ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସର୍ପାଘାତରେ ଶିଶୁକନ୍ୟା ସୁଚିତ୍ରା ମୃତ

ମୟୂରଭଞ୍ଜ ୯/୬/୨୨(ମସିହା)– ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାଇରଙ୍ଗପୁର ବ୍ଲକର ସାନପାଖଣା ପଞ୍ଚାୟତର ବଡାଦର ଗ୍ରାମରେ ନନ୍ଦକାନ୍ତ ମହାନ୍ତଙ୍କ ୬ ବର୍ଷିୟା ଶିଶୁକନ୍ୟା ସୁଚିତ୍ରା ବୁଧବାର ଦିନ ସକାଳେ ଭୋର ସମୟରେ ଦାଣ୍ଡ ଦୁଆରେ ଖେଳୁଥିବା ସମୟରେ ବିଷଧର ଗୋଖର ସାପ କାମୁଡିଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଗୁରୁତର ହେବାରୁ ଡାକ୍ତର ବାରିପଦା ଜିଲ୍ଲା ହସ୍ପିଟାଲକୁ ରେଫର କରିଥିଲେ । କିନ୍ତୁ ପରିବାର ଲୋକେ ବାରିପଦା ନ‌ନେଇ ଘରକୁ ନେଇ ଯାଇଥିବାରୁ ସୂଚନା ମିଳିଛି ଘରେ ପିଲାଟିର ମୃତ୍ୟୁ ହୋଇଯାଇଥିଲା ।ପରିବାର ଲୋକେ ମୃତକଙ୍କୁ ଶବ ବ୍ୟବଚ୍ଛେଦ ନ କରି ଗାଁରେ ଶବ ସତ୍କାର କରି ଦେଇଥିବା ସୂଚନା ମିଳିଛି ।

ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

Related posts

ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ଘଟଣା , ବହୁଜନ ଛାତ୍ର ସଂଗଠନ ପକ୍ଷରୁ ସିବିଆଇ ତଦନ୍ତ ଦାବିରେ ଭବାନିପାଟଣା ରେ ରାସ୍ତା ଅବରୋଧ

Sunil Chandra Nayak

ନୂତନ ମେଡିକାଲର ଭିତ୍ତିପ୍ରସ୍ତର ସ୍ଥାପନ 

Sunil Chandra Nayak

ଜଳ,ଜମି ଓ ଜଙ୍ଗଲ ଆଦିବାସୀ ଙ୍କ ଅଧିକାର…

Leave a Comment

error: Content is protected !!