କୋଷାଗୁମୁଡ଼ା ୨୮|୦୯ (ମ ନି ସ ) ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଜଟାବାଲ ଠାରେ ଜିଲ୍ଲା ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟ କିରାଣୀ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମ ରେ ସମସ୍ତ କିରାଣୀ ମାନଙ୍କ ର ସମସ୍ୟା ଆଲୋଚନା କରାଯାଇଥିଲା I ଆଗାମୀ ଦିନରେ ବିଭିନ୍ନ ସମସ୍ୟା ନେଇ ସରକାର ଙ୍କ ନିକଟରେ ଉପସ୍ଥାପନ କରିବା ନେଇ ସମସ୍ତେ ସହମତି ପ୍ରକାଶ କରିଥିଲେ I ବିଭିନ୍ନ ସମୟରେ କିରାଣୀ ମାନଙ୍କର ସମସ୍ଯା ସବୁ ହେଇଛି I ଏଣୁ ସମସ୍ତେ ମିଶି ସମସ୍ୟ ର ସମାଧାନ କରିବା ପାଇଁ ଆଲୋଚନା କରାଯାଇଥିଲା I କାର୍ଯ୍ୟକ୍ରମ କୁ ଡିଓଇ କାର୍ଯ୍ୟାଳୟ ର ଜଗି ମହାନ୍ତି ପରିଚାଳନା କରିଥିଲେ I ସମସ୍ତ କିରାଣୀ ମାନଙ୍କ ନିଷ୍ପତ୍ତି କ୍ରମେ ନିର୍ବାଚନ ପ୍ରକ୍ରିୟା କରିଥିଲେ I ନିର୍ଦ୍ଵନ୍ଦରେ ପ୍ରକାଶ ପରିଡ଼ା ଙ୍କୁ ଜିଲ୍ଲା ସଭାପତି ଭାବେ, ସମ୍ପାଦକ ରଞ୍ଜନ ମହାପାତ୍ର, କୋଷାଧ୍ୟକ୍ଷ ଅମ୍ରିତ ଦାସ ,ଯୁଗ୍ମସଂପାଦକ ପ୍ରତାପ ଦାସ, ଉପସଭାପତି ମମତା ମାଝୀ ଓ ପ୍ରକାଶ କୁମାର ମହାପାତ୍ର ଙ୍କୁ ନିର୍ବାଚିତ ହୋଇଛନ୍ତି I ଉପଦେଷ୍ଟା ଭାବେ ଭାଗୀ ମହାନ୍ତି ଙ୍କୁ ମନୋନୀତ କରାଯାଇଛି l ଏହି କିରାଣୀ ସଂଘ ରାଜ୍ୟର ପ୍ରଥମ ଥର ପାଇଁ ଗଠନ କରାଯାଇଛି l
କୋଷାଗୁମୁଡ଼ା ରୁ ମହେନ୍ଦ୍ର ବିଶୋଇ ଙ୍କ ରିପୋର୍ଟ