ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭୂଷଣ ହତ୍ୟାକାଣ୍ଡ: ଆଉ ୨ ଜଣ କୋର୍ଟ ଚାଲାଣ

କେସିଙ୍ଗା – ଗତ ୧୨ ତାରିଖ ମଙ୍ଗଳବାର ଦିନ ଭୂଷଣ ହତ୍ୟାକାଣ୍ଡ ଘଟଣାରେ କେସିଙ୍ଗା ପୋଲିସ ଆଜି ଗୁରୁବାର ଅଭିଯୁକ୍ତ ଦୈାଲତଙ୍କ ବାପା ରତନ କଶ୍ୟପ ଓ ବଡ଼ ଭାଇ ପେସ୍ ଙ୍କୁ କୋର୍ଟ ଚାଲାଣ କରିଛି। ସୂଚନାଯୋଗ୍ୟ ପୈତୃକ ସମ୍ପତ୍ତି ବିବାଦକୁ ନେଇ ଭୂଷଣ ଓ ରତନଙ୍କ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଆସୁଥିଲା ବେଳେ ଗତ ୧୨ ତାରିଖରେ ଭୂଷଣଙ୍କ ହତ୍ୟାକାଣ୍ଡ ଘଟିଥିଲା। ଏହି ମାମଲାରେ ରତନଙ୍କ ସାନପୁଅ ଦୈାଲତ ହତ୍ୟା କରିଥିବା ନେଇ ସ୍ବୀକାର କରିବା ପରେ ପୁଲିସ ତାକୁ ୧୫ ତାରିଖରେ କୋର୍ଟ ଚାଲାଣ କରିଥିଲା। ଆଜି ସକାଳେ ପୁଣି ପୁଲିସ ଅଭିଯୁକ୍ତ ଦୈାଲତଙ୍କ ବାପା ଓ ବଡ଼ଭାଇଙ୍କୁ ଡାକ୍ତରୀ ପରୀକ୍ଷା କରିବା ପରେ କୋର୍ଟ ଚାଲାଣ କରିଛି। ଏ ବିଷୟରେ ଆଇଆଇସି ସତ୍ୟ କୁମାର ନନ୍ଦଙ୍କୁ ପଚାରିବାରୁ ହତ୍ୟାକାଣ୍ଡ ଘଟଣାରେ ରତନଙ୍କ ସହିତ ଦୁଇ ପୁଅଙ୍କୁ ଗତ ଶୁକ୍ରବାର ଥାନାକୁ ଆଣି ପଚରାଉଚୁରା କରାଯାଇଥିଲା । କିନ୍ତୁ ହତ୍ୟାକାଣ୍ଡ ବିଷୟରେ ଦୈାଲତ ତା’ର ବାପା ଓ ବଡ଼ଭାଇଙ୍କୁ ଜଣାଇଥିଲେ ମଧ୍ୟ ସେଦିନ ଏମାନେ ଘଟଣା ସମ୍ପର୍କରେ ପୁଲିସ ନିକଟରେ ଲୁଚାଇଥିଲେ । ତେଣୁ ତା’ର ବାପା ଓ ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଆଇଆଇସି ଶ୍ରୀ ନନ୍ଦ ପ୍ରକାଶ କରିଛନ୍ତି।

କେସିଙ୍ଗା ରୁ ଚନ୍ଦ୍ରମଣି ସ୍ବାଇଁ ଙ୍କ ରିପୋର୍ଟ 

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ତୁଳସୀ

Sunil Chandra Nayak

ଭାରତର୧୫ ତମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ଦଶପୁର ମଣ୍ଡଳବିଜୟ ଉତ୍ସବ ପାଳନ

Sunil Chandra Nayak

ଖନ୍ତଛକ ମାର୍କେଟ କମ୍ପ୍ଲେକ୍ସକୁ ବଡାମତଳିଆ ଓଡିଶା ଗ୍ରାମ୍ୟ ବ୍ଯାଙ୍କର ସ୍ଥାନାନ୍ତରିତ

Sunil Chandra Nayak

Leave a Comment

error: Content is protected !!