ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସପ୍ତମ ଜେହୋବା ଯିରୀ ଇଣ୍ଟର୍ ଷ୍ଟେଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ ଘାଟିତ 

ତେନ୍ତୁଳିଖୁଣ୍ଟି -୨୮/୧୦/୨୨/- ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ କାମତା ଇଡେନ ଗାର୍ଡେନ ଷ୍ଟାଡିୟମ୍ ଠାରେ ଆଜି ୭ମ ଜେହୋବା ଯିରୀ ଇଣ୍ଟର ଷ୍ଟେଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜୟପୁର ଜେ ଇ ଏଲ ଚର୍ଚ୍ଚ ସିନେଟ୍ ଅଧ୍ୟକ୍ଷ ତଥା ଜାମ୍ୱଗୁଡ଼ା ପ୍ରଧାନ ମଣ୍ଡଳୀ ପରିଚାଳକ ରେଭ୍ ଅନନ୍ତ ନାଗ ଯୋଗ ଦେଇ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଙ୍କ ନାମ ରେ ଆଜିର ଟୁର୍ଣ୍ଣାମେଣ୍ଟ କୁ ଉଦଘାଟନ କରୁଛି ବୋଲି କହି ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ତେନ୍ତୁଳିଖୁଣ୍ଟି ପ୍ୟାରିସ ପାଳକ ରେଭ୍ ବିପିନ୍ କୁମାର ଧାନଫୁଲ, ଖାତିଗୁଡ଼ା ପ୍ୟରିସ ପାଳକ ରେଭ୍ କିଶୋର କୁମାର ଛତ୍ରୀୟା ରେଭ୍ ପବିତ୍ର ନାଗ,କାମତା ପ୍ୟରିସ ପାଳକ ପ୍ରେମଦାନ୍ ନମ୍ରଶୀଳ ଉପସ୍ଥିତ ଥିଲେ। ଆଜିର ଉଦଘାଟନ ମ୍ୟାଚ ରାୟଗଡ଼ା ବନାମ କାମତା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ରାୟଗଡା ୧.୦ରେ ବିଜୟ ହୋଇଥିଲା।୨ୟ ମ୍ୟାଚ ରେ ମୁଖ୍ୟ ଅତିଥି ଭାବେ ତେନ୍ତୁଳିଖୁଣ୍ଟି ବ୍ଲକ୍ ଅଧ୍ୟକ୍ଷା ନୀଲେନ୍ଦ୍ରି ନାୟକ ଉପାଧ୍ୟକ୍ଷ ରାଜେନ୍ଦ୍ର ବିଷୋୟୀ, ଝରିଗୁମ୍ମା ସରପଞ୍ଚ ମନ ମୋହନ ଦଳପତି, ମଞ୍ଚାଗାଁ ସରପଞ୍ଚ ସଦା ସାନ୍ତା, ପୁଜାରୀଗୁଡ଼ା ସରପଞ୍ଚ ଅନାଦି ମାଝୀ, କାମତା ସରପଞ୍ଚ ବତି ଜାନୀ, ସମେତ ବ୍ଲକ୍ ର ସମସ୍ତ ସରପଞ୍ଚ ସମିତି ସଭ୍ୟ/ସଭ୍ୟା ଉପସ୍ଥିତି ଥାଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। ୨ୟ ମ୍ୟାଚ ରେ ସୁନାବେଡ଼ା ବନାମ କଳାହାଣ୍ଡି ମଧ୍ୟରେ ଚିତ୍ତାକର୍ଷକ ମ୍ୟାଚ ଦେଖିବାକୁ ମିଳିଥିଲା ଏଥିରେ କଳାହାଣ୍ଡି ଦଳ୧.୦ରେ ବିଜୟ ହୋଇଥିଲା। ରେଫେରି ଭାବେ ଲାଲୁ ବେନ୍ୟା ଖେଳ ପରିଚାଳନା କରିଥିବା ବେଳେ ଲାଇନ୍ସ ମ୍ୟାନ ଭାବେ ଲାଜୁରସ ଓ ବବୁଲୁ ବାଘ ସହଯୋଗ କରିଥିଲେ। ଖେଳ ର ଧାରା ବିବରଣୀ ଗ୍ରାମ ର ମାର୍ଗ ଦର୍ଶକ ତୀର୍ଥ ଚରଣ ନାୟକ ପ୍ରଦାନ କରିଥିଲେ। ଆୟୋଜକ ସଭାପତି ତଥା ପୂର୍ବତନ ତେନ୍ତୁଳିଖୁଣ୍ଟି ବ୍ଲକ୍ ଉପାଧ୍ୟକ୍ଷ ତନୟ ସାଗର ନାୟକ, ମିଲନ ଭତ୍ରା, ସୁରଜ ଖୁରା,ସୁଦେବ ବାଘ, ଦିଲ୍ଲୀପ, ହରିହର ଜାନୀ, ବାପି ବେନ୍ୟା, ସୁଜନ୍ ବାଘ, ଶୁକସନ ଭତ୍ରା, ଗଜେନ୍ଦ୍ର ସଗରୀୟା, ଗଜେନ୍ଦ୍ର ନାୟକ ପ୍ରମ୍ମୁଖ ଉପସ୍ଥିତ ଥିଲେ। ଆସନ୍ତା କାଲି କଳାହାଣ୍ଡି ବନାମ ଜଗଦଲପୁର ଓ ରାୟପୁର ବନାମ ନବରଙ୍ଗପୁର ମଧ୍ୟରେ ଖେଳ ହେବ ବୋଲି ଆୟୋଜକ ପକ୍ଷରୁ ସୂଚନା ମିଳିଛି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଘର ଭାଙ୍ଗି ଧାନ ଖାଇଲା ହାତୀ

Sunil Chandra Nayak

ଖମାର ହଳଦି କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟରେ ପଢନା ଲିଖନା ଅଭିଯାନ ଉଦଘାଟିତ

Sunil Chandra Nayak

ପ୍ରଧାନମନ୍ତ୍ରୀ ରାସ୍ତା ସଂଯୋଗ ପାଇଁ ସାଂସଦ ଙ୍କୁ ଦାବିପତ୍ର

Sunil Chandra Nayak

Leave a Comment

error: Content is protected !!