ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

କୋକସରା,୧୦/୧୦-  (ମ ନି ସ) ଆଜି ହେଉଛି ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ କଳାହାଣ୍ଡି ଜିଲ୍ଲା କୋକସରା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଲଡୁଗାଁ ସ୍ଥିତ ହାୟର ସେକେଣ୍ଡେରି ସ୍କୁଲର ସହଭାଗୀତାରେ ଏକ ସଚେତନତା କାର୍ଯ୍ୟକ୍ରମ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ଡ଼.ନିହାରକାନ୍ତ ପଣ୍ଡା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଲଡୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼.ରଜତ ସୌମ୍ୟ ଅନୁରାଗ ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମର ଉଦେଶ୍ୟ ବିଷୟରେ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଚିଦାନନ୍ଦ ପଣ୍ଡା ମତ ଦେଇଥିଲେ। କଲେଜର ଅଧ୍ୟାପକ ପ୍ରେମାନନ୍ଦ ସାହା, ହେମନ୍ତ ସେନାପତି, ଖେଳ ଶିକ୍ଷକ ବିରେନ୍ଦ୍ର ଦାସ, ପ୍ରଶାନ୍ତ ଯୋଶୀ, ଭାରତ ଭୂଷଣ ଠାକୁର, ବିଭୁ ସାହୁ ସମେତ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ କେତନ ପାତ୍ର, ପୁଷ୍ପଳତା ଦୋରା, ସ୍ୱାସ୍ଥ୍ୟ କର୍ମି, ଆଶା କର୍ମି ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମକୁ ୟୁଥ ରେଡ଼କ୍ରସର ପରାମର୍ଶ ଦାତା ତଥା ଅଧ୍ୟାପକ ସଞ୍ଜୟ କୁମାର ପୁରୋହିତ ପରିଚାଳନା କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମାନସିକ ରୋଗର ବିଭିନ୍ନ ଦିଗକୁ ନେଇ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଓ କୃତି ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମରେ ଏକ ସଚେତନତା ରେଲିରେ ଲଡୁଗାଁ ସହର ପରିକ୍ରମା କରି ମାନସିକ ରୋଗ ନିରାକରଣକୁ ନେଇ ସମସ୍ତେ ସଚେତନତାର ବାର୍ତ୍ତା ଦେଇଛନ୍ତି।

Related posts

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ହେରା ପଞ୍ଚମୀର ମାହାତ୍ମ୍ୟ

ଜହ୍ନ ରାତି

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ ପ୍ରାର୍ଥନା

Sunil Chandra Nayak

Leave a Comment

error: Content is protected !!