ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାସ୍ତା ଖଣ୍ଡିକ ସାତ ସପନ; ଆଗ ପୋଲ ପରେ ରାସ୍ତା: ମୁନିଗୁଡା ପଡ଼ାବାସୀ।

ନର୍ଲା (ମନିସ) କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ଅନ୍ତର୍ଗତ ବାଲସିଙ୍ଗା ପଞ୍ଚାୟତର ତେର୍ଲୋ ଗ୍ରାମ ଠାରୁ ମୁନିଗୁଡା ପଡ଼ାକୁ ସଂଯୋଗ କରୁଥିବା ରାସ୍ତା ସ୍ଥାନୀୟ ଲୋକଙ୍କ ଶିକ୍ଷା ସ୍ଵାସ୍ଥ୍ୟର ଗମନାଗମନ ପାଇଁ ଜଡ଼ିତ। ତେବେ ଏହି ରାସ୍ତା ନିର୍ମାଣ ପାଇଁ ରାଜନେତା ମାନଙ୍କ ପ୍ରତିଶ୍ରୁତି ପାଣିର ଗାର। ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ପଡାବାସୀ ସବୁ ଦିନିଆ ରାସ୍ତାଟିଏ ଓ ପୋଲ ଖଣ୍ଡିକ ପାଇବାରେ ସାତ ସପନ ପାଲଟିଛି। ଏହି ରାସ୍ତା ନିର୍ମାଣରେ ସରକାରଙ୍କ ଯୋଜନାରୁ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ ହେବା ସହ ମାଟି ଓ ମୋରମ ମଧ୍ୟରେ କାମ ହଜିଯାଉଛି। ତେର୍ଲୋ ଗ୍ରାମ ଠାରୁ ମୁନିଗୁଡା ପଡ଼ା ପର୍ଯ୍ୟନ୍ତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କଳାହାଣ୍ଡି ଅନୁଦାନ ପଞ୍ଚମ ରାଜ୍ୟ ଅର୍ଥ କମିଶନ ତରଫରୁ ୧୨ ଲକ୍ଷ, ୫୧ ହଜାର ୩ ଶହ ୪ ଟଙ୍କା ରାସ୍ତାର ଉନ୍ନତି କରଣ ପାଇଁ ବ୍ୟୟ ବରାଦ ହୋଇଛି। ଏହି ରାସ୍ତା ନିର୍ମାଣରେ ରାସ୍ତାର ସ୍ଥାୟିତ୍ବ ନେଇ ପ୍ରଶ୍ନ ଉଠିଛି। ଏହା ଜନସାଧାରଣଙ୍କ ପ୍ରଗତି ପଥରେ ନା ସଂପୃକ୍ତ ବିଭାଗ ନା ଠିକାଦାରଙ୍କ ମଧୁ ଚନ୍ଦ୍ରିକା ପଥରେ ବୋଲି ସାଧାରଣରେ ଆଲୋଚନା ହେଉଛି। ଗତ ୨୬/୧୨/୨୦୨୧ରେ ରାସ୍ତା ଆରମ୍ଭ ହେବା କଥା ତେବେ ନିମ୍ନମାନର ମୋରମ ଓ ମାଟି ପଡ଼ି ରହିଛି। ୫ ମାସ ହେଲା ମୋରମ ଓ ମାଟି ପଡ଼ି ରହିଛି ବୋଲି ମୁନିଗୁଡା ପଡ଼ା ବାସୀ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ ଆଣିଛନ୍ତି। ୱ।ର୍ଡ ନଂ ୧୧ ପଡ଼ା ବାସୀ ଦିନ ମାଝୀ, ଲକ୍ଷ୍ମଣ ମାଝୀ, ଧର୍ମାନନ୍ଦ ସା, କୁମୁଦ ନାଏକ, ବିଶାଖା ମାଝୀ, ତରୁଣୀ ମାଝୀ ପ୍ରମୁଖ ଆମକୁ ମୁନିଗୁଡା ପଡ଼ା ରାସ୍ତାର ନାଳ ଉପରେ ପୋଲ ଖଣ୍ଡିକ ପ୍ରଥମେ ଓ ପରେ ରାସ୍ତା ପାଇଁ ଦାବି କରିଛନ୍ତି।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ରାଇରଙ୍ଗପୁରରେ “୬୨ ତମ ସ୍ୱାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ, ବହୁବିଧ ପ୍ରକଳ୍ପ ଅତିଥିମାନଙ୍କ ଦ୍ବାରା ଲୋକାର୍ପିତ

Sunil Chandra Nayak

ନୂଆପଡା ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲା ସାମ୍ବାଦିକ ସମନ୍ୱୟ ସମିତି ଦ୍ୱାରା ବରିଷ୍ଠ ସାମ୍ବାଦିକ ଅର୍ଧେନ୍ଦୁ ଦାସ ଙ୍କ ପ୍ରତି ହୋଇଥିବା ବେଆଇନ ଗିରଫ ଓ ଅମାନବୀୟ ଆଚରଣ ବିରୋଧରେ ପ୍ରତିବାଦ ସଭା

ଅପର୍ତ୍ତି ସେଠୀ ଙ୍କ କବିତା (ରମ୍ୟ ରଚନା,ନିଶା ନିବାରଣ) ଗଣେଶଙ୍କ ମର୍ତ୍ତ୍ଯପୁର ଟୁର୍ 

Sunil Chandra Nayak

Leave a Comment

error: Content is protected !!