ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାପ କାମୁଡାରେ ଯୁବକ ଗୁରୁତର

ପାପଡାହାଣ୍ଡି,30/08,ମନିସ —ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପଣ୍ଡିକୋଟ ପଞ୍ଚାୟତ ପ୍ରଧାନୀଗୁଡା ଗ୍ରାମରେ ସାପ କାମୁଡ଼ାରେ ଜଣେ ଯୁବକ ମଙ୍ଗଳବାର ଗୁରୁତର ହୋଇଛନ୍ତି | ତାଙ୍କ ନାମ ଦୁର୍ଯ୍ୟନ ଗୌଡ଼ |ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି | ସୂଚନା ଅନୁଯାୟୀ ମଧ୍ୟାହ୍ନ ଖାଇସାରିବା ପରେ ନିଜ ଜମିରେ ମକା ଚାଷ ଦେଖିବାକୁ ଯାଇଥିଲେ | ଏହି ସମୟରେ ଏକ ବିଷ ଧର ସାପ ତାଙ୍କୁ କାମୁଡି ଦେଇଥିଲା | ଏହା ଜାଣିବା ପରେ ପରିବାର ଲୋକ ଏକ ବାଇକ ଯୋଗେ ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଆଣି ଭର୍ତ୍ତି କରିଥିଲେ | ତେବେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଉନ୍ନତ ଚିକିତ୍ସା ପାଇଁ ଦୂର୍ଯ୍ୟନ କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିବା ଡାକ୍ତର ସୂଚନା ଦେଇଛନ୍ତି

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ଇସ୍ପାତ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଗଙ୍ଗାଧର ମେହେର ଜୟନ୍ତୀ ଓ ମୌସୁମୀ ସାହିତ୍ୟ ଆସର

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ଶରତ ସକାଳ

Sunil Chandra Nayak

ପୋଖରୀରେ ବୁଡି ଯୁବକର ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!