ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପାପଡାହାଣ୍ଡି ଥାନାରେ ଏଏସପି ଙ୍କ ସାମ୍ବାଦିକଙ୍କୁ ମାଡ଼ ଓ ମହିଳାଙ୍କୁ ଅସଦା ଚରଣ ଘଟଣା,କେନ୍ଦ୍ର ମାନବଧିକାର କମିସନ ନିକଟରେ ମାମଲା ରୁଜୁ

ପାପଡାହାଣ୍ଡି,15/9, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନାରେ ବୁଧବାର ଖବର ସଂଗ୍ରହ ପାଇଁ ଯାଇଥିବା ତିନି ଜଣ ସାମ୍ବାଦିକ ଙ୍କ ଉପରେ ଏଏସପି ଜୟ କୃଷ୍ଣ ବେହେରାଙ୍କ ପ୍ଲାଷ୍ଟିକ ପାଈପରେ ମାଡ଼ ମାରିବା ଘଟଣାରେ କେନ୍ଦ୍ର ମାନବଧିକାର କମିଶନରେ ଗୁରୁବାର ମାମଲା ରୁଜୁ ହୋଇଛି | ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟ ସଭାପତି ସୁବ୍ରତ କୁମାର ଦାସ କମିଶନରେ କେଶ ଫାଇଲ କରିଛନ୍ତି | ଏଏସପି ଜୟ କୃଷ୍ଣ ବେହେରାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେ କମିଶନଙ୍କ ନିକଟରେ ଦାବି କରିଛନ୍ତି | ଏହାର ତଦନ୍ତ କେନ୍ଦ୍ର ମାନବଧିକାର କମିଶନ ତରଫରୁ କରାଯାଉ ବୋଲି ସେ ଜଣାଇଛନ୍ତି | ଏ ନେଇ ଏନଏଚଆରସି କେଶ ନମ୍ବର 15472/ 2022 ରେ ମାମଲା ମଧ୍ୟ ରୁଜୁ ହୋଇଛି | ତିନି ଜଣ ମାଡ଼ ଖାଇଥିବା ସାମ୍ବାଦିକଙ୍କ ପ୍ରତି ସେ ନ୍ୟାୟ ଦାବି କରିଛନ୍ତି | ଗତକାଲିର ଘଟଣା ସାରା ରାଜ୍ୟରୁ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଥିବା ସେ କହିଛନ୍ତି | ଗତ କାଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସେ ପାପଡାହାଣ୍ଡି ଥାନା ଘଟଣା ସମ୍ପର୍କରେ ଅବଗତ ହୋଇଥିବା କହିଛନ୍ତି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ରାଜ୍ୟ ପୁରୁଷ/ମହିଳା ସ୍ୱାସ୍ଥ୍ୟ କର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ଙ୍କ ମିଳିତ ମହାସଂଘ ର ଦାବିପତ୍ର ପ୍ରଦାନ

Sunil Chandra Nayak

ରାଇରଙ୍ଗପୁର ସତସଙ୍ଗ ବିହାର ପରିସରରେ ଶ୍ରୀ ଶ୍ରୀ ବଡ଼ ମା’ଙ୍କର ୧୨୯ ତମ ଜନ୍ମୋତ୍ସବ ପାଳିତ

Sunil Chandra Nayak

Leave a Comment

error: Content is protected !!