ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂତନ ପେନସନ ଯୋଜନା ଉଚ୍ଛେଦ ଦାବି ନେଇ ଶିକ୍ଷକଙ୍କ ପ୍ରସ୍ତୁତ ବୈଠକ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ ପଞ୍ଚାୟତ ସମିତି ହାଇସ୍କୁଲ ଠାରେ ରବିବାର ନୂତନ ପେନସନ ଯୋଜନା ରେ ଅନ୍ତର୍ଭୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ଉପସ୍ଥିତ ଶିକ୍ଷକ ମାନେ ସରକାର ଙ୍କ ଦ୍ଵାରା ହୋଇଥିବା ନୂତନ ପେନସନ ଯୋଜନା କୁ ଉଚ୍ଛେଦ କରାଯାଇ କର୍ମଚାରୀ ମାନଙ୍କୁ ପୁରାତନ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ କରିବାନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ନିଷ୍ପତ୍ତି ନେଇଥିଲେ l ଏହି ଅବସରରେ ଏକ କୋର କମିଟି ଗଠନ କରାଯାଇଥିଲା l ଯହିଁରେ ଶିକ୍ଷକ ଉଜ୍ଜ୍ବଳ କୁମାର ସାହୁ, ସୁଦର୍ଶନ ସାହୁ, ମଧୁସୂଦନ ଧରୁଆ, ପ୍ରସନ୍ନ କୁମାର ସାହୁ,ଐଶ୍ୱର୍ଯ୍ୟ ସାହୁ, ମନୋଜ ଦାସ, ମନୋଜ କୁମାର ମିଶ୍ର ପ୍ରମୁଖ ମନୋନୀତ ହୋଇଥିଲେ l କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଉତ୍କଳ ଆଲୁମିନା ର ପାରିପାର୍ଶ୍ବିକ ଉନ୍ନୟନ ମୂଳକ କାର୍ଯ୍ଯକ୍ରମ (ପ୍ରୋଜେକ୍ଟ କୌଶଲ୍ୟା)

Sunil Chandra Nayak

ଢେ଼ଙ୍କାନାଳ ଜିଲ୍ଲାପାଳ ଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ଭାରତୀୟ ମାନବାଧିକାର ଆୟୋଗ ତରଫରୁ ଦାରିଙ୍ଗବାଡି ଠାରେ ବିଶ୍ୱ ମାନବାଧିକାର ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!