ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମମତା ସାହୁ ଙ୍କ କବିତା ଚାଲିଗଲ ପ୍ରଭୁ ମାଉସୀ ଘର

ଚାଲିଗଲ ପ୍ରଭୁ ମାଉସୀ ଘର

ଚାଲିଗଲ ପ୍ରଭୁ ମାଉସୀ ଘର

ଖାଲି ପଡିଅଛି ଶ୍ରୀ ମନ୍ଦିର।।

ମଣିମା ଡାକ ପ୍ରଭୁ ଶୁଭୁନି ଆଉ

ଗହଳ ଚହଳ ଦିଶୁନି ଆଉ।।

ସେବାୟତ ଧାରି ଝୁରନ୍ତି ଆଜି

କାହାକୁ ଦୟଣା ଦେବେ ଯେ ସାଜି।।

ଅଛନ୍ତି ଯେତେ ପଣ୍ଡାପଡି ଧାରି

କା ଆଗେ କରିବେ ନିତିଗୁହାରି।।

କଳା ମାଣିକ ପ୍ରଭୁ ଠଣ ସୁନ୍ଦର

ତୁମ ପାଇଁ ଶୋଭା ବଡ ଦେଉଳ।।

ଦୁଃଖି ଟିଏ ଦୁଃଖ ଯେ ତାହାରି

ଜଗାଇବା କାହା ଆଗେ ଶ୍ରୀହରି।।

ରତ୍ନ ସିଂଘାସନ ଝୁରେ ଗୁମୁରି

କାହିଁଗଲ ମୋର ବିଶ୍ଵ ବିହାରି।।

ବାର ମାସେ ପ୍ରଭୁ ତେର ପରବ

ଶ୍ରୀ କ୍ଷେତ୍ରରେ ବେଶ ତୁମ ଆପୂର୍ବ।।

ସେ ବେଶ ଦର୍ଶନେ ଧନ୍ୟ ଜୀବନ

ସାର୍ଥକ ହୋଇବ ନର ଜୀବନ।

ତୁମ ଦର୍ଶନ କରୁ ନିତି ନୟନ

ତୁଣ୍ଡ ଭଜୁ ପ୍ରଭୁ ତୁମ ଭଜନ।।

ବେନି ପାଦମୋର ଶ୍ରଧା ବାଲିରେ

କରିଣ କିର୍ତ୍ତନ ନିତି ନାଚୁରେ।।

ଜଗନ୍ନାଥ ବୋଲି ହାତ ଟେକୁଥିବି

ଭକ୍ତି ରସ ପାନ ନିତି କରିବି।।

ତବ ପାଦ ପଦ୍ମେ ଗଲି ଶରଣ

ଦୟା ରଖିଥିବ ଚକା ନୟନ।।

   

       ମମତା ସାହୁ

      ଗାଈଗାଁ,କଳାହାଣ୍ତି

Related posts

ବୃତ୍ତି ପରୀକ୍ଷାରେ ଛାତ୍ରଙ୍କ କୃତିତ୍ୱ

Sunil Chandra Nayak

ପହେଲା ଓଡ଼ିଆ ଲିଖା : ରାଧାମୋହନ ପୁଜାହାରୀ  ତହଁକାନ୍‌ : ସ୍ବାମିଶ୍ରୀ ଜୟଦେବ ଭାରତୀ ସମଲ୍‌ପୁରୀ ପିଂଧନ୍‌ : ଗଅଁଲିଆ କବି ସୁଧୀର୍‌ ପଁଡ଼ା ଙ୍କ କବିତା ମହମ୍‌ବତୀର୍‌ ତ୍ଯାଗ୍‌

Sunil Chandra Nayak

ଅସହାୟ ବ୍ୟକ୍ତିଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କଲେ ସାମାଜିକ କର୍ମୀ 

Sunil Chandra Nayak

Leave a Comment

error: Content is protected !!