ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଶ୍ବନାଥପୁର ଧନୁଯାତ୍ରା ମହୋତ୍ସବ ପରିଚାଳନା କମିଟିର ନୂତନ କର୍ମକର୍ତ୍ତା

ଲାଞ୍ଜିଗଡ଼,୧୨/୧୨(ମନିସ)-ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ବନାଥପୁରଠାରେ ଆସନ୍ତା ଜାନୁୟାରୀ ୩ ତାରିଖରୁ ୧୩ ତାରିଖ ଯାଏଁ ଆୟୋଜିତ ହେବାକୁ ଥିବା ବିରାଟ ଧନୁଯାତ୍ରା ମହୋତ୍ସବକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି ! ଅଞ୍ଚଳର କଳା, ସଂସ୍କ୍ରୁତି ଓ ପରମ୍ପରାକୁ ଉଜ୍ଜୀବିତ କରିବାରେ ଧନୁଯାତ୍ରା ମହୋତ୍ସବ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବାରୁ ଏହାକୁ ସୁପରିଚାଳନା କରିବା ପାଇଁ ଆଜି ସନ୍ଧ୍ୟାରେ ବିଶ୍ବନାଥପୁରସ୍ଥିତ ତ୍ରିନାଥ ମନ୍ଦିର ପରିସରରେ ଏକ ବୈଠକ ଆୟୋଜିତ ହୋଇଯାଇଛି ! ଲାଞ୍ଜିଗଡ଼ ବିଧାୟକଙ୍କ ପ୍ରତିନିଧି ତଥା ବିଶ୍ବନାଥପୁର ଗୌନ୍ତିଆ ପ୍ରଦୀପ କୁମାର ଘଡ଼େଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ ! ଦଶ ଦିନ ବ୍ୟାପି ଧନୁଯାତ୍ରା ମହୋତ୍ସବକୁ ପରିଚାଳନା କରିବା ଏକ ଗୁରୁଦାୟିତ୍ବ ହୋଇଥିବାରୁ ଏଥିପାଇଁ ଏକ ପରିଚାଳନା କମିଟି ଗଠନ କରାଯାଇଥିଲା ! ଏଥିରେ ସର୍ବସମ୍ମତି କ୍ରମେ ସଭାପତି ଭାବେ ଲାଞ୍ଜିଗଡ଼ ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ ମନୋନୀତ ହୋଇଥିବାବେଳେ ଉପସଭାପତି ଭାବେ ଅଚ୍ୟୁତାନନ୍ଦ ଘଡ଼େଇ, ସଂପାଦକ ଭାବେ ଅନନ୍ତରାମ ପ୍ରଧାନୀ, ସହ-ସଂପାଦକ ଧବଳେଶ୍ବର ଠେଲା, କୋଷାଧ୍ୟକ୍ଷ ମନୋରଞ୍ଜନ ବିଶି, ସହ କୋଷାଧ୍ୟକ୍ଷ ମୀନକେତନ ଦଳେଇ ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା ! ସେହିପରି ଉପଦେଷ୍ଟା ଭାବେ ପ୍ରଦୀପ କୁମାର ଘଡ଼େଇ, ଲୋକସଭା ସାଂସଦଙ୍କ ପ୍ରତିନିଧି ଲକ୍ଷ୍ମୀଧର ସନ୍ତୋଷରାୟ, ବରିଷ୍ଠ ନାଗରିକ ରଘୁବୀର ନାଗ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମନୋହର ହରପାଲ, ବଳରାମ ବେହେରା, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଜଗଦୀଶ ବେନିଆଁ, ସମାଜସେବୀ ତରୁଣ କୁମାର ଦାସ, ସାମ୍ବାଦିକ ସନ୍ତୋଷ କୁମାର ତୁଳ, ଘନଶ୍ୟାମ ସୁନା, ବିଶ୍ବନାଥପୁର ସରପଞ୍ଚ ସୁରଥ ମାଝୀ, ସମିତିସଦସ୍ୟ ଅଜିତ କୁମାର ପ୍ରଧାନୀ, ବନ ଦଳେଇ, କୁରୁକ୍ଷେତ୍ର ଧଙ୍ଗଡ଼ାମାଝୀ ପ୍ରମୁଖଙ୍କୁ ମନୋନୟନ କରାଯାଇଥିଲା !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ଥୁଆମୂଳ ରାମପୁର ବ୍ଳକ AE ଙ୍କୁ ଅନ୍ଯତ୍ର ବଦଳି ଦାବି ନେଇ BDO ଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

ନୂତନ ସିଡ଼ିପିଓ ଯୋଗ ଦେଲେ

Sunil Chandra Nayak

କଙ୍କଡ଼ାହାଡ଼ ବ୍ଲକ୍ ବିଡିଓ ଙ୍କୁ ସାମ୍ବାଦିକ ସଂଘର ଦାବିପତ୍ର

Sunil Chandra Nayak

Leave a Comment

error: Content is protected !!