ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରବନ୍ଧ ସାହିତ୍ୟ ଜଗତରେ ବୌଦ୍ଧିକ ଚେତନାର ମୂଳମନ୍ତ୍ର

ରାଉରକେଲା/ ସହରର ଅଗ୍ରଣୀ ସାହିତ୍ୟନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦର ମାସିକ ସାହିତ୍ୟ ଆସର ଅବସରରେ ପ୍ରବନ୍ଧ ସାହିତ୍ୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକାରୀ ସଭାପତି ବ୍ରଜେନ୍ଦ୍ର ଦାଶଙ୍କ ସଭାପତିତ୍ବ ଓ ସାଧାରଣ ସଂପାଦକ ନୃସିଂହ ଚରଣ ବିଶ୍ବାଳଙ୍କ ସଂଯୋଜନା ଓ ଉପସଭାପତି ଖଗେନ୍ଦ୍ର ବେହେରା ଙ୍କ ଉପସ୍ଥିତିରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ପ୍ରାବନ୍ଧିକମାନେ ଆଲୋଚନାରେ ଅଂଶଗ୍ରହଣ କରି କହିଲେ ଯେ ପ୍ରବନ୍ଧ ହେଉଛି ସାହିତ୍ୟ ଜଗତରେ ବୌଦ୍ଧିକ ଚେତନା ର ମୂଳମନ୍ତ୍ର । ଏହି ଅବସରରେ ସତ୍ୟବ୍ରତ ଦାସ,ଖଗେନ୍ଦ୍ର ବେହେରା, ସସ୍ମିତା ପ୍ରଧାନ,ନୃସିଂହ ଚରଣ ବିଶ୍ବାଳ,ରଶ୍ମିବାଳା ରାଉତରାୟ,ବବିତା ମହାଳିକ,ବସନ୍ତ ବିଶ୍ବକର୍ମା ପ୍ରମୁଖ ସ୍ବରଚିତ ପ୍ରବନ୍ଧ ମାନ ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ରାଧାମୋହନ ନାୟକ,ଅରବିନ୍ଦ ପାତ୍ର, ଗଙ୍ଗାଧର ପୁହାଣ,ଉପେନ୍ଦ୍ର ବସ୍ତିଆ ପ୍ରମୁଖ ଏହା ଏକ ଅଭିନବ ପରିକଳ୍ପନା ଏବଂ ଏହାଦ୍ବାରା ଅଧିକରୁ ଅଧିକ ପ୍ରାବନ୍ଧିକ ସୃଷ୍ଟି ହୋଇପାରିବେ ବୋଲି ମତ ରଖିଥିଲେ । ଶେଷରେ ଅଶୋକ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ସର୍ପ ଘାତରେ କ୍ଷେତ୍ର ବାଗଙ୍କ ମୃତ

Sunil Chandra Nayak

ଶିକ୍ଷାଦାନ ଅସୁବିଧା ହେଉଥିବାରୁ ବିଦ୍ୟାଳୟ ରେ ତାଲା ପକାଇଲେ ଛାତ୍ରୀ ଛାତ୍ର 

Sunil Chandra Nayak

ପିଇବା ପାଣି ସମସ୍ୟା କୁ ନେଇ ଧୋବେଇ ଗ୍ରାମବାସୀଙ୍କ ଦ୍ବାରା ରାସ୍ତା ଅବରୋଧ

Sunil Chandra Nayak

Leave a Comment

error: Content is protected !!