ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ।। ମୁଁ ମଣିଷ ।।

।। ମୁଁ ମଣିଷ ।।

            

             କୈଳାସ ଚ଼ନ୍ଦ୍ର ପାଢ଼ୀ 

ମୁଁ ମଣିଷ !
ମୋ ସ୍ବାର୍ଥକୁ ଚାହିଁ
କ୍ରିୟା-ପ୍ରତିକ୍ରିୟା
           କରୁଥାଏ ମୁହିଁ ପ୍ରକାଶ ।।
ମୁଁ ମଣିଷ !
ସକଳ ଜୀବର ଜୀବେଶ
କେବେ ସୃଜିପାରେ
ଇନ୍ଦ୍ରଧନୁ ମୁଁ
         କେବେ ସୃଜେ ଝଡ଼ ବତାସ।।
ମୁଁ ମଣିଷ !
କେବେ ଦ୍ରାଘିମାର
ରେଖା ବିନ୍ଦୁ ଟାଣେ
         କେବେ ସାଜି ଥାଏ ଅକ୍ଷାଂଶ
ବାକ୍ୟରେ କେବେ
ପୂର୍ଣ୍ଣତା ଆଣେ
        କେବେରଖିପାରେ ବାକ୍ୟାଂଶ।।
ମୁଁ ମଣିଷ !
ଆଶା ଆକାଙ୍କ୍ଷାର ବିଶ୍ବାସ
(ପୁଣି)ନିରାଶା ମରୂରେ ଆଶ୍ବାସ
ମୁଁ ଜୀବନ୍ମୃତ ପ୍ରାଣ ନିଶ୍ବାସ
(ପୁଣି)ଭରସା ବିହୀନ ପ୍ରଶ୍ବାସ।।
ମୁଁ ମଣିଷ ! ………………………. ଅମୃତ ଭରା କଳସ
କେବେ ପୁଣି ହା..ହୂତାସ
ଜଳି ଯାଇପାରେ
ଜାଳି ଦେଇପାରେ
           କେବେସାଜେ ରୂଦ୍ରତାପସ।।
            

କୁମାର ପୁର।ଅନନ୍ତ ପୁର

ବାସୁଦେବପୁର।ଭଦ୍ରକ

Related posts

କଲେଇଗାଁ ପେକ୍ସ ସଭାପତି ସଞ୍ଜୟ ତ୍ରିପାଠୀ ନିର୍ଦ୍ୱନ୍ଦ ପ୍ରାର୍ଥୀ ନିର୍ବାଚିତ

Sunil Chandra Nayak

ଭତ୍ତା ଟଙ୍କା ହଡପ ଘଟଣାର ଦୁଇ କର୍ମଚାରୀଙ୍କ ନାମରେ ଚନ୍ଦାହାଣ୍ଡି ଥାନାରେ ବିଡ଼ିଓଙ୍କ ଦ୍ୱାରା ଏତଲା

Sunil Chandra Nayak

ଲଗାଣ ବର୍ଷାରେ ବରଦେଇ ଗ୍ରାମର ଦୁଇ ବଖରା ଘର କାନ୍ଥ ପଡିବାରୁ ପରିବାର ଲୋକେ ହନ୍ତସନ୍ତ

Sunil Chandra Nayak

Leave a Comment

error: Content is protected !!