ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା

ପାପଡାହାଣ୍ଡି,12/12, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଶିରିଶି ପଞ୍ଚାୟତ ସଦର ମହକୁମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସୋମବାର ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି | ଶିରିଶି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରାମକୃଷ୍ଣ ପ୍ରାଧନୀଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ରୂପେ ଡିଇଓ ପ୍ରଦୀପ କୁମାର ନାଗ ଓ ତହସିଲଦାର ଯୋଗେଶ୍ୱର ଭୋଇ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ | ଏହି ବିଜ୍ଞାନ ମେଳା ରେ ପାପଡାହାଣ୍ଡି ବ୍ଲକ ର 95 ଟି ବିଦ୍ୟାଳୟ ର ଛାତ୍ରୀ ଛାତ୍ର ଏହି ପ୍ରତିଯୋଗିତା ରେ ଭାଗ ନେଇ 95 ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା | କୋଷାଗୁମଡା ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ନଳିନୀ କାନ୍ତ ପାତ୍ର, ଏମ. କେଁରେଗା ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ଚିତ୍ତରଞ୍ଜନ ମିଶ୍ର ପ୍ରମୁଖ ବିଚାରକ ଭାବେ ଯୋଗ ଦେଇ 5 ଟି ଶ୍ରେଷ୍ଠ ପ୍ରକଳ୍ପ କୁ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ନିମନ୍ତେ ଚୟନ କରିଥିଲେ | ସରକାରୀ ଉଚ୍ଚ ବିଦ୍ୟାଳୟ କଣ୍ଟାମାଳ ମନୋଜ ହରିଜନ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହିର୍ଲି ର ପଙ୍କଜ ନାୟକ, ସରକାରୀ ଉଚ୍ଚ ବିଦ୍ୟାଳୟ ଶିରିଶି ର ସାଇ ନାୟକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମୋକିଆ ର ଆଶୁତୋଶ ଜାନୀ, ଆଦର୍ଶ ବିଦ୍ୟାଳୟ ପାପଡାହାଣ୍ଡି ୟାସମୀନ ଗୋବର୍ଦ୍ଧନ ଙ୍କ ପ୍ରକଳ୍ପ କୁ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ନିମନ୍ତେ ମୋନ୍ନୀତ କରାଯାଇଛି | ଅପରାହ୍ନ ପ୍ରଧାନ ଶିକ୍ଷକ ରାମକୃଷ୍ଣ ପ୍ରଧାନୀ ଙ୍କ ସଭାପତିତ୍ୱ ରେ ଆୟୋଜିତ ଉଦଯାପନୀ ସଭା ରେ ମୁଖ୍ୟ ଅତିଥି ରୂପେ ଡାବୁଗାଁ ବିଧାୟକ ମନହୋର ରାନ୍ଧରୀ,ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ, ବ୍ଲକ ଅଧକ୍ଷା ହେମଳତା ମାଝୀ, ଉପାଧକ୍ଷ ସୁଶାନ୍ତ ବେହେରା,ଜିଲ୍ଲା ପରିଷଦ ସଭ୍ୟା ଡା. ଲିପିକା ମାଝୀ,ଶିରିଶି ସରପଞ୍ଚ ସୁମତି ମାଝୀ, ରଜନୀ ସାସମଲ, ବିଇଓ ବିରେନ୍ଦ୍ର କୁମାର ପାଢ଼ୀ, ଏବିଇଓ ବାଲକ ଦାସ ରନ୍ଧାରୀ, ଏବିଇଓ ପୁର୍ଣ ଚନ୍ଦ୍ର ପୂଜାରୀ, ଚିତ୍ତରଞ୍ଜନ ପଟ୍ଟନାୟକ, ବିଦ୍ୟାଳୟ ସଭାପତି ଅଭିମନ୍ୟୁ ପଣ୍ଡା ପ୍ରମୁଖ ଯୋଗ ଦେଇ କୃତି ଛାତ୍ରୀ ଛାତ୍ରକୁ ପୁରୁସ୍କୃତ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ମଞ୍ଚ ପରିଚାଳନା ସୁଦାମ ସେଟ୍ଟି ସହ ମନୋଜ ମାଝୀ କରିଥିଲେ | ଶିକ୍ଷକ ସଂଘ ସଭାପତି ସୁଦର୍ଶନ ମାଝୀ, ସମ୍ପାଧକ ରତିକାନ୍ତ ପଣ୍ଡା ସହ ସମସ୍ତ କର୍ମକତ୍ତା ସହଯୋଗ କରିଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ଚିତ୍ତ ରଞ୍ଜନ ଦେହୁରୀ ଙ୍କ କବିତା ସଜ ଗୋଲାପ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ମାଛ ଧରିବାକୁ ଯାଇ ବଜ୍ରାଘାତରେ ଯୁବକ ମୃତ

Sunil Chandra Nayak

Leave a Comment

error: Content is protected !!