ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୁରୁ ଦିବସ ରେ ଉଦଘାଟନ ହେଲା ୟୁପିଏସସି ଓ ଓପିଏସସି କୋଚିଂଙ୍ଗ ସେଣ୍ଟର

ଫୁଲବାଣୀ -:  କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମା ସ୍ଥିତ ଛାତ୍ର ସଙ୍ଘ କନ୍ଧମାଳ ର ମିଳିତ ସହଯୋଗରେ ଫୁଲବାଣୀ ଟାଉନ ଅମଲାପଡା ହନୁମାନ ମନ୍ଦିର ନିକଟରେ ଥିବା ଫୁଲବାଣୀ ସହରର ଖ୍ୟାତନାମା ବେସରକାରୀ ଶିକ୍ଷା ଅନୁଷ୍ଠାନ ଏକଜାମ କ୍ୟାମ୍ପସ କୋଚିଂଙ୍ଗ ସେଣ୍ଟର ଠାରେ ନିଆର ଢଙ୍ଗରେ ଗୁରୁ ଦିବସ ପାଳନ ହୋଇଥିଲା। ଶିକ୍ଷା ପ୍ରତିଷ୍ଠାତା ମାର୍ଗ ଦର୍ଶକ ଡ ସର୍ବପଲ୍ଲୀ ରାଧାକ୍ରୀଷ୍ଣନ ଙ୍କର ତୈଳ ଫୋଟ ଚିତ୍ରରେ ଅତିଥି ଓ ଅନୁଷ୍ଠାନ ର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିବା ବେଳେ ପ୍ରଥମେ ଗୁରୁ ବନ୍ଦନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗୁରୁ ଦିବସ ର ମୁଖ୍ୟ ଅତିଥି ଭାବେ ଏକଜାମ କ୍ୟାମ୍ପସ କୋଚିଂଙ୍ଗ ସେଣ୍ଟର ର ପ୍ରତିଷ୍ଠାତା ଶ୍ରୀ ଅନୀଲ କୁମାର ପ୍ରଧାନ ଓ ଅନ୍ୟତମ ଅତିଥି ଭାବେ ଛାତ୍ର ସଙ୍ଘ କନ୍ଧମାଳ ଜିଲ୍ଲା ସଭାପତି ତଥା ରାଜ୍ୟ ଯୁଗ୍ମ ସମ୍ପାଦକ ଅଳ୍ପ ବୟସରୁ ଜଣେ ପ୍ରତିଷ୍ଠିତ ସମାଜସେବୀ ଉଦୟମାନ ଯୁବକ ଦେବାଶିଷ ସାହାଣୀ ମଧ୍ୟ ଯୋଗ ଦେଇ ଗୁରୁ ଦିବସ ପାଳନ ର ମହତ ଉଦେଶ୍ୟ ସମର୍କରେ ଛାତ୍ରଛାତ୍ରୀ ଙ୍କୁ କହିଥିବା ବେଳେ ଗୁରୁଙ୍କୁ ଭକ୍ତି କରିବା ,ଗୁରୁଙ୍କଠାରୁ ଉଚିତ ଶିକ୍ଷା ଗ୍ରହଣ କରିବା, ସମାଜର ଉନ୍ନତି ରେ ସହାୟକ ହେବା ନିମନ୍ତେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ତତ ସହିତ କନ୍ଧମାଳ ଜିଲ୍ଲାରେ ଛାତ୍ରଛାତ୍ରୀ ମାନଙ୍କର ଜ୍ଞାନ ର ଅଭିବୃଦ୍ଧି ନିମନ୍ତେ କନ୍ଧମାଳ ଜିଲ୍ଲାପାଳ ଡ଼ ଆଶୀଷ ଈଶ୍ୱର ପାଟିଲ ଙ୍କର ଅନୁମତି ଗ୍ରହଣ କରି (ୟୁ ପି ଏସ ସି) ଓ (ଓ ପି ଏସ ସି) କୋଚିଙ୍ଗ କ୍ଳାସ ର ଉଦଘାଟନ କରାଯାଇଛି। ଏହି କୋଚିଂଙ୍ଗ କ୍ଳାସ ଯୋଗୁଁ କନ୍ଧମାଳ ଜିଲ୍ଲାର ଛାତ୍ରଛାତ୍ରୀ ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ନିମନ୍ତେ ଏହି ପ୍ରୟାସ ବୋଲି ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ କହିଥିବା ବେଳେ ଅନ୍ୟତମ ଅତିଥି ଛାତ୍ର ଜୀବନରୁ ସମାଜସେବା ଆରମ୍ଭ କରିଥିବା ଦେବାଶିଷ ସାହାଣୀ ମଧ୍ୟ କହିଥିଲେ। ଉକ୍ତ ଗୁରୁ ଦିବସ ପାଳନ ଅବସରରେ ଅନୁଷ୍ଠାନ ର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇ ଥିଲା ।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ 

Related posts

ତେରେସିଂହା ଗ୍ରା.ପ.ରେ ଜନ ଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ଟ୍ରାକ୍ଟର ଦୁର୍ଘଟଣା ରେ ଫୁଲବାଣୀ ର ଜଣାଶୁଣା ସାମଜସେବୀ ଶଶାଙ୍କ ସାହୁ ମୃତ୍ୟୁ

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!