ 
ରଣଭୂମି ପରେ
ଧର୍ମ ସଂସ୍ଥାପନା ଉଦ୍ଦେଶ୍ୟ ମହତ
ତଥାପି ରାଜନୀତି ଗନ୍ଧ
ତୁମ ମନ୍ତ୍ରଣା ରେ ।
ଏବେ ତ ଗଣ୍ଡା ଗଣ୍ଡା କୃଷ୍ଣ
ଏ କଳିଯୁଗରେ
ରାମ ବି ହରଣ କରନ୍ତି
ମନ୍ଦୋଦରୀ ଶରେ
ତେବେ କାହିଁ ତୁମ ଷୋଳ କଳା
କେଉଁ ରୂପେ ଅବତରି ଅଛ
ଏ କଳି ଯୁଗରେ।

ନବରଙ୍ଗପୁର

Related posts

ପ୍ରଶାନ୍ତ କୁମାର ଶତପଥୀ ଙ୍କ କବିତା – ଜଗନ୍ନାଥ ତୁମେ ପରଂବ୍ରହ୍ମ

Sunil Chandra Nayak

ରବି ଚାଷ ପାଇଁ ଇନ୍ଦ୍ରାବତୀ କେନାଲ ରେ ପାଣି ଛାଡ଼ିବା କୁ ଦାବୀ କଲେ ଚାଷୀ

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ଗୋଲାପ

Leave a Comment

error: Content is protected !!