ରାଉରକେଲା/ ସହରର ଅଗ୍ରଣୀ ସାହିତ୍ୟନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦର ମାସିକ ସାହିତ୍ୟ ଆସର ଅବସରରେ ପ୍ରବନ୍ଧ ସାହିତ୍ୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକାରୀ ସଭାପତି ବ୍ରଜେନ୍ଦ୍ର ଦାଶଙ୍କ ସଭାପତିତ୍ବ ଓ ସାଧାରଣ ସଂପାଦକ ନୃସିଂହ ଚରଣ ବିଶ୍ବାଳଙ୍କ ସଂଯୋଜନା ଓ ଉପସଭାପତି ଖଗେନ୍ଦ୍ର ବେହେରା ଙ୍କ ଉପସ୍ଥିତିରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ପ୍ରାବନ୍ଧିକମାନେ ଆଲୋଚନାରେ ଅଂଶଗ୍ରହଣ କରି କହିଲେ ଯେ ପ୍ରବନ୍ଧ ହେଉଛି ସାହିତ୍ୟ ଜଗତରେ ବୌଦ୍ଧିକ ଚେତନା ର ମୂଳମନ୍ତ୍ର । ଏହି ଅବସରରେ ସତ୍ୟବ୍ରତ ଦାସ,ଖଗେନ୍ଦ୍ର ବେହେରା, ସସ୍ମିତା ପ୍ରଧାନ,ନୃସିଂହ ଚରଣ ବିଶ୍ବାଳ,ରଶ୍ମିବାଳା ରାଉତରାୟ,ବବିତା ମହାଳିକ,ବସନ୍ତ ବିଶ୍ବକର୍ମା ପ୍ରମୁଖ ସ୍ବରଚିତ ପ୍ରବନ୍ଧ ମାନ ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ରାଧାମୋହନ ନାୟକ,ଅରବିନ୍ଦ ପାତ୍ର, ଗଙ୍ଗାଧର ପୁହାଣ,ଉପେନ୍ଦ୍ର ବସ୍ତିଆ ପ୍ରମୁଖ ଏହା ଏକ ଅଭିନବ ପରିକଳ୍ପନା ଏବଂ ଏହାଦ୍ବାରା ଅଧିକରୁ ଅଧିକ ପ୍ରାବନ୍ଧିକ ସୃଷ୍ଟି ହୋଇପାରିବେ ବୋଲି ମତ ରଖିଥିଲେ । ଶେଷରେ ଅଶୋକ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ