ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୟୂରଭଞ୍ଜ – ସାନ୍ତାଳୀ ଲିପି ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମପୀଠ ଦାଣ୍ଡବୋଷ ଗ୍ରାମକୁ ବିଶ୍ବସ୍ତରୀୟ ତୀର୍ଥସ୍ଥଳୀ ପ୍ରତିଷ୍ଠା ଉଦ୍ୟମ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଖବରଦାତା ସମ୍ମିଳନୀ

ମୟୂରଭଞ୍ଜ – ୧୧/୬/୨୨(ମସିହା)  ସାନ୍ତାଳୀ ସମାଜର ଭାଷାର ଲିପି ‘ଅଲଚିକି’ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କର ଜନ୍ମପୀଠ ଦାଣ୍ଡବୋଷ ଗ୍ରାମକୁ ଆଜାଦୀ କି ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଦର୍ଶ ସାଂସଦ ଗ୍ରାମ ଭାବେ ଗ୍ରହଣ କରିବା ସହ ଏହାକୁ ବିଶ୍ବ ସ୍ତରୀୟ ଆଧ୍ୟାତ୍ମିକ ତୀର୍ଥସ୍ଥଳୀ ପ୍ରତିଷ୍ଠା ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ପ୍ରତିଷ୍ଠା ପାଇଁ ପଦକ୍ଷେପ ନେଇଛନ୍ତି ବୋଲି ଖବରଦାତା ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁ ସୂଚନା ପ୍ରଦାନ କହିଥିଲେ । ସେ ତାଙ୍କ ଅନୁଦାନ ପାଣ୍ଠିରୁ ୭ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ତଦସହ କେନ୍ଦ୍ର ଆଦିବାସୀ କଲ୍ୟାଣ ବିଭାଗ , ସଂସ୍କୃତି ବିଭାଗ ଏବଂ କୋଲକାତାର ଏକ ସ୍ବତନ୍ତ୍ର ରିସର୍ଚ ବିଶେଷଜ୍ଞ ଟିମଙ୍କୁ ରଘୁନାଥ ମୁର୍ମୁଙ୍କ ଜନ୍ପପୀଠ, ଓ ସମାଧୀ ସ୍ଥଳ,ଓ ପାରିପାର୍ଶ୍ବିକ ପରିବେଶକୁ ପରିଦର୍ଶନ କରାଇ ଏହାର ଉନ୍ନତିକରଣ ପାଇଁ ଏକ ପ୍ରାରମ୍ଭିକ କାର୍ଯ୍ୟକ୍ରମ ହାତକୁ ନେଇଥିଲେ ।ଏଠାରେ ପାର୍କ, ମୂର୍ତ୍ତି, ସଂଗ୍ରାହଳୟ,ପାଠାଗାର,ଗବେଷଣା କେନ୍ଦ୍ର,କଳା ମଣ୍ଡପ,ଯାତ୍ରୀ ନିବାସ,ଗେଷ୍ଟ ହାଉସ,ପୋଖରୀ ସୌନ୍ଦର୍ଯ୍ୟ କରଣ,ପାହାଡ଼ ଓ ସବୁଜ ବନାନୀ ଉନ୍ନତିକରଣ, ରାସ୍ତା ନିର୍ମାଣ,ନାଳ,ଆକର୍ଷଣୀୟ ତୋରଣ ନିର୍ମାଣ, ପୋଖରୀ ସୌନ୍ଦର୍ଯ୍ୟ କରଣ, ପୂଜା ସ୍ଥଳୀ ନିର୍ମାଣ, ସଭାଗୃହ ନିର୍ମାଣ, ଏନ୍ତୁଡ଼ିଶାଳ ନିର୍ମାଣ,ସାଧନପୀଠ ନିର୍ମାଣ ,ଶବ୍ଦ ଓ ଆଲୋକସଜ୍ଜା, ସହ ଆକର୍ଷଣୀୟ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ । ଏଥିପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି ସୂଚନା ଦେଇଥିଲେ ।ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ କମିଟିକୁ ନେଇ ବିକାଶ କାର୍ଯ୍ୟକ୍ରମ ଆଗେଇବ ବୋଲି ଗଣମାଧ୍ୟମକୁ ସୂଚାଇଥିଲେ । ଆଜାଦୀ କୀ ୭୫ ବର୍ଷ ଉପଲକ୍ଷେ ବର୍ଷ ତମାମ ରଘୁନାଥ ମୁର୍ମୁଙ୍କ ଜନ୍ମର ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଯଥା ଜନ୍ମ ବାର୍ଷିକୀ,ସଭା ସମିତି, ସାନ୍ତାଳୀ ସାହିତ୍ୟ ସମ୍ମିଳନୀ, ଧାର୍ମିକ ସମ୍ମିଳନୀ,ଫୁଟବଲ ସହ ଅନ୍ୟ କ୍ରୀଡା ପ୍ରତିଯୋଗିତା,ନାଟକ ପ୍ରତିଯୋଗିତା, ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ବକୃତା, ସେମିନାର,ଚିତ୍ରକଳା ପ୍ରତିଯୋଗୀତା,ଡକମେଣ୍ଟାରୀ ଫିଲ୍ମ ନିର୍ମାଣ ଇତ୍ୟାଦି ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ କରାଯିବ ବୋଲି ମନ୍ତ୍ରୀ କହିଥିଲେ ।କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସେକ୍ରେଟାରୀ ଡଃ ସରୋଜ କୁମାର ଜେନା, ଶହୀଦ କ୍ରାନ୍ତିକାରୀ ଆୟୋଜନ ସମିତି ଅଖିଳ ଭାରତୀୟ ଉପସଭାପତି ସତ୍ୟନାରାୟଣ ମିଶ୍ର,କେନ୍ଦ୍ର ସାଂସ୍କୃତିକ ବିଭାଗର ଅତିରିକ୍ତ ସେକ୍ରେଟାରୀ ସୁବାଷ ବର୍ମା, କେନ୍ଦ୍ର ସଂଗୀତ ନାଟକ ଏକାଡେ଼ମୀ ସେକ୍ରେଟାରୀ ରାଜ‌ ଦାସ , ସାଂସଦ ପ୍ରତିନିଧି ବରୁଣ ଦେ ,ସଂଜୟ ନାୟକ , ରଘୁନାଥ ମୁର୍ମୁଙ୍କ ନାତି ଭୀମରାଓ ମୁର୍ମୁଙ୍କ ସମେତ ଉପଖଣ୍ଡର ବହୁ ସାନ୍ତାଳୀ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ । କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରସ୍ତୁତ ପୂର୍ବସୂରୀ,ସାରସ୍ବତ ସାଧକ ମାନଙ୍କୁ ନେଇ ଏକ ଆପ ପୋର୍ଟାଲ ରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ସ୍ଥାନିତ କରିବା ନେଇ ମନ୍ତ୍ରୀ ଶୁଭ ଉଦ୍ଘାଟନ କରିଥିଲେ । ଉପସ୍ଥିତ ସମସ୍ତେ କରତାଳି ଦେଇ ସ୍ବାଗତ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

Related posts

ନଡିଆ କଟା କାତି ରେ ଯୁବକଙ୍କୁ ଆକ୍ରମଣ

Sunil Chandra Nayak

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଅନୁସୂଚିତ ଜନଜାତି/ଜାତି,ମହୁଲଡିହା, ରାଇରଙ୍ଗପୁର ପରିସରରେ ଅଭିଭାବକ – ଶିକ୍ଷକ ସମ୍ମିଳନୀ

Sunil Chandra Nayak

ନୀଳ ମାଧବ ସରକାରୀ ହାଇ ସ୍କୁଲରେ 76ତମ ସ୍ଵାଧୀନତା ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!