ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା ଯାତ୍ରା

      ଯାତ୍ରା

          ଅପର୍ତ୍ତି ସେଠୀ

ଯାତ୍ରା ନୁହେଁ ଅଭିନୟ 
ଯାତ୍ରା ନୁହେଁ ସୂତାଖିଅ‌
ଯାତ୍ରା ଅଟେ ଜୀବନର ଲକ୍ଷ୍ୟ,
ଯାତ୍ରା ହୃଦୟର ଆଶା
କଳ୍ପନାର ପରିଭାଷା
ଯାତ୍ରା ନୁହେଁ ଖେଳ କି ସ‌ଉକ।୧।
ରଙ୍ଗମଞ୍ଚ ସଂସାରରେ
ଦିନରାତି ଯାତ୍ରା ଚାଲେ
ସୁଖ ଦୁଃଖ ଜୀବନ ନାଟକ,
ଯେଉଁଥିରେ ଥାଏ ପ୍ରେମ
ସ୍ନେହ ଯାର ଅନ୍ୟନାମ
ଭାଗ୍ଯଲେଖା ସମ୍ପର୍କ ଜାତକ।୨।
ଭିନ୍ନ ଭିନ୍ନ ରୂପ ନେଇ
କଳାକୁ ଯେ ବାଣ୍ଟୁଥାଇ
ସେହି ଏକା ଅଟେ କଳାକାର,
କଳାରେ ଯେ ବଞ୍ଚୁଥାଏ
କଳାରେ ସେ ହସୁଥାଏ
ପୁଣି ସିଏ ହସାଏ ସଂସାର।୩।
ଜନ୍ମରୁ ମରଣ ଯାଏ
ଯାହା ସବୁ ଘଟିଯାଏ‌
ସେହି କିନ୍ତୁ ଜୀବନର ଯାତ୍ରା,
ଏନ୍ତୁଡ଼ିରୁ ସ୍ଵର୍ଗଦ୍ଵାର
ମଧ୍ୟେ ଯେଉଁ ଧୂଳିଘର
ବୋଧେ ସେହି ନାଟକର ବାର୍ତ୍ତା।୪।
ନବରସ ମଧୁ ଝରେ 
କଳାକାର ଜୀବନରେ
ପୂଜାରୀ ସେ ଯାତ୍ରାର ନାୟକ,
ଯାତ୍ରା ଅଟେ ଯାର ପ୍ରାଣ
ଯାତ୍ରା ଯା’ ହୃଦ ଚନ୍ଦନ
ସେହି ମହାଯାତ୍ରାର‌ ପଥିକ।୫।
ସଭିଏଁ କହନ୍ତି ମୋର
କେହି ନୁହେଁ ଆପଣାର
ସବୁ ମିଛ ମାୟା ଏ ସଂସାର,
ସମୟର କାଳ ସ୍ରୋତ
ଛାଡ଼ିଦେବେ ସର୍ବେ ହାତ
ଯାତ୍ରା ଅନ୍ତେ ସଖା ଚକ୍ରଧର।୬।

ପାଳକଣା‌, କୋରୋ‌, କେନ୍ଦ୍ରାପଡ଼ା

 

Related posts

ଜଳିଗଲା ଆଳୁ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର

Sunil Chandra Nayak

ଅରୁଣ ବଞ୍ଚାଅ ଅଭିଯାନ ର ଶେଷ ସୋପାନ

Sunil Chandra Nayak

କବିବର ରାଧାନାଥ ରାୟ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!