ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡଙ୍ଗାରେ ଥିବା ୨୫ ଜଣଙ୍କୁ ଉଦ୍ଧାର କଲା ୧୦୮ ବୋଟ ଆମ୍ବୁଲାନ୍ସ

ତେନ୍ତୁଳିଣ୍ଟି ୧୫/୦୯/୨୨  ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପୋଡ଼ାଗଡ଼ ଡ୍ୟାମ ଇନ୍ଦ୍ରାବତୀ ଜଳଭଣ୍ଡାର ରେ ଦକ୍ଷିଣା ପବନ ଯୋଗୁଁ ଜଳଭଣ୍ଡାରର ମଝିରେ ଫସିଲା ଲଞ୍ଚ l ଲଞ୍ଚ ଦ୍ୱାରା ଗୁଞ୍ଜମାଲି ଗ୍ରାମରୁ ୨୫ ଜଣ ବାହାରି ଖାତିଗୁଡା ସ୍ଥିତ ଲମତାଗୁଡା ସାପ୍ତାହିକ ବଜାର କରିବା ପାଇଁ ଆସୁଥିଲେ ଲଞ୍ଚର କିଛି ତ୍ରୁଟି ଯୋଗୁ ଆଉ ଆଗକୁ ବଢି ନଥିଲା ।ଏହି ସମୟରେ ପୋଡ଼ାଗଡ଼ ଥିବା ୧୦୮ କର୍ମଚାରୀ ଙ୍କୁ ଯୋଗାଯୋଗ କରିଥିଲେ ଯାତ୍ରୀ । ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କଲା ୧୦୮ ବୋଟ ଆମ୍ବୁଲାନ୍ସ l କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଗୁଞ୍ଜମାଲି ଗ୍ରାମର ୨୫ ଜଣ ମଧ୍ୟରୁ ୧୫ଜଣ ମହିଳା,୬ ଜଣ ପୁରୁଷ ଓ ୪ଜଣ ଛୋଟ ଶିଶୁ ଲୋଞ୍ଚରେ ଇନ୍ଦ୍ରାବତୀ ଜଳଭଣ୍ଡାର ପାର ହୋଇ ଖାତିଗୁଡା ସାପ୍ତାହିକ ମାର୍କେଟିଙ୍ଗ କରିବାକୁ ଉକ୍ତ ଲଞ୍ଚ ନେଇ ସକାଳ ୯ ଘଣ୍ଟା ସମୟରେ ନିଜ ଗ୍ରାମରୁ ରୁ ବାରିଆଘାଟ ଅଭିମୁଖେ ଆସୁଥିଲେ l ହଠାତ ମଝି ଦରିଆରେ ଦକ୍ଷିଣା ପବନ ହେବାରୁ ଢେଉ ବଢିଯାଇ ସେମାନଙ୍କ ଅଚଳ ଲଞ୍ଚ ଭିତରକୁ ପାଣି ପଶିଥିଲା l ଫଳରେ ଲଞ୍ଚ ଓଜନ ହେବା ସହ ଭାରସାମ୍ୟ ହରାଇବାରେ ଲାଗିଥିଲେ l କିନ୍ତୁ, ନାଉରୀ ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସେ ତୁରନ୍ତ ବାରିଆଘାଟ ରେ ଥିବା ୧୦୮ବୋଟ ଆମ୍ବୁଲାନ୍ସ ର ଡ୍ରାଇଭରକୁ ଫୋନ କରିବା ସହ ସେମାନଙ୍କୁ ଉଦ୍ଧାର କରିବାକୁ ଅନୁରୋଧ କରିଥିଲେ l ଖବର ପାଇଁ ତୁରନ୍ତ ବୋଟ ଆମ୍ବୁଲାନ୍ସ ରେ ଥିବା ଡ୍ରାଇଭର, ପାଇଲଟ, ଇଏମଟି ଓ ସହାୟକ ମିଶି ଘଟଣାସ୍ଥଳକୁ ଯାଇଥିବା ବେଳେ ଲଞ୍ଚ ଥିବା ୨୫ଜଣଙ୍କ ସମେତ ମାର୍କେଟିଙ୍ଗ ରେ ବିକ୍ରି କରିବା ପାଇଁ ଆଣିଥିବା ସଉଦା,ପତ୍ର କୁ ମଧ୍ୟ ଉଦ୍ଧାର କରିଥିଲେ l ବୋଟ ଆମ୍ବୁଲାନ୍ସ କର୍ମଚାରୀ ମାନେ ଉଦ୍ଧାର ବ୍ୟକ୍ତି ମାନଙ୍କୁ ବାରିଆଘାଟ ରେ ଆଣି ଛାଡିଥିଲେ ।ଯଦି ବୋଟ ଆମ୍ବୁଲାନ୍ସ ସଠିକ ସମୟରେ ଆସିନଥିନ୍ତା ତାହେଲେ ଡଙ୍ଗାରେ ଥିବା ୨୫ଜଣ ବ୍ୟକ୍ତି ନିଶ୍ଚିତ ବିପତି ପଡିଥାନ୍ତା ବୋଲି ଉଦ୍ଧାର ବ୍ୟକ୍ତିମାନେ କହିବା ସହ ବୋଟ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ସାଧୁବାଦ ଦେଇଛନ୍ତି l

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ନନ୍ଦିନୀ ରାଉତ ଙ୍କ କବିତା ଧନ୍ୟ ହେଲା ପ୍ରାଣ ମୋର

Sunil Chandra Nayak

ଇସ୍ପାତ ସହରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ

Sunil Chandra Nayak

ଶ୍ରୀମଦ୍ ଗୀତାର ନବମ ଅଧ୍ଯାୟର ସାରକଥା-୯

Leave a Comment

error: Content is protected !!