ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଯୁବକର ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

କୋକସରା,୧୧ା୫- କଳାହାଣ୍ଡି ଜିଲ୍ଲା କୋକସରା ଥାନା ଆଁଏଲି ଗ୍ରାମର ଜଣେ ଯୁବକ ବୁଧବାର ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ମୃତ ଯୁବକ ଆଁଏଲି ଗ୍ରାମର ଦୁଷ୍ମନ୍ତ ମାଝୀ(୨୦) । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଲିଛି । ପୋଲିସ ସୂଚନା ଅନୁସାରେ, ବୁଧବାର ସକାଳୁ ଘର ନିକଟରେ ଥିବା ଏକ ଆମ୍ବ ଗଛରେ ଦୁଷ୍ମନ୍ତ ଙ୍କ ବେକରେ ରଶିଲାଗି ଝୁଲୁଥିବା ତାଙ୍କ ମା’ ପ୍ରଭା ମାଝି ଦେଖିବାକୁ ପାଇଥିଲେ । ପରେ ଘର ର ଅନ୍ୟ ମାନଙ୍କୁ ଜଣାଇ ଦୁଷ୍ମନ୍ତ ଙ୍କୁ ବଞ୍ଚାଇବା ପାଇଁ ଗଛରୁ ରଶି କାଟି ଓହ୍ଲାଇଥିଲେ । ହେଲେ ସେତେ ବେଳକୁ ଯୁବକର ମୃତ୍ୟୁ ହୋଇ ସାରିଥିଲା । ପରେ ପରିବାର ଲୋକେ ଗ୍ରାମରକ୍ଷୀ ଙ୍କୁ ଜଣାଇବା ପରେ ସେ କୋକସରା ପୋଲିସ କୁ ଖବର ଦେଇଥିଲେ । ଖବର ପାଇ କୋକସରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପାରିପାଶ୍ୱିର୍କ ସ୍ଥିତ ଅନୁଧ୍ୟାନ କରିବା ସହ ଶବ ଜବତ କରି କୋକସରା ଡାକ୍ତରଖାନା କୁ ପଠାଇ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିବା ଜଣାପଡିଛି । ତେବେ ମୃତ ଯୁବକ ଗତ ୬ମାସ ତଳେ ପ୍ରେମ ବିବାହ କରିଥିବା ବେଳେ କିଛି ଦିନ ଆଗରୁ ତାଙ୍କ ସ୍ତ୍ରୀ ବାପା ଘରକୁ ଏକ ଦଶାହ କାର୍ଯ୍ୟରେ ଯୋଗଦେବାକୁ ଯାଇ ଘରକୁ ଫେରି ନଥିଲେ । ତେବେ ଯୁବକ ତାଙ୍କ ସ୍ତ୍ରୀ ସହ କୌଣସି ମନୋମାଲିନ୍ୟ ଯୋଗୁଁ କିମ୍ବା ଅନ୍ୟ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାହାର କାରଣ ଅସ୍ପଷ୍ଟ ରହିଛି । ଏନେଇ କୋକସରା ଥାନା କେଶ ନମ୍ବର ୯/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଥାନା ସବ ଇନ୍ସପେକ୍ଟର ଗୋପବନ୍ଧୁ ନାଏକ ସୂଚନା ଦେଇଛନ୍ତି । ମ ନି ସ 

Related posts

ପ୍ରେମଲତା ଙ୍କ କବିତା ନାରୀ

Sunil Chandra Nayak

ମୋହନଗିରୀ ଅଞ୍ଚଳର ସରବେଡା ଗ୍ରାମରେ ବହୁ ଆଡମ୍ବରରେ ଗଣେଶ ପୂଜା ଆୟୋଜିତ

Sunil Chandra Nayak

ଭତ୍ତାଧିକାରୀଙ୍କ ବ୍ଲକ ଆଗରେ ବିକ୍ଷୋଭ,ମାସକୁ ଭତ୍ତା ଦୁଇ ହଜାର ଦେବାକୁ କଲେ ଦାବି

Sunil Chandra Nayak

Leave a Comment

error: Content is protected !!