କୋକସରା,୧୧ା୫- କଳାହାଣ୍ଡି ଜିଲ୍ଲା କୋକସରା ଥାନା ଆଁଏଲି ଗ୍ରାମର ଜଣେ ଯୁବକ ବୁଧବାର ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ମୃତ ଯୁବକ ଆଁଏଲି ଗ୍ରାମର ଦୁଷ୍ମନ୍ତ ମାଝୀ(୨୦) । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଲିଛି । ପୋଲିସ ସୂଚନା ଅନୁସାରେ, ବୁଧବାର ସକାଳୁ ଘର ନିକଟରେ ଥିବା ଏକ ଆମ୍ବ ଗଛରେ ଦୁଷ୍ମନ୍ତ ଙ୍କ ବେକରେ ରଶିଲାଗି ଝୁଲୁଥିବା ତାଙ୍କ ମା’ ପ୍ରଭା ମାଝି ଦେଖିବାକୁ ପାଇଥିଲେ । ପରେ ଘର ର ଅନ୍ୟ ମାନଙ୍କୁ ଜଣାଇ ଦୁଷ୍ମନ୍ତ ଙ୍କୁ ବଞ୍ଚାଇବା ପାଇଁ ଗଛରୁ ରଶି କାଟି ଓହ୍ଲାଇଥିଲେ । ହେଲେ ସେତେ ବେଳକୁ ଯୁବକର ମୃତ୍ୟୁ ହୋଇ ସାରିଥିଲା । ପରେ ପରିବାର ଲୋକେ ଗ୍ରାମରକ୍ଷୀ ଙ୍କୁ ଜଣାଇବା ପରେ ସେ କୋକସରା ପୋଲିସ କୁ ଖବର ଦେଇଥିଲେ । ଖବର ପାଇ କୋକସରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପାରିପାଶ୍ୱିର୍କ ସ୍ଥିତ ଅନୁଧ୍ୟାନ କରିବା ସହ ଶବ ଜବତ କରି କୋକସରା ଡାକ୍ତରଖାନା କୁ ପଠାଇ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିବା ଜଣାପଡିଛି । ତେବେ ମୃତ ଯୁବକ ଗତ ୬ମାସ ତଳେ ପ୍ରେମ ବିବାହ କରିଥିବା ବେଳେ କିଛି ଦିନ ଆଗରୁ ତାଙ୍କ ସ୍ତ୍ରୀ ବାପା ଘରକୁ ଏକ ଦଶାହ କାର୍ଯ୍ୟରେ ଯୋଗଦେବାକୁ ଯାଇ ଘରକୁ ଫେରି ନଥିଲେ । ତେବେ ଯୁବକ ତାଙ୍କ ସ୍ତ୍ରୀ ସହ କୌଣସି ମନୋମାଲିନ୍ୟ ଯୋଗୁଁ କିମ୍ବା ଅନ୍ୟ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାହାର କାରଣ ଅସ୍ପଷ୍ଟ ରହିଛି । ଏନେଇ କୋକସରା ଥାନା କେଶ ନମ୍ବର ୯/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଥାନା ସବ ଇନ୍ସପେକ୍ଟର ଗୋପବନ୍ଧୁ ନାଏକ ସୂଚନା ଦେଇଛନ୍ତି । ମ ନି ସ
previous post