ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଦାୟ କାଳୀନ ସଭାରେ ବାଲେଶ୍ଵର ମୁଖ୍ୟବକ୍ତାଙ୍କ ଶିକ୍ଷଣୀୟ ଅଭିଭାଷଣ

ବାଲେଶ୍ଵର,୨୯/୬/୨୨- ଭଦ୍ରକ ଜିଲ୍ଲା ବାସୁଦେବପୁର ଠାରେ ଥିବା ଅଟଳ ବିହାରୀ ମହାବିଦ୍ୟାଳୟରେ ବିଦାୟ କାଳୀନ ସଭା ଅନୁଷ୍ଠିତ ହୋଇଯାଇଛି । ସଂସ୍କୃତ ବିଭାଗର ଅଧ୍ଯକ୍ଷ ବିଜୟ କୁମାର ଅଗସ୍ତି ତଥା ଭାରପ୍ରାପ୍ତ ଅଧ୍ଯକ୍ଷଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସ୍ବର୍ଣ୍ଣଚୂଡ଼ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ଯକ୍ଷ ଡ଼. ପ୍ରତାପ ଚନ୍ଦ୍ର ନାୟକ, ମୁଖ୍ୟବକ୍ତା ଭାବେ ବାଲେଶ୍ଵର ଜିଲ୍ଲା ଔପଦା କଲେଜର ସଂସ୍କୃତ ବିଭାଗର ଅଧ୍ଯାପକ ଦ୍ବାରିକା ନାଥ ଶତପଥୀ ଯୋଗଦେଇ +୩ ଶେଷ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ବିଦାୟ କାଳୀନ ଅଭିଭାଷଣ ପ୍ରଦାନ କରିଥିଲେ । ସୁଦୂର ବାଲେଶ୍ଵର ଜିଲ୍ଲାର ମୁଖ୍ୟବକ୍ତାଙ୍କ ଅଭିଭାଷଣ ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ମନରେ ଅଦମ୍ୟ ଉଦ୍ୟମ, ସାହସ, ଉଦ୍ଦୀପନା, ପ୍ରେରଣା ଓ ଆଗକୁ ବଢ଼ିବାର ପ୍ରୟାସ ବେଶ ଶିକ୍ଷଣୀୟ ହୋଇଥିଲା । ସେଥିପାଇଁ ମହାବିଦ୍ୟାଳୟ ତରଫରୁ ଶ୍ରୀ ଶତପଥୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି । ଏଥିରେ ସଂସ୍କୃତ ଅଧ୍ଯାପକ ଅଶୋକ କୁମାର ମହାନ୍ତି ଓ ନିରଞ୍ଜନ ପ୍ରଧାନ ମଞ୍ଚାସୀନ ହୋଇ ବିଦାୟୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ମଙ୍ଗଳ କାମନା କରିଥିଲେ । ଉକ୍ତ ସଭା କାର୍ଯ୍ୟ ପରିଚାଳନାରେ ଅଧ୍ଯାପିକା, ଅଧ୍ଯାପକ, ଶିକ୍ଷା କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଜାମଦା ବ୍ଳକର ପାଶନାରେ ବିଜେଡିର ଜନ ସଂପର୍କ ପଦଯାତ୍ରା

Sunil Chandra Nayak

ଭୀମ ଭୋଇ ଭିନ୍ନକ୍ଷମ ସ୍ୱାସ୍ଥ୍ୟ ଶିବିର ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ବନଲକ୍ଷ୍ମୀ ମହାନ୍ତି ଙ୍କ କବିତା ଜୟ ମାଆ ଲକ୍ଷ୍ମୀ 

Sunil Chandra Nayak

Leave a Comment

error: Content is protected !!