ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀ ଭ୍ରମର ବାଗ ଙ୍କ କବିତା ଦୁର୍ଗା

  ଦୁର୍ଗା

ଶ୍ରୀ ଭ୍ରମର ବାଗ

ଦୁଃଖ ଦୁର୍ଗତି ନାଶିନୀ ବୋଲି ତୁ ଦୁର୍ଗତିନାଶିନୀ !
ଦୁର୍ଗତ ସୁର ନାଶନେ ତୁହି ମା ଦୁର୍ଗା ନାମ ଘେନି !!
ଚଣ୍ଡ ମୁଣ୍ଡ ଯେ ଶୁମ୍ଭ ନିଶୁମ୍ଭ ପୁଣି ମହିଷା ସୁର !
ବଧ କରି ଯେ ବାଧା ଉଶ୍ୱାସି କଷଣ କଲୁ ଦୁର !!
ମାତଙ୍ଗି ମାଗୋ ମାତଙ୍ଗ ସାଜି ପୃଥ୍ଵୀ ପାପ-ପଦମ !
ଛିନ୍ନ ଛତର କରି ମକଚି ପାଦେ କର ଦଳନ !!
ଭୁବନେ ଶ୍ଵରୀ ମାଗୋ ଭୁବନ ରଖ ଶାନ୍ତି ଶୃଙ୍ଖଳେ !
ବଗଳା ମୁଖି ମାଗୋ ବଗାଅ ଦୁଃଖ କଷଣ ହେଲେ !!
ଷୋଡଶୀ ରୂପେ ଷୋଡଶ ଉପ- ଚାରେ ନଦିଅ ମନ !
ତାରଗୋ ତାରା ତାମସ ଗୁଣ ହୃଦୁ କରି ବାରଣ !!
କମଳା କର କରୁଣା, କାଟ କୁଟ କପଟ ମନୁ !
ମହାକାଳୀ ଗୋ ମହାକାଳ କେ କାଟଇ ତୋର ବିନୁ !!
ଛିନ୍ନମସ୍ତା ଗୋ ଛିନ୍ନ କରତୁ ଆତତାୟୀ ନୃଶଂସ !
ଧୂମାବତୀ ମା ଧୂମ୍ର ସଂକୀର୍ଣ୍ଣ ମନୋଭାବକୁ ଧ୍ବଂସ !!
ଜଗତ ଜନନୀ ଧରେ ଏ ରୂପେ ଆସ ଗୋ ଅବତରି !
ଦୁଷ୍ଟକୁ ଦଳି ସନ୍ଥ ପାଳିକି ବଢ଼ାଅ ସୁଖଶିରୀ !!

କୋଦୋବେଡ଼ା, ସିନାପାଲି, ନୂଆପଡ଼ା

Related posts

ଵହଳଦା ବ୍ଳକର ଟାଙ୍ଗରଯୋଡା ଗ୍ରାମରେ ବିଜେଡିର ଜନ ସଂପର୍କ ପଦଯାତ୍ରା 

Sunil Chandra Nayak

ସଚେତନ ନାଗରିକ ମଞ୍ଚ ର ନବମ ପ୍ରତିଷ୍ଠା ଦିବସ ଓ ବାର୍ଷିକୋତ୍ସବ

Sunil Chandra Nayak

ବାଇକ ଧକ୍କାରେ ପଥଚାରୀର ମୃତ୍ୟୁ 

Sunil Chandra Nayak

Leave a Comment

error: Content is protected !!